ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆପଣଙ୍କ ହାତରେ ବି ଅଛି କି ଏହି ରେଖା ? ଜାଣନ୍ତୁ କେତେ ଭାଗ୍ୟବାନ

Published By : Anindita Ratha | January 11, 2025 2:51 PM

ସଭିଁଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ।  ଯଦି ଜଣକୁ ନିଜର ପ୍ରିୟ ଜୀବନ ସାଥୀ ମିଳିଯାଏ, ତେବେ ସେହି ବ୍ୟକ୍ତିର ଅନେକ ସମସ୍ୟା ସହଜ ହୋଇଯାଏ।  କିନ୍ତୁ ଆପଣ ଜାଣନ୍ତି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ , ହାତ ପାପୁଲିରେ ଏପରି ରେଖା ଥାଏ। ଯାହା ଆପଣଙ୍କ ବୈବାହିକ ଜୀବନ ସହିତ ଜଡ଼ିତ । ପାପୁଲିରେ ଥିବା ଏହି ବିଶେଷ ରେଖାକୁ ଦେଖି  ଜାଣି ପାରିବେ ପ୍ରେମ ଏବଂ ବିବାହ ଦୃଷ୍ଟିରୁ ଆପଣ କେତେ ଭାଗ୍ୟବାନ । ତେବେ  ଆସନ୍ତୁ ଜାଣିବା ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଛୋଟ ବା କାଣି  ଆଙ୍ଗୁଠି ତଳେ ଥିବା ରେଖାଗୁଡ଼ିକୁ ପ୍ରେମ ରେଖା ବା ବିବାହ ରେଖା କୁହାଯାଏ। ଆଉ ଏହି ରେଖାରୁ ଆପଣଙ୍କ ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନ ବିଷୟରେ ଜଣାପଡ଼ିଥାଏ । ଶାସ୍ତ୍ର ଅନୁଯାୟୀ, ଆପଣଙ୍କ ହାତରେ ଥିବା ରେଖାଗୁଡ଼ିକ ଆପଣଙ୍କ ପ୍ରେମ ଜୀବନ ବିଷୟରେ ଅନେକ କିଛି କହିପାରେ । ମଙ୍ଗଳ ଏବଂ ବୁଦ୍ଧ ପର୍ବତରେ ଯଦି ଆପଣଙ୍କର ଏକାଧିକ ରେଖା ଅଛି, ତେବେ ଆପଣଙ୍କ ପ୍ରେମ ଜୀବନରେ ଅସୁବିଧା ହୋଇପାରେ ।  ଅଲଗା ହେବାର ମଧ୍ୟ ସମ୍ଭାବନା ରହିଛି ।

ସେହିପରି ଯଦି ବିବାହ ରେଖା ସୂର୍ଯ୍ୟ ରେଖାକୁ ସ୍ପର୍ଶ କରେ, ତେବେ ଆପଣଙ୍କ ବିବାହ ଏକ ଧନୀ ପରିବାରରେ ହେବାର ଯୋଗ ରହିଛି । ଯଦି ବିବାହ ରେଖା  ଦୁଇ ଭାଗରେ ବିଭକ୍ତ ତେବେ ତାହା ଛାଡପତ୍ରକୁ ସୂଚିତ କରେ । ସେହିପରି ଯଦି ଆପଣଙ୍କ ବିବାହ ରେଖା  ଅଙ୍କାବଙ୍କା ରହିଛି। ତେବେ ଏହାର ଅର୍ଥ ଆପଣଙ୍କ ବିବାହ କିମ୍ବା ପ୍ରେମ ସଂପର୍କରେ ଅନେକ ଉତ୍ଥାନ-ପତନ ଦେଖାଦେଇପାରେ । କିନ୍ତୁ ଯଦି ଆପଣଙ୍କର ବିବାହ ରେଖା ପରିଷ୍କାର ଏବଂ ଗଭୀର ରହିଛି । ତେବେ ଏହାର ଅର୍ଥ ହେଉଛି ଆପଣ ବୈବାହିକ ଜୀବନ ସମ୍ପୂର୍ଣ୍ଣ ଭଲ ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.