ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାମ ରହିମଙ୍କ ପାରୋଲ ବିବାଦରେ ରବର୍ଟ ଭଦ୍ରାଙ୍କ ଏଣ୍ଟ୍ରି , ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଆପତ୍ତି ଉଠାଇଲା କଂଗ୍ରେସ

Published By : Prameya | October 1, 2024 11:14 PM

ନୂଆଦିଲ୍ଲୀ – ଯୌନ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ସଜା କାଟୁ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ (ଗୁରମିତ ସିଂହ ରାମ ରହିମ)ଙ୍କ ହରିଆଣା ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ,୨୦ ଦିନର ପାରୋଲକୁ ନେଇ ବିରୋଧ ଆରମ୍ଭ ହୋଇଛି। ହରିଆଣା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ରାମ ରହିମ୍‌ଙ୍କୁ ପାରୋଲ୍‌ ଦିଆ ଯିବା ଉପରେ ଆପତ୍ତି ଉଠାଇଛନ୍ତି ଏବଂ ଆୟୋଗକୁ ଅନୁରୋଧ କରିଛନ୍ତି କି, ଏହି ସମୟରେ ଜେଲ୍‌ରୁ ତାଙ୍କର ମୁକ୍ତି ଆଦର୍ଶ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ହେବ। ହେଲେ ରାମ ରହିମ୍‌ଙ୍କୁ ପାରୋଲ ଦେବାର ମଞ୍ଜୁରୀ ନିର୍ବାଚନ ଆୟୋଗ ଦେଇ ସାରିଛନ୍ତି। ଗତ ଦୁଇ ବର୍ଷରେ ଏହା ତାଙ୍କର ୧୧ତମ ପାରୋଲ ହେବ। 

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ମଙ୍ଗଳବାର ଆପତ୍ତି ଉଠାଇଛନ୍ତି ଯେ, ଡେରା ସଚ୍ଚା ସୌଦା ପ୍ରମୁଖ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ହରିଆଣା ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଜେଲ୍‌ରୁ ବାହାରକୁ ଆଣିବା ପଛରେ ବିଜେପିର ହାତ ଅଛି ଏବଂ ଏହାର ଉଦ୍ଦେଶ୍ୟ କଂଗ୍ରେସର ସଂଭାବନା ଗୁଡ଼ିକୁ କ୍ଷତି ପହଞ୍ଚାଇବା। ଭଦ୍ରା ତାଙ୍କ ନାଁକୁ ଅପମାନଜନକ ଉପାୟରେ ବ୍ୟବହାର କରିବାକୁ ନେଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବରିଷ୍ଠ ନେତାଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। 

ସେ ପିଟିଆଇକୁ କହିଛନ୍ତି , ଯେବେ ନିର୍ବାଚନ ପୂର୍ବରୁ ସେମାନେ ବାବା ରାମ ରହିମଙ୍କୁ ୨୦ଦିନ ପାଇଁ ମୁକ୍ତ କରୁଛନ୍ତି, ଯାହାଙ୍କ ଉପରେ ହତ୍ୟା , ଦୁଷ୍କର୍ମର ଅଭିଯୋଗ ରହିଛି । ଆପଣ (ବିଜେପି) ତାଙ୍କୁ ପ୍ରଚାର କରିବା ପାଇଁ ମୁକ୍ତ କରୁଛନ୍ତି ...ମୁଁ କହିବି ଯେ, କେଜ୍ରିୱାଲ ଜୀଙ୍କୁ ମଧ୍ୟ ଠିକ୍ ଏହି ସମୟରେ ଜେଲ୍‌ରୁ ବାହାରକୁ ଅଣାଯାଉଛି , ସେ ବି ହରିଆଣାରେ ପ୍ରଚାର କରି ପାରିବେ। ମୋତେ ଲାଗୁଛି କି ଏହା ବିଜେପିର ପୂର୍ବନିୟୋଜିତ ଯୋଜନା। ଭଦ୍ରା ଦୃଢ ବିଶ୍ୱାସ କରିଛନ୍ତି ଯେ, ହରିଆଣାରେ ଲୋକେ କଂଗ୍ରେସକୁ ଭୋଟ୍‌ ଦେବେ ଏବଂ ଏହାକୁ ନିର୍ବାଚନରେ ପୂର୍ଣ୍ଣ ବହୁମତ ମିଳିବ। 

କଂଗ୍ରେସ ପାର୍ଟି ବ୍ୟତୀତ ଜଣେ ସାମ୍ୱାଦିକଙ୍କ ପୁଅ ମଧ୍ୟ ରହିମ୍‌ଙ୍କ ମୁକ୍ତି ନେଇ ଆପତ୍ତି ଉଠାଇଛନ୍ତି। ସେହି ସାମ୍ୱାଦିକଙ୍କ ହତ୍ୟା କରି ଦିଆ ଯାଇଥିଲା। ଏହି ହତ୍ୟା ପାଇଁ ମଧ୍ୟ ରାମ ରହିମ୍‌ ଓ ଅନ୍ୟ ତିନି ଜଣଙ୍କୁ ଦୋଷୀ କରାଯାଇ ଥିଲା। ମୃତକ ସାମ୍ୱାଦିକଙ୍କ ପୁଅ କହିଛନ୍ତି କି, ରାମ ରହିମଙ୍କୁ ମୁକ୍ତ କରିବା ଗଣତାନ୍ତ୍ରିକ ମୂଲ୍ୟ ଓ ନିରପେକ୍ଷ ନିର୍ବାଚନର ଉଲ୍ଲଂଘନ , କାରଣ ସେ କୌଣସି ସ୍ୱତନ୍ତ୍ର ପାର୍ଟିକୁ ଲାଭାନ୍ୱିତ କରିବା ପାଇଁ ସନ୍ଦେଶ ପଠାଇ ମତଦାନକୁ ପ୍ରଭାବିତ କରି ପାରନ୍ତି ।

ଉଲ୍ଲେଖନୀୟ ଯେ , ଗୁରମିତ ସିଂହ ରାମ ରହିମଙ୍କୁ ଗତ ମାସରେ ୨୦ଦିନ ପାଇଁ ପାରୋଲରେ ଜେଲରୁ ମୁକ୍ତ କରାଯାଇ ଥିଲା। ଏହିଥର ସରକାର ଫାଇଲ ନିର୍ବାଚନ ଆୟୋଗଙ୍କୁ ପଠାଇ ଥିଲେ , ଏହାପରେ ନିର୍ବାଚନ ଆୟୋଗ ସର୍ତ୍ତମୁତାବକ ପାରୋଲ ମଞ୍ଜୁର କରିଥିଲେ। କୋର୍ଟ ଗୁରମିତ ସିଂହଙ୍କୁ ୨୦୧୭ରେ ନିଜର ଦୁଇ ଶିଷ୍ୟାଙ୍କ ସହ ଦୁଷ୍କର୍ମର ଦୋଷାରୋପ କରି ୨୦ ବର୍ଷର କାରାଦଣ୍ଡର ସଜା ଶୁଣାଇ ଥିଲେ। ଡେରା ପ୍ରମୁଖ ଓ ଅନ୍ୟ ୩ଜଣଙ୍କୁ ୧୬ ବର୍ଷରୁ ଅଧିକ ସମୟ ପୂର୍ବରୁ ଜଣେ ସାମ୍ୱାଦିକଙ୍କୁ ହତ୍ୟା ପାଇଁ ମଧ୍ୟ ୨୦୧୯ରେ ଦୋଷୀ କରାଯାଇ ଥିଲା। 

ହରିଆଣା ସହ ପଞ୍ଜାବ ଓ ଉତ୍ତର ପ୍ରଦେଶରେ ରାମ ରହିମଙ୍କର ବ୍ୟାପକ ଭାବେ ସମର୍ଥକ ଥିବାର ଜଣାଯାଏ। ହରିଆଣାରେ ବିଜେପିର ଶାସନ ଅଛି ଏବଂ ଏଠାରେ ଶନିବାର ବିଧାନସଭା ମତଦାନ ହେବ। କଂଗ୍ରେସର ଅଭିଯୋଗ କି ମତଦାନକୁ ପ୍ରଭାବିତ କରିବାର ଉଦ୍ଦେଶ୍ୟରେ ରାମ ରହିମଙ୍କୁ ପାରୋଲ ଦିଆଯାଉଛି। ବର୍ତ୍ତମାନ ନିର୍ବାଚନରେ କଂଗ୍ରେସ ଓ ବିଜେପିରେ କଡ଼ା ଟକ୍କର ଭାବେ ମନେ କରାଯାଉଛି। ହରିଆଣାରେ ବିଧାନସଭା ନିର୍ବାଚନ ପାଇଁ ୫ ଅକ୍ଟୋବରରେ ମତଦାନ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.