ପ୍ରମୂଖ ଖବର
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

୧୨ବର୍ଷ ପରେ ବୃହସ୍ପତି ଏବଂ ବୁଧଙ୍କ ଦୁର୍ଲଭ ସଂଯୋଗ; ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ...

Published By : Harapriya Sethi | June 4, 2025 6:49 AM

ଗ୍ରହମାନଙ୍କର ରାଜା ବୁଧ, ଜୁନ୍‌ ୬ ତାରିଖ ଅର୍ଥାତ ଶୁକ୍ରବାର ଦିନ ମିଥୁନ ରାଶିରେ ଗୋଚର କରିବାକୁ ଯାଉଛନ୍ତି ଏବଂ ଏହି ରାଶିରେ ପୂର୍ବରୁ ଗୁରୁ ଉପସ୍ଥିତ ରହିଛନ୍ତି । ୧୨ବର୍ଷ ପରେ ବୁଧ ଏବଂ ବୃହସ୍ପତି ମିଥୁନରେ ମିଳନ କରୁଛନ୍ତି । ବୃହସ୍ପତି ପ୍ରାୟ ୧୨ବର୍ଷ ପାଇଁ ଗୋଟିଏ ରାଶିରେ ରୁହନ୍ତି । ତେଣୁ ବୃହସ୍ପତିଙ୍କୁ ସମାନ ରାଶିକୁ ଫେରିବାକୁ ୧୨ବର୍ଷ ସମୟ ଲାଗିଥାଏ । ଗୋଟିଏ ପଟେ ଯେତେବେଳେ ବୁଧ ନିଜ ରାଶି ମିଥୁନରେ ଗୋଚର କରି ଭାଦ୍ର ରାଜଯୋଗ ସୃଷ୍ଟି କରୁଛନ୍ତି । ସେପଟେ ସେହି ରାଶିରେ ବୃହସ୍ପତି ସହିତ ସଂଯୋଗ ମଧ୍ୟ ସୃଷ୍ଟି ହୋଇଛି । ଯାହା ଫଳରେ ତୁଳା ସମେତ ୪ଟି ରାଶିକୁ ବହୁତ ଲାଭ ମିଳିବ । ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଭାଗ୍ୟଶାଳୀ ଏବଂ ବିଦେଶ ଭ୍ରମଣର ସଂଯୋଗ ମଧ୍ୟ ଅଛି ।

ମିଥୁନ: ବୁଧ ଏବଂ ବୃହସ୍ପତିଙ୍କ ସଂଯୋଗ ଏହି ରାଶିରେ ସୃଷ୍ଟି ହେବାକୁ ଯାଉଛି । ଏହା ବେଶ ଲାଭଦାୟକ ହେବ । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ଅଫିସରେ ଅନୁକୂଳ ଫଳାଫଳ ମିଳିବ । ନୂତନ ଚାକିରି ପ୍ରସ୍ତାବ ମିଳିପାରେ । ଯଦି ଆପଣ ଦୂର ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ସଫଳ ହେବେ । ବ୍ୟବସାୟୀଙ୍କ ପାଇଁ ଭାଗ୍ୟ ଖୋଲିବ । ଭାଗ୍ୟବାନ ହେବେ ଏବଂ ଭଲ ରୋଜଗାର କରିବେ । ଯଦି କିଛି କୋର୍ଟ ମାମଲାରେ ଫସିଛନ୍ତି ତେବେ ଗ୍ରହମାନଙ୍କର ଶୁଭ ପ୍ରଭାବ ଆପଣଙ୍କୁ ଏହି ଚିନ୍ତାରୁ ଦୂର କରିବ ।

କନ୍ୟା : ବୁଧ ଆପଣଙ୍କ ରାଶିର କର୍ତ୍ତା ଏବଂ ବୃହସ୍ପତି ଓ ବୁଧଙ୍କ ସଂଯୋଗର ଶୁଭ ପ୍ରଭାବ ଯୋଗୁ ଆପଣ କୌଣସି ସମ୍ପତ୍ତିର ମାଲିକ ହୋଇପାରିବେ । ଯଦି ଆପଣ ଭଡା ଘରେ ରହୁଛନ୍ତି, ତେବେ ବୃହସ୍ପତି ଏବଂ ବୁଧଙ୍କ ଶୁଭ ପ୍ରଭାବ ଯୋଗୁ ଶୀଘ୍ର ଏକ ଘର କିମ୍ବା ଫ୍ଲାଟ କିଣିପାରିବେ । ଏହା ବ୍ୟତୀତ, ଆପଣ କାମରେ ଦ୍ରୁତ ଗତିରେ ଅଗ୍ରଗତି କରିବେ ଏବଂ ସଫଳତା ପାଇବେ । ଚାକିରି କରୁଥିବା ବ୍ୟକ୍ତିମାନେ ଜୁନ ମାସରେ ଭଲ ମୂଲ୍ୟାଙ୍କନ ପାଇପାରିବେ । ବୃହସ୍ପତି ଏବଂ ବୁଧଙ୍କ ଶୁଭ ପ୍ରଭାବ ଯୋଗୁଁ କନ୍ୟା ରାଶିର ଲୋକମାନେ ଆର୍ଥିକ ଦୃଷ୍ଟିରୁ ଭାଗ୍ୟବାନ ହେବେ । ଧନୀ ହେବାର ସୁଯୋଗ ରହିଥିବାରୁ ପ୍ରଚୁର ଅର୍ଥ ରୋଜଗାର କରିପାରିବେ ।

ଧନୁ ରାଶି: ବୃହସ୍ପତି ଓ ବୁଧଙ୍କ ସଂଯୋଗ ହେତୁ ଭାଗ୍ୟ ଧନୁ ରାଶିର ସାତ ଦେବ । ଏହି ରାଶିର ବ୍ୟବସାୟୀମାନେ ଶୁଭ ଫଳ ପାଇପାରିବେ । ବ୍ୟବସାୟରେ ଅଧିକ ଲାଭ ହେବ । ପ୍ରତ୍ୟେକ କ୍ଷେତ୍ରରେ ଭଲ ଲାଭ ମିଳିବ । କର୍ମଜୀବୀ ଲୋକଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେବ । ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ । ଆପଣଙ୍କ ପ୍ରୟାସ ପାଇଁ ପୁରସ୍କାର ପାଇବେ । ଧାର୍ମିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ପାଇବେ ଏବଂ ଏକାଠି ବୁଲିବାକୁ ଯାଇପାରିବେ ।

ମକର ରାଶି: ବୃହସ୍ପତି ଓ ବୁଧଙ୍କ ସଂଯୋଗ ହେତୁ ମକର ରାଶିର ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ । ଭାଗ୍ୟ ସାତ ଦେବା ସହିତ ଗରିବ ଓ ଅଭାବୀ ଲୋକଙ୍କ ସେବା କରିବାର ସୁଯୋଗ ମିଳିବ । କର୍ମଜୀବୀ ଲୋକ ଭାଗ୍ୟବାନ ପ୍ରମାଣିତ ହେବେ । କାରଣ ଆପଣଙ୍କ କାମରେ ପଦୋନ୍ନତି ସହ ସଫଳତା ମିଳିବ । ବିଦେଶରୁ ଲାଭଦାୟକ ନୂତନ ସୁଯୋଗ ମଧ୍ୟ ପାଇପାରିବେ । ବୈବାହିକ ଜୀବନ ସୁଖମୟ ହେବ । ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.