ପ୍ରମୂଖ ଖବର
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଜର୍ମାନୀରେ ନୂଆ ଚାନ୍ସେଲର ଭାବେ ଫ୍ରିଡ୍ରିଖ୍ ମେର୍ଜ ନିର୍ବାଚିତ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Published By : Bijay Swain | May 7, 2025 12:35 AM

ନୂଆଦିଲ୍ଲୀ: ଜର୍ମାନୀର ରକ୍ଷଣଶୀଳ ନେତା ଫ୍ରିଡ୍ରିଖ୍ ମେର୍ଜ ମଙ୍ଗଳବାର ଦିନ ପାର୍ଲାମେଣ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପରେ ଚାନ୍ସେଲର ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅପ୍ରତ୍ୟାଶିତ ଭାବେ ପରାଜୟର ସମ୍ମୁଖୀନ ହେବା ପରେ ଏହି ନିର୍ବାଚନ ତାଙ୍କ ନୂତନ ଗଠିତ ଗଠବନ୍ଧନ ସରକାର ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବା ଆରମ୍ଭ କରିଛି।

ମେର୍ଜଙ୍କୁ ୬୯ ବର୍ଷ ହୋଇଥିବା ବେଳେ, ସେ ଗତ ଫେବୃଆରୀରେ ଜାତୀୟ ନିର୍ବାଚନରେ ତାଙ୍କ କ୍ରିସ୍ଚିଆନ ଡେମୋକ୍ରାଟିକ୍ ୟୁନିଅନ (CDU) ଏବଂ ଏହାର ସହଯୋଗୀ ଦଳ କ୍ରିସ୍ଚିଆନ ସୋସିଆଲ ୟୁନିଅନ (CSU) କୁ ବିଜୟୀ କରାଇଛନ୍ତି। ସେ ସେଣ୍ଟର-ଲେଫ୍ଟ ସୋସିଆଲ ଡେମୋକ୍ରାଟିକ ପାର୍ଟି (SPD) ସହିତ ଗଠବନ୍ଧନ ଚୁକ୍ତି ସ୍ୱାକ୍ଷର କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ସେ ୩୨୫ ଭୋଟ ପାଇ ଆବଶ୍ୟକ ସଂଖ୍ୟାଗରିଷ୍ଠତା ୩୧୬ରୁ ୯ ଅଧିକ ଭୋଟ ହାସଲ କରିଛନ୍ତି। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ମାତ୍ର ୩୧୦ ଭୋଟ ପାଇ ପରାଜୟ ବରଣ କରିଥିଲେ।

ପ୍ରଥମ ଭୋଟିଂରେ ମେର୍ଜଙ୍କ ବିଫଳତା ଜର୍ମାନୀର ପୋଷ୍ଟ-ଓ୍ଵାର ଇତିହାସରେ ଏକ ଅଭୂତପୂର୍ବ ଘଟଣା ଥିଲା। ଯେଉଁଥିପାଇଁ ତାଙ୍କୁ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହି ଗୋପନ ଭୋଟିଂରେ କେଉଁ ସାଂସଦମାନେ ତାଙ୍କୁ ସମର୍ଥନ ଦେଇ ନଥିଲେ, ତାହା ସ୍ପଷ୍ଟ ହୋଇପାରି ନଥିଲା। ଏହା ତାଙ୍କ ନିଜ ରକ୍ଷଣଶୀଳ ଗୋଷ୍ଠୀ କିମ୍ବା SPD ରୁ ହୋଇପାରେ ବୋଲି ଅନେକ ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ଗଠବନ୍ଧନ ଭିତରେ ଅସନ୍ତୋଷ ଏବଂ ଅସ୍ଥିରତାର ସଙ୍କେତ ଦେଇଛି। ଯାହା ମେର୍ଜଙ୍କ ନେତୃତ୍ୱ ଏବଂ ସରକାରର ଭବିଷ୍ୟତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ଫ୍ରିଡ୍ରିଖ୍ ମେର୍ଜ, ଜଣେ ଧନୀ କ୍ୟାଥୋଲିକ ଆଇନଜୀବୀ ଏବଂ ପୂର୍ବତନ ବ୍ଲାକ୍‌ରକ୍ ଜର୍ମାନୀର ଅଧ୍ୟକ୍ଷ ଭାବେ ଜଣାସୁଣା। ୧୯୮୯ରେ ୟୁରୋପୀୟ ପାର୍ଲାମେଣ୍ଟରେ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ପରେ ସେ ବୁଣ୍ଡେଷ୍ଟାଗରେ ଯୋଗ ଦେଇ ଆର୍ଥିକ ନୀତି ବିଶେଷଜ୍ଞ ଭାବେ ନାମ ଅର୍ଜନ କରିଥିଲେ। ଅଙ୍ଗେଲା ମେର୍କେଲଙ୍କ ସହ ଦୀର୍ଘ ସମୟ ଧରି ପ୍ରତିଦ୍ୱନ୍ଦ୍ୱିତା ପରେ, ସେ ରାଜନୀତି ଛାଡ଼ି ବେସରକାରୀ କ୍ଷେତ୍ରରେ ଯୋଗ ଦେଇଥିଲେ। କିନ୍ତୁ ୨୦୨୨ ରେ CDU ର ନେତା ଭାବେ ଫେରି ଆସିଥିଲେ। ତାଙ୍କୁ ସାମାଜିକ ରକ୍ଷଣଶୀଳ ଏବଂ ଅର୍ଥନୈତିକ ଉଦାରବାଦୀ ଭାବେ ବିବେଚନା କରାଯାଇଥାଏ।

ମେର୍ଜଙ୍କ ନିର୍ବାଚନି ଜିତ୍ ପରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଅଭିନନ୍ଦନ ଜଣାଇଛନ୍ତି। ଜେଲେନସ୍କି ଆଶା ରଖିଛନ୍ତି ଯେ ଜର୍ମାନୀ ୟୁରୋପୀୟ ଏବଂ ଟ୍ରାନ୍ସଆଟଲାଣ୍ଟିକ ବ୍ୟାପାରରେ ଅଧିକ ନେତୃତ୍ୱ ନେବ, ଏବଂ ମାକ୍ରୋନ ଫ୍ରାନ୍ସ-ଜର୍ମାନୀ ସହଯୋଗିତାକୁ ଆହୁରି ଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। 

ନିର୍ବାଚନ ପରେ, ମେର୍ଜ ମଙ୍ଗଳବାର ଦିନ ବୁଣ୍ଡେଷ୍ଟାଗରେ ଶପଥ ଗ୍ରହଣ କରିଛନ୍ତି ଏବଂ ଜର୍ମାନୀର ରାଷ୍ଟ୍ରପତିଙ୍କଠାରୁ ନିଯୁକ୍ତି ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଏହି ନିର୍ବାଚନ ଜର୍ମାନୀ ଏବଂ ୟୁରୋପ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତର ପ୍ରତିନିଧିତ୍ତ୍ୱ କରୁଛି। ମେର୍ଜଙ୍କ ନେତୃତ୍ୱ ଆଗାମୀ ଦିନରେ ଜର୍ମାନର ସ୍ଥିରତା ଏବଂ ସଫଳତାକୁ ନିର୍ଣ୍ଣୟ କରିବ ବୋଲି ଦେଶବାସୀ ଆଶା ରଖିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.