ବରଗଡ ୨୮।୫ :ମିଳିତ ମାର୍କେଟ ମଞ୍ଚର ଚାଷୀମାନେ ବୁଧବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ରେଶମ, ସିହେନ ପାଳି, ପଧାନପାଲି, ସାଲେପାଲି, ଅରେଇଗୁଡ଼ି, ଗୁଦରାମୁଣ୍ଡା, ଇଛାପଦାରର ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମାର୍କେଟୟାଡ଼ ଠାରେ ପଡ଼ିଥିଲେ ମଧ୍ୟ ଧାନ ଉଠୁନାହିଁ ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ୩ ଦଫା ଦାବୀ ନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି।
ମୁଖ୍ୟତଃ ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବ ସେହି ଦିନ ଧାନର ମାନ ପରୀକ୍ଷା ଏବଂ ଓଜନ କରାଯାଇ ଅନଲାଇନ ରେଜିଷ୍ଟେସନ , ଚାଷୀ ଆଣିଥିବା ବସ୍ତାରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା, ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମଣ୍ଡି ରୁ ପ୍ରତିଦିନ ଯଥା ଶୀଘ୍ର ଏକ ହଜାର କ୍ୟୁଣ୍ଟାଲ ରୁ ଉର୍ଦ୍ଧ ଧାନ କିଣା ଯାଉ ବୋଲି ଦାବି କରାଯାଇଛି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ସହ ରାଜ ରାସ୍ତା ଅବରୋଧ ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।