ପ୍ରମୂଖ ଖବର
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିଦ୍ୟୁତ ଆଲୁଅରୁ ବଞ୍ଚିତ ଗ୍ରାମବାସୀ

Published By : Prameya | May 4, 2025 8:22 PM

ଫିରିଙ୍ଗିଆ, ୦୪/୦୫ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କିଛି ଏମିତି ଗାଁ ରହିଛି ଯେଉଁ ଗାଁ ମାନଙ୍କରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ବିଦ୍ୟୁତ ଆଲୋକ ଦେଖିନାହାନ୍ତି ଏହି ଗାଁ ର ଗ୍ରାମବାସୀ I ନିର୍ବାଚନ ସମୟରେ ନେତା ମନ୍ତ୍ରୀ ସମସ୍ତେ ଭୋଟ ମାଗିବା ପାଇଁ ଯାନ୍ତି I ବିଦ୍ୟୁତ ସଂଯୋଗ କରିଦେବା ପାଇଁ ପ୍ରତିଶୃତି ମଧ୍ୟ ଦିଅନ୍ତି I କିନ୍ତୁ ନିର୍ବାଚନ ସରିଲେ ସମସ୍ତେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାନ୍ତି I ଡିବିରୀ ଆଲୁଅ ଏକମାତ୍ର ଭରସା ସାଜିଛି I  ଏଭଳି ଘଟଣା  ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପକାରୀ ପଞ୍ଚାୟତରେ I

ଏହି ପଞ୍ଚାୟତ ଅଧୀନରେ ରହିଛି ବେଲା ଡ଼ଲି, ବିଜାମାରି ଓ କ୍ଲିଉ ଗାଁ I ଗାଁରେ ପ୍ରାୟ ୧୭  ଟି ପରିବାର ରହିଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ I ବିଦ୍ୟୁତ ସଂଯୋଗ କରିବା ପାଇଁ ଗ୍ରାମବାସୀ ବାରମ୍ବାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରୁ ଆରମ୍ଭ କରି ମନ୍ତ୍ରୀ ବିଧାୟକ ଓ ଜିଲ୍ଲାପାଳ ଙ୍କୁ ମଧ୍ୟ୍ୟ ବହୁବାର ଗୁହାରି କରିସାରିଛନ୍ତି ତଥାପି ଗାଁରେ  ହୋଇପାରୁନି ବିଦ୍ୟୁତ ସଂଯୋଗ I 

ଶେଷରେ ରବିବାର ଗ୍ରାମବାସୀ ବିଜେପି ର ପଞ୍ଚାୟତ ସଭାପତି ଦାୟିତ୍ୱ ରେ ଥିବା ବାବୁଲା କହଁର ଙ୍କ ଅଧକ୍ଷତାରେ ଏକ ବୈଠକ କରି ଚରମ ନିଷ୍ପତ୍ତି ନେଇଛନ୍ତି I ଆଗାମୀ ଦିନରେ ଏହି ଗାଁକୁ ବିଦ୍ୟୁତ ସଂଯୋଗ ନହଲେ ବାଧ୍ୟହୋଇ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବେ I 

ଏହି ଗାଁ ର ଏହି ବିଦ୍ୟୁତ ସମସ୍ୟା ବିଷୟରେ ଫିରିଙ୍ଗିଆ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ସତ୍ୟବ୍ରତ ସାହୁ ଙ୍କୁ ପଚାରିବାରୁ ଗାଁ ଗୁଡିକ ବଣପାହାଡ଼ ମଧ୍ୟ୍ୟରେ ଥିବାରୁ ଗାଁକୁ କମ୍ୟୁନିକେସନ ର ସୁବିଧା ହୋଉପାରୁନାହିଁ I ଯାହାପାଇଁ ଏହି ଗାଁ ଗୁଡିକରେ ବିଦ୍ୟୁତ ସଂଯୋଗ ହୋଇପାରୁନାହିଁ I ଆଗାମୀ ଦିନରେ ଏହି ଗାଁ ଗୁଡିକରେ ସୋଲାର ସିଷ୍ଟମ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସୂଚନା ଦେଇଛନ୍ତି I ତେବେ ଦେଖିବାକୁ ବାକି ରହିଲା ଏହି ଗାଁ ଗୁଡିକ ଉପରେ କେବେ ପ୍ରଶାସନ ର ଦୃଷ୍ଟି ପଡୁଛି ଓ ଗ୍ରାମବାସୀ କେବେ ବିଦ୍ୟୁତ ଆଲୋକ ଦେଖିବେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.