ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ

Published By : Ankita S | January 14, 2025 8:46 AM

ନୂଆଦିଲ୍ଲୀ,୧୪/୧: ଇସ୍ରୋ ପାଇଲା ନୂଆ ମୁଖ୍ୟ । ଏସ୍. ସୋମନାଥଙ୍କ ସ୍ଥାନରେ ଦାୟିତ୍ବ ନେଲେ ଭି.ନାରାୟଣନ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଶିଷ୍ଠ ବୈଜ୍ଞାନିକ ଭି. ନାରାୟଣନ । ସେ ୨ ବର୍ଷ ପାଇଁ ଏହି ପଦରେ ରହିବେ । ଆଜି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୧୪ରେ ଏସ୍. ସୋମନାଥଙ୍କ କାର୍ଯ୍ୟକଳାର ଶେଷ ଦିନ । ତେଣୁ ଗତକାଲି (ସୋମବାର) ଅପରାହ୍ନରେ ତାଙ୍କଠୁ ଦାୟିତ୍ବ ଗ୍ରହଣ କରିଛନ୍ତି ଭି. ନାରାୟଣନ ।

ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଏସ୍ ସୋମନାଥଙ୍କ କାର୍ଯ୍ୟକାଳ ସରିଛି । ତାଙ୍କ ସ୍ଥାନରେ ଡକ୍ଟର ଭି.ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି । ଏସ୍.ସୋମନାଥଙ୍କ ସ୍ଥାନରେ ଭି. ନାରାୟଣନଙ୍କୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ପକ୍ଷରୁ ନିଯୁକ୍ତି ମିଳିଥିଲା । ଏ ନେଇ ଗତ ୭ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା । ବିଜ୍ଞପ୍ତି ଅନୁସାରେ ସେ ସୋମନାଥଙ୍କଠୁ ଦାୟିତ୍ବ ନେଇଛନ୍ତି ।

ଭି.ନାରାୟଣନଙ୍କ ବିଷୟରେ...

ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ନାରାୟଣନ ଏଲପିଏସସି (ଲିକ୍ୟୁଡି ପ୍ରପୁଲସନ ସିଷ୍ଟମ ସେଣ୍ଟର)ର ଅଧ୍ୟକ୍ଷ ରହିଥିଲେ । ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ । ସେ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ଇସ୍ରୋ ଅଧ୍ୟକ୍ଷ ଦାୟିତ୍ବରେ ରହିବେ ।

ରକେଟ ଓ ମହାକାଶଯାନ ପ୍ରପୁଲସନ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଜିଏସଏଲଭି ଏମକେ-୩ ଯାନର ସି-୨୫ କ୍ରାୟୋଜେନିକ ପ୍ରୋଜେକ୍ଟର ସେ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ । ତାଙ୍କ ନେତୃତ୍ବରେ ଇସ୍ରୋର ଏକ ଟିମ ସି-୨୫ ଷ୍ଟେଜର ସଫଳ ବିକଶିତ କରିଥିଲା । ଏହା ସହିତ ଆଦିତ୍ୟ ମହାକାଶଯାନ, ଜିଏସଏଳଭି ଏମକେ-୩ ମିଶନ, ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ -୨ ପ୍ରପୁଲେସନ ସିଷ୍ଟମରେ ଭି ନାରାୟଣନଙ୍କ ଯଥେଷ୍ଟ ଅବଦାନ ରହିଛି । 

ଏହା ବି ପଢନ୍ତୁ... ଅନ୍ତରୀକ୍ଷରେ ଜୀବନ, ଇସ୍ରୋ ପଠାଇଥିବା ଝୁଡ଼ଙ୍ଗ ମଞ୍ଜିରୁ ବାହାରିଲା ଗଜା

ବିଜ୍ଞାନ କ୍ଷେତ୍ରରେ ଡକ୍ଟର ଭି.ନାରାୟଣନଙ୍କର ଉଲ୍ଲେଖ୍ୟନୀୟ ଅବଦାନ ରହିଛି । ଏରୋସ୍ପେସ ଇଞ୍ଜିନିୟରିଂରେ ସେ ପିଏଚଡି ହାସିଲ କରିଛନ୍ତି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ସହ ୪୦ ବର୍ଷର ଅଭିଜ୍ଞତା ସହ ଅନେକ ବଡ ପଦରେ ଦାୟିତ୍ବ ତୁଲାଇଛନ୍ତି । ସେ ରକେଟ ଓ ସ୍ପେସକ୍ରାପ୍ଟ ପ୍ରପୁଲସନରେ ବିଦ୍ବାନ । ୧୯୮୪ରେ ସେ ଇସ୍ରୋରେ ଯୋଗ ଦେଇଥିଲେ । କ୍ୟାରିଅର ଆରମ୍ଭର ୪ ବର୍ଷ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ସାଉଣ୍ଡିଙ୍ଗ ରକେଟସ୍, ସଲିଡ ପ୍ରପୁଲସନ କ୍ଷେତ୍ରରେ କାମ କରିଥିଲେ । ୧୯୮୯ରେ ଆଇଆଇଟି ଖଡଗପୁରରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏକ ଟିମ୍ ଗଠନ କରିଥିଲେ ।





  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.