ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ

କୁତ୍ରା, ୧୫/୭ : ପ୍ରେମ କଳିକୁ ନେଇ ଗଡ଼ିଲା ମୁଣ୍ଡ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ। ମୃତ ଯୁବତୀ ଜଣଙ୍କ ହେଉଛନ୍ତି କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪ ବର୍ଷ) ଏବଂ ମୃତ ଯୁବକ ଜଣଙ୍କ ହେଉଛନ୍ତି ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬ ବର୍ଷ)।

ମୃତ ଯୁବତୀଙ୍କ ମାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘରର କାର ଡ୍ରାଇଭର ରାଜଗାଙ୍ଗପୁର ଜଅରୁମାଲର ରାଜୁ ନାଗଙ୍କ ସହ ତାଙ୍କ ଝିଅ ଲିପ୍ସାର ପ୍ରେମ ସମ୍ପର୍କ ଥିଲା। କିଛି ଦିନ ହେଲା ପ୍ରେମିକ ରାଜୁ ଲିପ୍ସାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲା। ଯାହା ଏମବିଏ ପରୀକ୍ଷା ଦେଉଥିବ ଲିପ୍ସାଙ୍କ ପାଠପଢାରେ ବାଧା ଉପୁଜିଥିଲା। ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ରାଜୁ ଲିପ୍ସାଙ୍କ ଘରଲୋକଙ୍କୁ ଫୋନ କରି ଆସୁଛି ବୋଲି କହିଥିଲା। ରାତି ପ୍ରାୟ ୧୦ଟା ବେଳେ ରାଜୁ ଲିପ୍ସାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପରିବାର ଲୋକଙ୍କୁ ଲିପ୍ସାକୁ ମୁଁ ନେବାକୁ ଆସିଛି ବୋଲି କହିଥିଲା। ଏଥିରେ ଲିପ୍ସାଙ୍କ ମା ଏବଂ ବାପା ଏତେ ରାତିରେ ଝିଅକୁ ପଠାଇବା ପାଇଁ ମନା କରିଥିଲେ। ଯାହାକୁ ନେଇ ରାଜୁ ଉତକ୍ଷିପ୍ତ ହୋଇ ଲିପ୍ସାଙ୍କ ରୁମ୍‌ରେ ପଶିଥିଲେ। ସେଠାରେ ରାଜୁ ଓ ଲିପ୍ସାଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ରାଜୁ ଲିପ୍ସାଙ୍କୁ ପ୍ରଥମେ ହାତରେ ଏବଂ ପରେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଏହା ଦେଖି ଲିପ୍ସାଙ୍କ ବାପ ଓ ମା ବିରୋଧ କରିଥିଲେ। ରାଜୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଏକ କୋଠରୀରେ ବନ୍ଦ କରିଦେଇଥିଲା। ଏହି ସମୟରେ ଲିପ୍ସାଙ୍କ ଘରେ ୨ ଦିନ ଆଗରୁ ଥିବା ତାଙ୍କ ସହପାଠୀ ପ୍ରତାପ ଲାକ୍ରା ବିରୋଧ କରିବାରୁ ରାଜୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପ୍ରତାପଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରୀରେ ବାରମ୍ବାର ଆକ୍ରମଣ କରିଥିଲେ। ଘଟଣା ଘଟାଇବା ପରେ ରାଜୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। 

ଘଟଣା ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଭୟ ଲିପ୍ସା ଏବଂ ପ୍ରତାପକୁ କାର ଯୋଗେ କୁତ୍ରା ସିଏଚସିକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଲିପ୍ସାଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରତାପଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ସହପାଠୀ ପ୍ରତାପ ଦୁଇ ଦିନ ତଳେ ଲିପ୍ସା ସହ ଏକ ଇଣ୍ଟରଭ୍ୟୁ ଦେଇ ଆସିବା ପରେ ଲିପ୍ସାଙ୍କ ଘରେ ରହିଥିଲେ। ଘଟଣା ଦିନ କୌଣସି କାରଣରୁ ନିଜ ଘରକୁ ଯାଇପାରିନଥିଲେ। ଆଜି ତାଙ୍କ ନିଜ ଘରକୁ ଯିବା କଥା କିନ୍ତୁ ଗତକାଲି ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି। କୁତ୍ରା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଘଟଣା ନେଇ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.