ପ୍ରମୁଖ ଖବର
  • ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ, ଦଳୀୟ ସଭାପତିଭ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଆସିଲା ବିଜେଡ଼ିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ
  • ||
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ପୁରୁଣା ଲିପ୍‌ଷ୍ଟିକ୍‌କୁ ଫିଙ୍ଗନ୍ତୁନି, ଏପରି କରନ୍ତୁ ପୁର୍ନଃ ବ୍ୟବହାର

ଭୁବନେଶ୍ୱର ୧୮/୦୪: ଲିପ୍‌ଷ୍ଟିକ୍‌ ପ୍ରାୟ ଝିଅ ଓ ମହିଳାଙ୍କର ପସନ୍ଦିଆ କସ୍‌ମେଟିକ୍‌ । ଘରେ ହେଉ ଅବା ବାହାରକୁ ଯିବା ସମୟରେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି । ଅନେକ ସମୟରେ କୌଣସି କାରଣରୁ କିଛି ଲିପ୍‌ଷ୍ଟିକ୍‌ ନଷ୍ଟ ହୋଇଯାଇଥାଏ, ଯେପରିକି କାହାର ଏକ୍ସପାରୀ ତାରିଖ ସରିଯାଇଥାଏ ତ ଆଉ କାହାର ଲିପଷ୍ଟିକ୍‌ ଭାଙ୍ଗି ଯାଇଥାଏ । ଏହାକୁ ଫିଙ୍ଗନ୍ତୁନି, ବରଂ ପୁର୍ନଃ ବ୍ୟବହାର କରିପାରିବେ ।

ପୂର୍ବ ସମୟରେ ଏହାର ବ୍ୟବହାର ଏତେଟା ନଥିଲା । ମାତ୍ର ସମୟ କ୍ରମେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ଏବେ ବିଭିନ୍ନ ସେଡ୍‌ର ଲିପଷ୍ଟିକ୍‌ ବ୍ୟବହାର କରୁଛନ୍ତି ମହିଳାମାନେ, ଯାହା ଫଳରେ ଅନେକ ସମୟରେ ଏହାକୁ ଶେଷ କରିବା ସମ୍ଭବ ହେଉନି । କିନ୍ତୁ ଲିପ୍‌ଷ୍ଟିକ୍‌ର ଏକ୍ସପାରୀ ହୋଇଯାଉଛି । ତେଣୁ ପ୍ରାୟ ମହିଳା ଏହାକୁ ଫିଙ୍ଗି ଦେଇଥାନ୍ତି । ଏହାକୁ ଫିଙ୍ଗିବା ପରିବର୍ତ୍ତେ ପୁନଃ ବ୍ୟବହାର କରିପାରିବେ ।

ପିଲାଙ୍କ ପେଣ୍ଟିଂ:

ପିଲାମାନଙ୍କୁ ପେଣ୍ଟିଂ ବା ଡ୍ରଇଂ କରିବାର ଆଗ୍ରହ ରହିଥାଏ । ତେଣୁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ରଙ୍ଗ ପେନସିଲ୍‌ ଓ ପେଣ୍ଟ ରଙ୍ଗ ଆଣିବାକୁ ପଡିଥାଏ । ଏହି କ୍ଷେତ୍ରରେ ପିଲାମାନଙ୍କୁ ନିଜ ପାଖରେ ଥିବା ପୁରୁଣା ଲିପ୍‌ଷ୍ଟିକ୍‌ ମଧ୍ୟ ଦେଇପାରିବେ । ସେମାନେ ଏହାକୁ ରଙ୍ଗ ଭାବେ ବ୍ୟବହାର କରିପାରିବେ ।  

ଚିହ୍ନଟ ପାଇଁ ବ୍ୟବହାର:

ଆମେ ନିୟମିତ ଜୀବନରେ ଅନେକ ସମୟରେ କେଉଁଠି ଦାଗ ଦେବା ପାଇଁ ହେଉ ଅବା କିଛି ମାର୍କ ଦେବା ପାଇଁ ଲାଲ୍‌ ପେନ୍‌ ବା ମାର୍କର ବ୍ୟବହାର କରିଥାଉ । ସେହି ସ୍ଥାନରେ ମାର୍କର୍‌ ପରିବର୍ତ୍ତେ ଲିପ୍‌ଷ୍ଟିକ୍‌ର ବ୍ୟବହାର କରିପାରିବେ । 

କାନ୍ଥରେ ଥିବା କଣାକୁ ଭରିପାରିବେ:

ଘର କାନ୍ଥ ବା ଆସବାବପତ୍ରରେ ଅନେକ କାରଣରୁ ଛୋଟ କଣା କିମ୍ବା କ୍ରାକ୍‌ ହୋଇଯାଇଥାଏ । ଏହାକୁ ଭରିବା ପରେ ରଙ୍ଗ ମ୍ୟାଚ୍‌ କରିବା ପାଇଁ ଆପଣ ପୁରୁଣା ଲିପ୍‌ଷ୍ଟିକ୍‌ର ବ୍ୟବହାର କରିପାରିବେ । 

ଘରେ କରିପାରିବେ ଲିପ୍‌ ଅଏଲ୍‌:

ପୁରୁଣା ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ ବହୁତ କାମରେ ଲଗାଇ ପାରିବେ । ଆପଣ ଚାହିଁଲେ ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ରେ ଏସେନ୍ସ ପକାଇ ଲିପ୍‌ ଅଏଲ୍‌ ଭାବେ ବ୍ୟବହାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.