ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଲଗାଣ ବର୍ଷାରେ ଉଜୁଡିଲା ଚାଷ, କ୍ଷତିପୂରଣ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

Published By : Prameya | December 31, 2024 10:11 PM

କୋକସରା(ଆପ୍ର) ୩୧/୧୨:  ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟରେ ଚାଷି ଙ୍କ ଆର୍ଥିକ ମାନଦଣ୍ଡ ଦୋହଲିଯାଇଛି। ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଗତ ୨୪ ଓ ୨୫ ତାରିଖରେ ବର୍ଷା ହୋଇଛି। ଏହି ଲଗାଣ ବର୍ଷା ଯୋଗୁଁ ବ୍ଲକ ର ୨୨ ପଂଚାୟତ ରେ ଚାଷୀଙ୍କ ଅମଲକ୍ଷମ ଧାନ ବିଲ ରେ ନଷ୍ଟ ହେବା ସହ ଅମଳ କରି ବିକ୍ରି ପାଇଁ ରଖିଥିବା ଧାନ ଖଳା ରେ ନଷ୍ଟ ହୋଇଛି। ସେହିପରି ବିଭିନ୍ନ ମଣ୍ଡିରେ ପଡି ରହିଥିବା ହଜାର ହଜାର କ୍ୱିଣ୍ଟାଲ ଧାନ ମଧ୍ୟ ବର୍ଷା ରେ ଓଦା ହୋଇ ଗୁଣବତ୍ତା ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଏହାସହ ତୈଳବିଜ ଫସଲ, ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବା ଚାଷି ଅଭିଯୋଗ କରିଛନ୍ତି। 

ଲଗାଣ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରି ମଙ୍ଗଳବାର କୋକସରା ବ୍ଲକ କୃଷକ ସଚେତନ ମଞ୍ଚ ପକ୍ଷରୁ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ୨୨ ପଞ୍ଚାୟତ ର ଶତାଧିକ ଚାଷୀ କୋକସରା ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ।  ଶସ୍ୟବିମା ଲାଗୁ, ଇନପୁଟ ସବସିଡ଼ି,କୃଷିରୁଣ ଛାଡ଼,ଛାତ୍ରଛାତ୍ରୀ ଙ୍କ ଫି ଛାଡ଼, ମେଗାଲିଫ୍ଟ ରୁ ରବି ଚାଷ ପାଇଁ ଜଳସେଚନ, ସହ ଅନ୍ୟାନ୍ୟ ଦାବି ରେ ନାରାବାଜି କରି ସ୍ଥାନୀୟ କୋକସରା ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ଏକ ପଥପ୍ରାନ୍ତ ସଭା ରେ ଚାଷୀ ଙ୍କ ନ୍ୟାର୍ଯ୍ୟ ଦାବି କୁ ଶୀଘ୍ର ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପୂରଣ କରିବା ପାଇଁ ଦାବି କରିଛନ୍ତି। 

ପରେ ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ସଚେତନ କୃଷକ ମଞ୍ଚ ପକ୍ଷରୁ ମିନିକେତନ ପ୍ରଧାନୀ, ଜୟଲାଲ ନାଏକ, ଘନଶ୍ୟାମ ନାଏକ, ଧର୍ମବ୍ରତ ପଣ୍ଡା, ଗରୁଡ଼ ଧ୍ଵଜ ମାଝୀ, କମଳାକାନ୍ତ ପଣ୍ଡା, ପ୍ରକାଶ ଚୌଧୁରୀ,କେଶବ ଚନ୍ଦ୍ର ନାଏକ, ରଘୁନାଥ ପଣ୍ଡା,ଚିନ୍ତାମଣି ପଟେଲ, ମନିଜର ପୋଢ଼,ନିମାଇଁ ଧଙ୍ଗଡା ମାଝୀ, ଗୁପ୍ତେଶ୍ଵର ବାଗ, ଅରବିନ୍ଦ ପଟ୍ଟନାୟକ, ମୁକ୍ତେଶ୍ଵର ନାଏକ, ହରେକୃଷ୍ଣ ନାଏକ,ରାଜ କିଶୋର ସାହୁ,ବାବୁ ସାହୁ,ଭୁବନେଶ୍ୱର ମାଝୀ ସମେତ ଶତାଧିକ ଚାଷୀ ଦାବିପତ୍ର ପ୍ରଦାନ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.