ପ୍ରମୂଖ ଖବର
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଅଡ଼ୁଆରେ ଦିଲ୍ଲୀ କ୍ୟାପିଟାଲ୍ସ, ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରୁ ଆଉଟ୍‌ ରିଷଭ ପନ୍ତ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଚିନ୍ତା ବୃଦ୍ଧି ପାଇଛି । ସ୍ଲୋ-ଓଭର ରେଟ୍‌ ପେନାଲ୍ଟି ସହ ଦିଲ୍ଲୀ ଟିମ୍‌ର ଅଧିନାୟକ ରିଷଭ ପନ୍ତଙ୍କ ଉପରେ ବ୍ୟାନ ଲାଗିଛି । ସେ ଆଗାମୀ ଗୋଟିଏ ମ୍ୟାଚ୍‌ ଖେଳିପାରିବେ ନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ହେବାକୁ ଥିବା ମ୍ୟାଚ୍‌ ଖେଳିପାରିବେ ନାହିଁ ରିଷଭ ପନ୍ତ । ପ୍ଲେଅଫ ଦୃଷ୍ଟିରୁ ଏହା ଦିଲ୍ଲୀ କ୍ୟାପିଟାଲ୍ସ ଫାଇଁ ବହୁତ ବଡ଼ ଝଟକା ହେବ ବୋଲି କୁହାଯାଉଛି । ଗତ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ ସ୍ଲୋ ଓଭର ରେଟ୍‌ ଯୋଗୁଁ ଅଡ଼ୁଆରେ ପଡ଼ିଛି । ଏହା ପୂର୍ବରୁ ଚଳିତ ଆଇପିଏଲ ସିଜନ୍‌ରେ ଦୁଇ ଥର ସ୍ଲୋ ଓଭର ରେଟ୍‌ ଲାଗି ଫାଇନ୍ ଦେଇଥିଲେ ରିଷଭ ପନ୍ତ । 

  ଆଇପିଏଲ ନିୟମ ଅନୁସାରେ ଗୋଟିଏ ମ୍ୟାଚ୍‌ରେ ସ୍ଲୋ ଓଭର ରେଟ୍‌ ପାଇଁ ଟିମ୍‌ର ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼େ । ସେହିଭଳି ଦ୍ବିତୀୟ ଥର ଧିମା ବୋଲିଂ କରିବା ଯୋଗୁଁ କ୍ୟାପ୍ଟେନ ୨୪ ଲକ୍ଷ ଟଙ୍କା ଜରିମାନା ଦିଅନ୍ତି । କିନ୍ତୁ ତୃତୀୟ ଥର ଏଭଳି ହେଲେ ଟିମ୍‌ର ଅଧିନାୟକ ୩୦ ଲକ୍ଷ ଟଙ୍କା‌ ଫାଇନ୍‌ ଦେବା ସହ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ କରାଯାଏ । ରାଜସ୍ଥାନ ବିପକ୍ଷରେ ଧିମା ଓଭର ବୋଲିଂ କରିଥିବା ଦିଲ୍ଲୀର ଅଧିନାୟକ ରିଷଭ ପନ୍ତଙ୍କ ବ୍ୟତୀତ ଇମ୍ପାକ୍ଟ ପ୍ଲେୟର ଏବଂ ଅନ୍ୟମାନେ ୧୨ ଲକ୍ଷ ଟଙ୍କା ଲେଖାଏଁ କିମ୍ବା ମ୍ୟାଚ୍‌ ଫି‘ର ୫୦ ପ୍ରତିଶତ ଦେବେ ।

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ ରବିବାର ଦିନ ହେବ । ଗୋଟିଏ ପଟେ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ସେପଟେ ଆରସିବି ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ପ୍ଲେଅଫ୍‌ ଯିବାର ଆଶା ଉଜ୍ଜୀବିତ ରଖିବାକୁ ହେଲେ ଆସନ୍ତାକାଲିର ମ୍ୟାଚ୍‌ ଜିତିବା ଉଭୟ ଟିମ୍‌ଙ୍କ ଲାଗି ଖୁବ ଜରୁରି । ଯଦି ଦିଲ୍ଲୀ ବିଜୟୀ ହୁଏ ତେବେ ଟପ୍‌-୪ରେ ସାମିଲ ହୋଇପାରେ । ଆଉ ଆରସିବି ଚଳିତ ଆଇପିଏଲରୁ ବାଦ ପଡ଼ିପାରେ । କିନ୍ତୁ ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଦିଲ୍ଲୀ ଲାଗି ବିଜୟ ରାସ୍ତା ବିଲକୁଲ ସହଜ ହୋଇନପାରେ ।

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.