ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

କରୋନା ସ୍ଥିତି ସମୀକ୍ଷା; ଆସନ୍ତାକାଲି ସବୁ ରାଜ୍ୟ ସହ ବୈଠକ, ବ୍ୟସ୍ତ ହେବାର ନାହିଁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Ankita S | May 27, 2025 2:49 PM

ଭୁବନେଶ୍ୱର,୨୭/୦୫: ପୁଣି ଫେରିଛି କରୋନା । ଦିନକୁ ଦିନ ସଂକ୍ରମଣ ମାମଲା ବଢୁଛି । ଦେଶରେ ମୋଟ ଆକ୍ଟିଭ କେସ୍‌ ହଜାରେ ଟପିଛି । ଯାହା ଚିନ୍ତାର କାରଣ ହୋଇଛି । ରାଜ୍ୟରେ ଗୋଟିଏ ମାମଲା ଚିହ୍ନଟ ହୋଇଛି । ବଢୁଥିବା ସଂକ୍ରମଣକୁ ନେଇ ସତର୍କ ରହିଛି ସ୍ୱାସ୍ଥ୍ୟବିଭାଗ । ଆସନ୍ତାକାଲି (ବୁଧବାର) ଅପରାହ୍ଣ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ୍ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । 

ସେହିପରି ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, '' ସ୍ଥିତି ନିୟନ୍ତ୍ରଣରେ ଅଛି । ଯେଉଁ ଦୁଇଟି ଭାରିଆଣ୍ଟ ନେଇ ସଂକ୍ରମଣ ବଢୁଛି ତାହା ଏତେ ମାରାତ୍ମକ ନୁହେଁ । ଓଡ଼ିଶାରେ ଗୋଟେ ହିଁ କେସ୍‌ ଚିହ୍ନଟ ହୋଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟ ଭଲ ଅଛି । ତାଙ୍କ ପରିବାରରେ କାହାର ଲକ୍ଷଣ ନାହିଁ । ଗାଇଡଲାଇନ୍ ପରିବର୍ତ୍ତନ ହୋଇଛି । ଲକ୍ଷଣ ନଥିଲେ, ପରିବାର ଲୋକଙ୍କ ଟେଷ୍ଟ ହେବନି । ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର, ICMR,WHO ସହ ସମ୍ପର୍କରେ ଅଛି । ବ୍ୟସ୍ତ ହେବାର ନାହିଁ । କେବଳ ସତର୍କ ରୁହନ୍ତୁ ।

ବର୍ତ୍ତମାନ ଦେଶରେ ୧୦୧୦ ସଂକ୍ରମଣ ମାମଲା ରହିଛି । ମହାରାଷ୍ଟ୍ର ଓ କେରଳରେ ସ୍ଥିତି ସଙ୍ଗୀନ ରହିଛି । ୧୫୪ ନୂଆ ମାମଲା ସହିତ ମହାରାଷ୍ଟ୍ରରେ ୨୧୦ କେସ୍‌ ରହିଛି । କେରଳରେ ୪୩୦ ସହ ୩୩୫ ନୂଆ କେସ୍‌ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.