ମୁମ୍ବାଇ,୦୬/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଛି । ଏହାରି ଭିତରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରିଛନ୍ତି । ନାଗପୁରରେ ସମ୍ବିଧାନ ସମ୍ମାନ ସମ୍ମିଳନୀକୁ ସମ୍ବୋଧନ କରି ବିଜେପି ଓ ଆରଏସଏସ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ''ବିଜେପି ଓ ଆରଏସଏସ ଯେତେବେଳେ ଏହି ସମ୍ବିଧାନ ଉପରେ ଆକ୍ରମଣ କରନ୍ତି ସେମାନେ କେବଳ ଏହି ବହି ଉପରେ ନୁହେଁ ଦେଶର ସ୍ଵର ଉପରେ ଆକ୍ରମଣ କରନ୍ତି । ଭାଷାର ଆଦର କରିବା ଦରକାର । ସମ୍ବିଧାନରୁ ଆମ ଅନୁଷ୍ଠାନ ତିଆରି ହୁଏ । ସମ୍ବିଧାନ ନ ଥିଲେ ନିର୍ବାଚନ ଆୟୋଗ ନଥାନ୍ତା । ରାଜା ମହାରାଜଙ୍କ ପାଖରେ ନିର୍ବାଚନ କମିଶନ ନଥିଲା ।''
ସେ ଆହୁରି କହିଛନ୍ତି, ''ଆରଏସଏସ ସମ୍ବିଧାନ ସହ ସିଧା ଲଢିପାରିବ ନାହିଁ। ସେ ଜାଣିଛି ଯଦି ସେ ଏପରି କରେ ସେ ୫ ମିନିଟରେ ହାରିଯିବ । ସେ ପଛରେ ଲୁଚି କରି ଆକ୍ରମଣ କରନ୍ତି । ବିକାଶ, ପ୍ରଗତି, ଅର୍ଥନୀତି ଅଲଗା ଅଲଗା ଶଦ୍ଦ ପଛରେ ଆସେ ମାତ୍ର ଲକ୍ଷ୍ୟ ପଛରେ ଥାଏ ।''