ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୨୦୧୪ରୁ RSSର ସହଯୋଗୀ ଭାବେ କାର୍ଯ୍ୟ କରିଆସୁଛି NCERT: ଜୟରାମ ରମେଶ

Image Courtesy: theweek

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌)ର ସହଯୋଗୀ ଭାବରେ କାର୍ଯ୍ୟ କରିଆସୁଛି । ୨୦୧୪ରୁ ଏନସିଇଆରଟି ଆରଏସସର ସହଯୋଗୀ ହୋଇଆସିଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି । ଗୁଜରାଟ ଦଙ୍ଗା ଏବଂ ବାବରି ମସଜିଦ ଧ୍ବଂସ ସଂପର୍କିତ ତଥ୍ୟକୁ ପରିବର୍ତ୍ତନ କରି ପାଠ୍ୟପୁସ୍ତକରେ ସାମିଲ କରିବାକୁ ନେଇ ଏନସିଇଆରଟିର ନିଷ୍ପତ୍ତି ଉପରେ ଏଭଳି ଦାବି କରିଛନ୍ତି ରାଜ୍ୟସଭା ସାଂସଦ ଜୟରାମ ରମେଶ । ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ‘ଏନସିଇଆରଟି ଆମ ଦେଶର ସମ୍ବିଧାନ ଉପରେ ଆକ୍ରମଣ କରୁଛି । ଯେଉଁଥିରେ ଧର୍ମନିରପେକ୍ଷତାକୁ ଭାରତର ମୂଳ ଆଧାର ରୂପେ ଦର୍ଶାଯାଇଛି ।’  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନଟିଏ) ନିଟ୍‌-୨୦୨୪ରେ ଗ୍ରେସ୍‌ ମାର୍କ ପାଇଁ ଏନସିଇଆରଟି ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛି । ଏନଟିଏର ଅବହେଳାରୁ ଦୃଷ୍ଟି ହଟାଇବା ଲାଗି ଏଭଳି ଚକ୍ରାନ୍ତ କରାଯାଉଛି ବୋଲି ଜୟରାମ ରମେଶ ଅଭିଯୋଗ କରିଛନ୍ତି । ଏହା ସହ ଏନସିଇଆରଟି ପ୍ରଫେସନାଲ୍‌ ଇନଷ୍ଟିଚ୍ୟୁଟ୍‌ ହୋଇ ରହିନାହିଁ । ୨୦୧୪ରୁ ଏହା ଆରଏସଏସ୍‌ର ସହଯୋଗୀ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଜୟରାମ ରମେଶ ଦାବି କରିଛନ୍ତି ଯେ, ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ବହିରେ ଧର୍ମନିରପେକ୍ଷତା ବିଚାରଧାରାକୁ ସମାଲୋଚନା କରାଯାଇଛି । 

ସେପଟେ ଏନସିଇଆରଟି ମନେ ରଖିବା ଦରକାର ଏହାର ଅର୍ଥ ନ୍ୟାସନାଲ୍‌ କାଉନସିଲ ଫର ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ।  ଏନସିଇଆରଟିର ଅର୍ଥ ନାଗପୁର କିମ୍ବା ନରେନ୍ଦ୍ର କାଉନସିଲ୍‌ ଫର ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ନୁହେଁ ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।  ସେପଟେ ଏନସିଇଆରଟି ନର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପାଠ୍ୟପୁସ୍ତକର ଏଭଳି ପରିବର୍ତ୍ତନ ନିୟମିତ ବ୍ୟବଧାନରେ କରାଯାଏ । ସେଥିପାଇଁ ଏଭଳି ପ୍ରତିକ୍ରିୟାର କୌଣସି ଆବଶ୍ୟକତା ନାହିଁ ବୋଲି ଦିନେଶ ପ୍ରସାଦ କହିଛନ୍ତି । 

  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.