ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ, ଚାଲିଥିବା ପ୍ରକଳ୍ପଗୁଡିକ ଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ଵର, ୧୭/୦୬ : ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୈଠକ। ଚାଲିଥିବା ପ୍ରକଳ୍ପଗୁଡିକ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବିତ ମୌସୁମୀ ସମୟରେ ଦକ୍ଷତାର ସହିତ ଜଳ ପରିଚାଳନା କରିବାକୁ ସେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି। ଏହା ସହ ପରବର୍ତ୍ତୀ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ପରିଚାଳନା କରିବା ପାଇଁ ସେ ବିଭାଗକୁ ପ୍ରସ୍ତୁତ ରହିବାକୁ କହିଛନ୍ତି। 

ଜଳ ସମ୍ପଦର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ଅଧିକାରୀଙ୍କ ଏକ ଟିମ୍ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜ୍ୟର କୃଷକଙ୍କ ସ୍ଥିତିରେ ଉନ୍ନତି ଆଣିବା ସରକାରଙ୍କ ପ୍ରାଥମିକତା। ସେମାନଙ୍କୁ ଜଳ ଉପଲବ୍ଧ କରାଇବାରେ ବିଭାଗର ପ୍ରମୁଖ ଭୂମିକା ରହିଛି। ତେଣୁ କୃଷକମାନଙ୍କ ପାଇଁ ଅଧିକ ଲାଭ ସୁନିଶ୍ଚିତ କରିବା ପାଇଁ ଅତ୍ୟନ୍ତ ଆନ୍ତରିକତା, ସ୍ୱଚ୍ଛତା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ବିଭାଗର ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.