ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପିଏଲ୍‌ଆଇକୁ ସଫଳତା: ଡ୍ରଗ୍‌ ଉତ୍ପାଦନ କରିବେ ଆଉ ୪୮ ଫାର୍ମା କମ୍ପାନି, ୧୫ ହଜାର କୋଟିର ପ୍ରୋତ୍ସାହନ ଦେବ କେନ୍ଦ୍ର ସରକାର

Published By : Prameya | December 9, 2024 12:41 PM

ନୂଆଦିଲ୍ଲୀ,୦୯/୧୨: ଦେଶର ଫାର୍ମା ଶିଳ୍ପକୁ ଉତ୍ସାହିତ କରିବା ଲାଗି ସରକାର ଏକ୍ଷେତ୍ରରେ ଉତ୍ପାଦନ  ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ ଲାଗୁ କରିଛନ୍ତି । ଏ କ୍ଷେତ୍ରରେ ବଲ୍କ ଡ୍ରଗ୍‌ ପାଇଁ ୪୮ ପ୍ରକଳ୍ପ ସ୍ଥାପନ ପାଇଁ  କେନ୍ଦ୍ର ସରକାର ଚୟନ କରିଛନ୍ତି । ଏଥି ମଧ୍ୟରୁ ୩୪ କମ୍ପାନି ଏବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନ୍ୟ ପ୍ରକଳ୍ପ ଗୁଡିକ ତ୍ୱରିତ ଭିତ୍ତିରେ କାର୍ଯ୍ୟାନ୍ୱୟନ ହେବ ବୋଲି ଆଶା ରହିଛି । 

କେନ୍ଦ୍ର ସରକାର ଘରୋଇ ବଜାରରେ ଫାର୍ମା ଶିଳ୍ପକୁ  ଉତ୍ସାହିତ କରିବା ଲାଗି ପିଏଲ୍‌ଆଇ ସ୍କିମରେ ୧୫ ହଜାର  କୋଟି ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବାକୁ ଘୋଷଣା  କରିଛନ୍ତି । ଆର୍ଥିକ ବର୍ଷ ୨୦୨୨-୨୩ରୁ ୨୦୨୭-୨୮ ଅବଧି  ଯାଏ ଏ କ୍ଷେତ୍ରରେ ନିବେଶକୁ ସରକାର ଉତ୍ସାହିତ କରିବେ । ଏଥିରେ ବଲ୍କ ଡ୍ରଗ ଠାରୁ ଆରମ୍ଭ କରି ମେଡିକାଲ ଡିଭାଇସ ଦେଶ ମଧ୍ୟରେ ପ୍ରସ୍ତୁତ କରିବାକୁ ଉତ୍ସାହିତ କରାଯାଉଛି । ଏ କ୍ଷେତ୍ରରେ ଆମଦାନି ନିର୍ଭରତା କମାଇବା ଏବଂ ନିବେଶ  ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫାର୍ମା କ୍ଷେତ୍ରରେ ପ୍ରମୁଖ ଷ୍ଟାର୍ଟିଂ ମାଟେରିଆଲ, ଡ୍ରଗ  ଇଣ୍ଟର ମିଡିଆରି, ଆକ୍ଟିଭ ଫାର୍ମା ଇନଗ୍ରେଡିଏଣ୍ଟ ପ୍ରସ୍ତୁତକାରୀଙ୍କୁ  ସରକାର ଉତ୍ସାହିତ କରିବେ । ଏହି ବିଶେଷ କ୍ଷେତ୍ର ଗୁଡିକ ୬୯୪୦ କୋଟିର ସହାୟତା ସରକାର ଯୋଗାଇ ଦେବେ । ମେଡିକାଲ ଡିଭାଇସ ପ୍ରସ୍ତୁତକାରୀଙ୍କୁ ସରକାର ୩୪୨୦ କୋଟିର ସହାୟତା ଦେବା ଲକ୍ଷ୍ୟ ରଖିଛନ୍ତି । 

ମେଡିକାଲ ଡିଭାଇସ କ୍ଷେତ୍ରରେ ୩୨ ଆବେଦନକାରୀଙ୍କୁ ସରକାର ଚୟନ କରିଛନ୍ତି । ଏଥିରେ ୧୯ ନୂଆ କମ୍ପାନି ସାମିଲ ରହିଛି । ଏହି  କମ୍ପାନି ଗୁଡିକ ୪୪ଟି ବର୍ଗରେ ଉତ୍ପାଦନ ଆରମ୍ଭ କରିବେ । ଏହା ମଧ୍ୟରେ ଲିନିୟର ଆକ୍‌ସଲରେଟର, ଏମ୍‌ଆର୍‌ଆଇ  ମେସିନ, ସିଟି ସ୍କାନ, ମାମୋ ଗ୍ରାମ୍ସ, ଅଲଟ୍ରା ସାଉଣ୍ଡ ଭଳି  ମେସିନ ନିର୍ମାତା ରହିଛନ୍ତି । ଏ କ୍ଷେତ୍ରରେ କମ୍ପାନି ଗୁଡିକ  ୮୦୩୯ କୋଟିର ବିକ୍ରି ସଫଳତା ହାସଲ କରିଛନ୍ତି ।  ଏଥିରେ ୩୮୪୪ କୋଟିର ରପ୍ତାନି ମଧ୍ୟ ସାମିଲ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.