ଘସିପୁରା/ବେଲବାହାଳୀ, ୧୭/୬ : କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ହସନପୁର ନିକଟରେ ଦୁର୍ଘଟଣା। ଟ୍ରକ୍କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ କାର ଚାଳକ ଗୁରୁତର। ଆନନ୍ଦପୁର ମେଡିକାଲରେ ଭର୍ତ୍ତି।
ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଜଗନ୍ନାଥ ପ୍ରଧାନ ଏକ ମେଡିକାଲ କ୍ୟାମ୍ପ ପାଇଁ କେନ୍ଦୁଝରରୁ କୁଆଖିଆ ଯାଉଥିଲେ। ୨୦ନଂ ଜାତୀୟ ରାଜପଥ ହସନପୁର ନିକଟରେ ତାଙ୍କ କାର୍ ଏକ ଟ୍ରକ୍ ପଛପଟେ ଧକ୍କା ହୋଇଥିଲା। ଫଳରେ କାର୍ଟି ଚୁର୍ମାର୍ ହୋଇଯାଇଥିଲା। କାର୍ ଚାଳକ ଜଗନ୍ନାଥ ପ୍ରଧାନ ଗୁରୁତର ହୋଇଥିଲେ। ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଉଭୟ ଗାଡିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।