ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବାଇକକୁ ପିଟିଲା କାର; ଭାଇ ଭଉଣୀ ଗୁରୁତର

Published By : Bijay Swain | June 6, 2025 9:28 PM

ଫିରିଙ୍ଗିଆ,୬/୦୬: ଶୁକ୍ରବାର ସନ୍ଧ୍ୟା ଛଅଟା ସମୟରେ କାନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ହାଇସ୍କୁଲ ନିକଟରେ ଏକ କାର ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ସହ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହାସହ ମହିଳାଙ୍କ ଦୁଇ ମାସର ଶିଶୁ ରାସ୍ତା କଡ଼କୁ ଛିଟକି ପଡି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି I ତେବେ ଗୁରୁତର ଆହତ ହୋଇଥିବା ବାଇକ ଚାଲାକ ଜଣକ ହେଉଛନ୍ତି ଗୋଛାପଡା ଥାନା କ୍ରାଣ୍ଡିବାଲି ପଞ୍ଚାୟତ ଡ଼ଙ୍ଗୀମେଣ୍ଡି ଗାଁର ଗୌରହରି କହଁର। ଏବଂ ମହିଳା ଜଣକ ତାଙ୍କ ଭଉଣୀ ଉର୍ମିଳା କହଁର ବୋଲି ଜଣାପଡିଛି I 

ସୂଚନା ଅନୁସାରେ ଏକ ବାଇକରେ ଗୌରହରୀ ତାଙ୍କ ଭଉଣୀ ଓ ତାଙ୍କର ଦୁଇମାସର ଛୋଟ ଶିଶୁକୁ ଏକ ବାଇକରେ ଗୋଛାପଡା ମେଡିକାଲକୁ ନେଇକି ଯାଉଥିବା ସମୟରେ ଗୋଛାପଡା ବାଲନ୍ଦାପଡା ମୁଖ୍ୟ ରାସ୍ତାର କ୍ରାଣ୍ଡି ବାଲି ହାଇସ୍କୁଲ ନିକଟରେ ଦ୍ରୁତ ଗତିରେ ବିପରୀତ ଦିଗରୁ ଅସୁଥୁବା ଏକ କାର ଧକ୍କା ଦେଇଥିଲା I ଫଳରେ ବାଇକ ଚାଲାକ ଗୌରହରୀ ଓ ତାଙ୍କ ଭଉଣୀ ଗୁରୁତର ଆହତ ହେବା ସହ ମା କୋଳରେ ଥିବା ଦୁଇ ମାସର ଶିଶୁ ରାସ୍ତାକାଡ଼କୁ ଛିଟିକି ପଡି ସାମାନ୍ୟ ଆହତ ହୋଇଥିବା ଜଣାପଡିଛି I 

ତେବେ ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କାରଟି ବାଲନ୍ଦାପଡା ପଞ୍ଚାୟତ ମଣ୍ଡିଵାଲା ଗାଁର ବୋଲି ଜଣାପଡିଛି I ତେବେ ଆହତ ବାଇକ ଆରୋହୀମାନଙ୍କୁ ସ୍ଥାନୀୟ ଲୋକେ ଏକ ବୋଲେରୋ ସାହାଯ୍ୟରେ ପ୍ରଥମେ ଗୋଛାପଡା ମେଡିକାଲକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛିI ଅନ୍ୟପଟେ ଘଟଣା ସ୍ଥଳରେ ଗୋଛାପଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.