ଭୁବନେଶ୍ଵର, ୧୧/୦୭ : ମିକ୍ସଚର ଫ୍ୟାକ୍ଟ୍ରିରୁ ବ୍ରାଉନସୁଗର ଜବତ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭାଟପଡ଼ାରେ ଏହି ଘଟଣା ଘଟିଛି। ଅବକାରୀ ବିଭାଗ ଚଢାଉ କରି ୧୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଧଳା ଜହର କାରବାର ଅଭିଯୋଗରେ ଜଣେ ବ୍ୟବସାୟୀ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ସୂଚନାନୁଯାୟୀ, ବେଗୁନିଆ ବ୍ଲକ ଭାଟପଡ଼ାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଖବର ମିଳିବା ପରେ ଅବକାରୀ ବିଭାଗ ଚଢାଉ କରିଥିଲା। ଚଢାଉ ବେଳେ ମିକ୍ସଚର ଫ୍ୟାକ୍ଟ୍ରିରୁ ୧୫୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ଅଭିଯୋଗରେ ଜଣେ ବ୍ୟବସାୟୀ ସହ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତଙ୍କ ଗିରଫଦାରିକୁ ନେଇ ଖୋର୍ଦ୍ଧା ଅବକାରୀ ଅଫିସ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ଷଡ଼ଯନ୍ତ୍ର କରି ମିକ୍ସଚର ଫ୍ୟାକ୍ଟ୍ରିରେ ବ୍ରାଉନସୁଗର ରଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।