ବାଙ୍ଗିରିପୋଷି, ୨୭/୭: ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକର ବିଜେପି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ସଞ୍ଜଲୀ ମୁର୍ମୁ ଯୋଗ ଦେଇଥିବା ବେଳେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଗଦା ମୁର୍ମୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଦୁଲାରୀ ସିଂ, କୁଳିଅଣା ମଣ୍ଡଳ ସଭାପତି ବିଶ୍ୱନାରାୟଣ ଜୀତବାବୁ, ଚାନ୍ଦୁଆ ମଣ୍ଡଳ ସଭାପତି ଆନନ୍ଦ ବେହେରା, ଶାମାଖୁଣ୍ଟା ମଣ୍ଡଳ ସଭାପତି ଜୁଲି ମହାନ୍ତ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୀତି, ଆଦର୍ଶ ତଥା ବାଙ୍ଗିରିପୋଷି ବିଧାୟିକା ନେତୃତ୍ୱକୁ ସମର୍ଥନ କରି ବିଧିବଦ୍ଧ ଭାବେ କୁଳିଅଣା ବିଜେଡି ବ୍ଲକ ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ଦେଓବାବୁ, ବ୍ଲକ ଉପାଧ୍ୟକ୍ଷା ଅନିମା ସାହୁ, କେଉଟଣମାରି ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ସତ୍ୟବାନ ସ୍ୱାଇଁ, ପୁରୁଣାପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ ମନରଞ୍ଜନ ନାଏକ, ପୁରୁଣାପାଣି ସମିତି ସଭ୍ୟା ନମିତା ଦେଓବାବୁ, ପାରୁଲିଆ ସମିତି ସଭ୍ୟା ସଂଯୁକ୍ତା ରାଉତ, ନଧନା ସମିତି ସଭ୍ୟ ସୋନୁ ସିଂ, କେଉଟୁଣୀ ମାରି ସମିତି ସଭ୍ୟା ମାଳତୀ ସିଂ, ଗାଙ୍ଗରାଜ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ମହାକୁଡ଼, ବାଇଗଣବାଡ଼ିଆ ସମିତି ସଭ୍ୟା ପୁନଗି ରାଣୀ ହାଁସଦା ସମେତ ୨୫ ଜଣ ୱାର୍ଡ ସଭ୍ୟାସଭ୍ୟଙ୍କ ସହ ଶତାଧିକ ବିଜେଡି କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗ ଦେଇଥିଲେ। ବିଧାୟିକା ସଞ୍ଜଲୀ ମୁର୍ମୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସମସ୍ତଙ୍କୁ ଦଳରେ ସାମିଲ କରିଥିଲେ। ଏହି ନେତୃ ବୃନ୍ଦ ଙ୍କ ଯୋଗଦାନ ଯୋଗୁଁ ଆଗକୁ କୁଳିଅଣା ବ୍ଲକରେ ବିଜେପି ଅଧିକ ମଜବୁତ ହେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଓଡିଶା ଓ ବିକଶିତ ଭାରତ ସ୍ୱପ୍ନ ପୂରଣ ହେବା ଦିଗରେ ସହାୟକ ହେବାରେ ସାହାଯ୍ୟ କରିବ ବୋଲି ବିଧାୟିକା କହିଥିଲେ।