ଭୁବନେଶ୍ୱର,୧୯/୦୭ : ଆସନ୍ତା ୨୧ ତାରିଖରେ ସର୍ବଦଳୀୟ ବୈଠକ ହେବ । ୨୨ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଶୁକ୍ରବାର ସନ୍ଧ୍ୟା ୬ଟାରେ ନବୀନ ନିବାସରେ ବିଜେଡି ସାଂସଦମାନଙ୍କର ବୈଠକ ଅନୁଷ୍ଠିତ ହେବ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସଂସଦରେ ଦଳର ଆଭିମୁଖ୍ୟ କ’ଣ ରହିବ, ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ ।
ପୂର୍ବରୁ ବିଜେପି ପ୍ରତି ଯେମିତି ନରମ ଆଭିମୁଖ୍ୟ ରହୁଥିଲା, ସେମିତି ରହିବ ନା ଆକ୍ରମଣାତ୍ମକ ହେବ ବିଜେଡି। ଏସବୁ କଥା ବୈଠକରେ ଚୂଡାନ୍ତ ହେବ । ଏବେ ଲୋକସଭାରେ ବିଜେଡିର କେହି ସାଂସଦ ନାହାନ୍ତି। ରାଜ୍ୟସଭାରେ ୯ଜଣ ସାଂସଦ ଅଛନ୍ତି ।