ପ୍ରମୂଖ ଖବର
  • IAS ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ, ହାଇକୋର୍ଟ କରିଥିବା ଆବେଦନ ଖାରଜ, ୧୦ ହଜାର ଲାଞ୍ଚ ମାମଲାରେ ହୋଇପାରନ୍ତି ଗିରଫ
  • ||
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ନୀଳଗିରିରେ ଦୁର୍ବଳ ହେଉଛି ବିଜେଡି ; ଶଙ୍ଖ ଛାଡ଼ି ପଦ୍ମ ଧରିପାରନ୍ତି ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ

Published By : Rasmita Pradhan | June 20, 2025 9:59 AM

ନୀଳଗିରି, ୧୯/୬: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଦୁର୍ବଳ ହେଉଛି ବିଜେଡି । କିଛିଦିନ ପୂର୍ବରୁ ଜଡ଼ିଦା ପଞ୍ଚାୟତର ସରପଞ୍ଚ, ୩ ଜଣ ପୂର୍ବତନ ସରପଞ୍ଚ, ୭ଜଣ ୱାର୍ଡ ମେମ୍ବର ବିଜେଡି ଛାଡ଼ି ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ଏହାକୁ ନେଇ ନୀଳଗିରି ରାଜନୀତି ସରଗରମ ହୋଇଉଠିଥିଲା। ଏବେ ୧୩ନଂ ଜୋନର କିଛି ତୁଙ୍ଗ ନେତା ବିଜେଡି ଛାଡି ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ନୀଳଗିରି ରାଜନୀତି ପାଣିପାଗ ଗୋଳିଆ ହୋଇଛି। 

ସୂଚନାଯୋଗ୍ୟ, ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ୫ବର୍ଷ କ୍ଷମତାରେ ରହିବା ପରେ ୨୦୧୯ରେ ନେତା ଅଦଳବଦଳକୁ ଭୋଟର ସହଜରେ ହଜମ କରିପାରିନଥିଲେ ଏବଂ ବିଜେପିକୁ ସମର୍ଥନ କରିଥିଲେ । ବରିଷ୍ଠ ନେତା ସନ୍ତୋଷ ଖଟୁଆ ମଧ୍ୟ ବିଜେଡି ଛାଡି ବିଜେପି ବିଧାୟକ ହେଲାପରେ ଏବେ ବିଜେଡି ଦଳର ତୁଙ୍ଗନେତାମାନେ ବିଜେପି ମୁହାଁ ହୋଇଛନ୍ତି। ବିଜେଡି ଦଳର ଜଣେ ଟାଣୁଆ ନେତା କୁହାଯାଉଥିବା ୧୩ ନମ୍ବର ଜୋନର ଜିଲ୍ଲାପରିଷଦ ଗତିକୃଷ୍ଣ ନନ୍ଦ ଦିନେ ସନ୍ତୋଷ ଖଟୁଆଙ୍କର ଆନୁଗତ୍ୟ ଥିଲେ। ୨୦୨୪ରେ ସନ୍ତୋଷ ବିଜେପିକୁ ଗଲାପରେ ଗତିକୃଷ୍ଣ ଦଳ ପରିବର୍ତ୍ତନ କଲେ କାଳେ ଜିଲ୍ଲା ପରିଷଦ ସଭ୍ୟ ପଦ ଯିବ ଏନେଇ ପଛଘୁଞ୍ଚା ଦେଇ ବିଜେପିକୁ ଯାଇନଥିଲେ। ଏପରିକି ବିଜେଡି ସରକାର ଗଠନ କରିବ ନାହିଁ ବୋଲି ସେ ବିଶ୍ୱାସ ମଧ୍ୟ କରିନଥିଲେ। ହେଲେ ଏବେ ଓଡ଼ିଶା ରାଜନୀତିର ପାଣିପାଗ ଦେଖି ବରିଷ୍ଠ ନେତା ଗତିକୃଷ୍ଣ ନନ୍ଦ ବିଜେପି ଆଡ଼କୁ ଢଳିଥିବା ଚର୍ଚ୍ଚା ହେଉଛି। ସେ ବିଜେପିରେ ଖୁବଶୀଘ୍ର ମିଶିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିବା ବେଳେ ତାଙ୍କ ସହ ଅନ୍ୟ ଜଣେ ଜିଲ୍ଲାପରିଷଦ ସଭ୍ୟ ଓ ବିଜେଡି କର୍ମୀ, ସରପଞ୍ଚ ପଦ୍ମ ଧରିବା ନେଇ ଚର୍ଚ୍ଚା ହେଉଛି । ତେବେ ତାଙ୍କ ସହିତ ନରଣପୁର, ତେଲିପାଳ, ଜାମୁଡିହା, ସଜନାଗଡ଼, ଆରବନ୍ଦ, ଶ୍ୟାମସୁନ୍ଦରପୁର, କାଣ୍ଡଗରଡ଼ିହି, ଈଶ୍ୱରପୁର, ରାଧାକିଶୋରପୁର ପଞ୍ଚାୟତର କିଛି ତୁଙ୍ଗ ନେତାମାନେ ବିଜେପିରେ ମିଶିବା ସୂଚନା ରହିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.