ନୂଆଦିଲ୍ଲୀ,୬।୧: ପ୍ରାୟ ୫ ବର୍ଷ ପରେ ରୁଷ-ଭାରତ-ଚୀନ୍ (RIC) ତ୍ରିପାକ୍ଷିକ ସମ୍ବାଦ ପୁଣିଥରେ ଆରମ୍ଭ କରିବା ଉପରେ ଚେଷ୍ଟା କରୁଛି।। ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ୨୯ ମଇରେ ପର୍ମରେ ଏକ ସୁରକ୍ଷା ସମ୍ମିଳନୀ ବେଳେ ଏହି କଥା ଘୋଷଣା କରିଥିଲେ। ଏହି ସମୟରେ ସେ କହିଥିଲେ ଏବେ ସମୟ ଆସିଯାଇଛି ଏହି ମଞ୍ଚକୁ ପୁଃନ ଜୀବିତ କରାଯାଉ। ଋଷର ସରକାରୀ ସମାଚାର ଏଜେନ୍ସି ତାସ୍କୁ ଲାଭରୋଭ କହିଛନ୍ତି, ମୁଁ ତ୍ରିକୋଣୀୟ ରୁଷ, ଭାରତ, ଚୀନ୍କୁ ସକ୍ରିୟ କରିବାକୁ ଚାହେଁ। ଯାହାର ସ୍ଥାପନା ବହୁ ବର୍ଷ ପୂର୍ବରୁ ଋଷର ପୂର୍ବତନ ପ୍ରଧାନମନ୍ତ୍ରୀ ୟେଭଗେନି ପ୍ରେମାକୋଭାଙ୍କ ଡାକରାରେ ଆୟୋଜିତ ହୋଇଥିଲା।’
RIC ତ୍ରିପାକ୍ଷିକ ସମ୍ବାଦର ଆରମ୍ଭ ୧୯୯୦ ଦଶକର ଶେଷରେ ରୁଷର ପୂର୍ବତନ ପ୍ରଧାନମନ୍ତ୍ରୀ ୟେଭଗେନି ପ୍ରିମାକୋଭଙ୍କ ପରାମର୍ଶରେ ହୋଇଥିଲା। ଏହାର ଉଦେଶ୍ୟ ଥିଲା ପଶ୍ଚିମ ପ୍ରଭାବକୁ ସନ୍ତୁଳନ ରଖିବା ଓ ୟୁରୋଶିୟାରେ ରଣନୈତିକ ସହଯୋଗ ବଢାଇବା। ଏହି ମଞ୍ଚ ଅନୁସାରେ, ଏପର୍ଯ୍ୟନ୍ତ ୨୦ ରୁ ଅଧିକ ମନ୍ତ୍ରୀସ୍ତରୀୟ ବୈଠକ ହୋଇସାରିଛି। କିନ୍ତୁ ୨୦୨୦ ରେ ଗଲବାନ ଘାଟିରେ ଭାରତ-ଚୀନ୍ ସଂଘର୍ଷ ପରେ ଏହି ସମ୍ବାଦ ଠପ୍ ହୋଇଯାଇଛି।
ରୁଷ କାହିଁକି RIC ସକ୍ରିୟ କରୁଛି ?
୧- ଭାରତ-ଚୀନ୍ ସମ୍ପର୍କରେ ନମନୀୟତା ଆଣିବା। କାରଣ ଲାଭରୋଭ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମଧ୍ୟରେ ଅକ୍ଟୋବର ୨୦୨୪ ରେ କଜାନରେ ବୈଠକ ହୋଇଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ବିବାଦ କମ୍ ହୋଇଥିଲା। ଏଥିପାଇଁ RICକୁ ପୁନଃଜୀବିତ କରିବାର ଚେଷ୍ଟା ଚାଲିଛି।
୨- ଋଷ ମତରେ ନାଟୋ ଓ କ୍ବାଡ ଭଳି ସଂଗଠନ ଆଞ୍ଚଳିକ ସନ୍ତୁଳନ ବିଗାଡୁଛନ୍ତି। ନାଟୋ ଭାରତକୁ ଚୀନ୍ ବିରୋଧି ଷଡଯନ୍ତ୍ରରେ ସାମିଲ କରିବାକୁ ଚେଷ୍ଟା କରୁଛି। RIC ଏକ ସ୍ବତନ୍ତ୍ର ଓ ସନ୍ତୁଳିତ ମଞ୍ଚ ହୋଇପାରେ। ଯାହାକି ପଶ୍ଚିମ ଚାପକୁ ମୁକାବିଲା କରିବ।
୩-ଋଷର ରଣନୀତି ହେଉଛି ସେ ଏକ ନ୍ୟାୟ ସଙ୍ଗତ ଓ ମିଳିତ ସୁରକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହନ, ଯାହାଫଳରେ ବହୁ ଧ୍ରୁବୀୟ ବିଶ୍ବ ବ୍ୟବସ୍ଥାକୁ ସମର୍ଥନ ମିଳିବ।