ପ୍ରମୁଖ ଖବର
  • କେନ୍ଦୁଝରରେ ପୁଣି ହାତୀ ମୃତ୍ୟୁ, ପେଟରୁ ମଲା ଶାବକ ଉଦ୍ଧାର ପରେ ଆଖିବୁଜିଲା ମାଇ ହାତୀ
  • ||
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଶଙ୍ଖ ଶିବିରରେ ଅନୁଭବ ଆଉଟ୍, ବର୍ଷା ଇନ୍... ପ୍ରାର୍ଥୀ ହେବେ ନା କର୍ମୀ ହୋଇ ରହିବେ ?

ଭୁବନେଶ୍ୱର ୧୮/୦୪: ଅନୁଭବ ଆଉଟ୍, ବର୍ଷା ଇନ୍। ବିଜୁ ଜନତା ଦଳରେ ସାମିଲ ହେଲେ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶଙ୍ଖ ଭବନରେ ଚାଲିଥିବା ମହାମିଶ୍ରଣ ପର୍ବରେ ବର୍ଷା ପ୍ରିୟଦର୍ଶିନୀ ପ୍ରାଥମିକ ସଦସ୍ୟ ଭାବେ ବିଜେଡିରେ ମିଶିଛନ୍ତି। ପୂର୍ବତନ ସ୍ଵାମୀ ଅନୁଭବ ମହାନ୍ତି ବିଜେଡିରୁ ଆଉଟ୍ ହେବା ପରେ ସେ ଶଙ୍ଖ ଶିବିରରେ ଇନ୍ ମାରିଛନ୍ତି। କିଛି ବର୍ଷ ହେବ ପାରିବାରିକ ବିବାଦ ଯୋଗୁଁ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଚାଲିଥିଲା ଛାଡପତ୍ର ମାମଲା। ୨୦୧୯ ନିର୍ବାଚନ ଓ କଟକ ମହାନଗର ନିଗମ ନର୍ବାଚନରେ ପ୍ରଚାରକ ଭା‌ବେ ବିଜେଡି ପାଇଁ ପ୍ରଚାର କରିଥିଲେ। ତେବେ ଏଥର ନିର୍ବାଚନରେ ଦଳ ତାଙ୍କ ଉପରେ ଭରସା କରି ପ୍ରାର୍ଥୀ କରିବ ନା ସେ କର୍ମୀ ହୋଇ ରହିବେ ତାହାକୁ ନେଇ ଜାରି ରହିଛି ସସପେନ୍ସ।

ସୂଚନାନୁଯାୟୀ, ୨୦୧୩ ଏପ୍ରିଲ ୨୭ରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ ମହାନ୍ତି। ବିଭିନ୍ନ ନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ଭାବେ ଘୋଷଣା କରିଥିଲା ଦଳ। ୨୦୧୪ରେ ରାଜ୍ୟସଭା ପାଇଁ ହୋଇଥିଲେ ମନୋନୀତ। ଦେଶର ସବୁଠୁ କମ୍ ବୟସ୍କ ନେତା ଭାବେ ରାଜ୍ୟସଭାକୁ ମନୋନୀତ ହୋଇ ନିଜ ନାମରେ କରିଥିଲେ ରେକର୍ଡ। ଏହାପରେ ୨୦୧୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡାଙ୍କ ସହ କରିଥିଲେ ଫାଇଟ୍। ବିଜେଡିର ଲୋକପ୍ରିୟତା ଏବଂ ଅନୁଭବଙ୍କ କ୍ରେଜ୍ ଆଗରେ ହାର୍ ମାନିଥିଲେ ବୈଜୟନ୍ତ। ପରେ ପାରିବାରିକ ବିବାଦ ଏବଂ ମତଭେଦ କାରଣରୁ ଦଳ ଠାରୁ ନିଜକୁ ଦୂରେଇ ରଖୁଥିଲେ। ବିଜେଡିରେ କୋଣ ଠେସା ହୋଇ ରହିଥିଲେ ଅନୁଭବ। ପରେ କେନ୍ଦ୍ରାପଡ଼ାରୁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିବା ପରେ ଅଭିମାନ କରି ଦଳ ଛାଡିଥିଲେ ଅନୁଭବ। ତାଙ୍କ ପରେ ଏବେ ବିଜେଡିରେ ମିଶିଛନ୍ତି ପୂର୍ବତନ ସ୍ତ୍ରୀ। 

ଜଣେ ଶିଶୁ କଳାକାର ଭାବେ ଓଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ ବର୍ଷା । ପରେ ପରେ ନିଜର ନିଖୁଣ ଅଭିନୟ ପାଇଁ ଆଗଧାଡିର ନାୟିକା ଭାବେ ବେଶ୍ ପରିଚିତ ହୋଇଥିଲେ । ଓଲିଉଡ୍ ସହ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପରେ ଓଲିଉଡ୍ ର ଷ୍ଟାର ନାୟକ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲରେ ଚାଲିନଥିଲା । ଏମିତିକି ଉଭୟଙ୍କ ପାରିବାରିକ ବିବାଦ କୋର୍ଟରେ ପହଞ୍ଚିଥିଲା । ଉଭୟଙ୍କ ଛାଡପତ୍ର ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି।

Also Read :-

ଓଡ଼ିଶାରେ କେଉଁଠି କେତେବେଳେ ହେବ ମତଦାନ ? ଜାଣନ୍ତୁ...

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.