ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଯୋଧ୍ୟାର ଦକ୍ଷିଣ କୋରିଆ ସହ ରହିଛି ଖାସ କନେକ୍ସନ; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

Published By : Bijay Swain | December 6, 2024 5:54 PM

Image courtesy: amarujala

ନୂଆଦିଲ୍ଲୀ: ଅଯୋଦ୍ଧାର ରାମମନ୍ଦିରକୁ ଦେଖିବା ପାଇଁ ଦେଶ-ବିଦେଶରୁ ଅନେକ ଲୋକ ଆସୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସାରା ଦେଶର ଲୋକମାନେ ଦୀପଦାନ କରିଥିଲେ। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ରାମଲାଲାଙ୍କୁ ନେଇ ଉତ୍ସାହ ଦେଖାଦେଇଥିଲା। ପ୍ରାଣ ପ୍ରତିଷ୍ଠା ଦିନ ସମଗ୍ର ବିଶ୍ୱର ପ୍ରାୟ 50ରୁ ଅଧିକ ଦେଶରୁ ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଥିରେ ଦକ୍ଷିଣ କୋରିଆର କିମ ଚିଲ-ସୁ ମଧ୍ୟ ସାମିଲ ଥିଲେ। ଚିଲ-ସୁ ହେଉଛନ୍ତି ରାଣି ହେଓଙ୍କର ରାଜବଂଶର ଦାୟଦ। ରାଣୀ ହେଓଙ୍କ ଅନ୍ୟନାମ ହେଉଛି ସୁରିରତ୍ନା। ତେବେ ଆପଣଙ୍କୁ ଜଣାଅଛି କି ରାଣୀ ହେଓ ଅଯୋଦ୍ଧାର ରାଜକୁମାରି ଥିଲେ।

ରାଣୀ ହେଓ ଓରଫ ସୁରିରାତ୍ନା ଅଯୋଧ୍ୟାଙ୍କ ରାଜକୁମାରୀ ଥିଲେ | ଏୈତିହାସିକ ତଥ୍ୟରୁ ଜଣାପଡେ ଯେ ରାଣୀ ସୁରିରତ୍ନା ୪୮ ଖ୍ରୀଷ୍ଟାବ୍ଦରେ କୋରିଆ ଯାତ୍ରା କରିଥିଲେ। ଅନ୍ୟପଟେ କୋରିଆରେ କିମ ସୁରୋ ନାମକ ଜଣେ ରାଜା ୪୨ ଖ୍ରୀଷ୍ଟାବ୍ଦରେ କୋରିଆରେ କରକ ରାଜବଂଶ ପ୍ରତିଷ୍ଠା କରିଥିଲେ। ରାଜକୁମାରୀ ସୁରିରତ୍ନା କୋରିଆରେ ପହଞ୍ଚିବା ପରେ ରାଜା କିମ ସୁରୋଙ୍କୁ ବିବାହ କରିଥିଲେ।

କୁହାଯାଏ ଏକଦା ରାଜକୁମାରୀ ସୁରିରତ୍ନାଙ୍କ ବାପା-ମା’ଙ୍କୁ ତାଙ୍କ ଝିଅକୁ ଗ୍ୟୁମଗବାନ(ବର୍ତ୍ତମାନର ସାଉଥ କୋରିଆ) ପଠେଇବା ପାଇଁ ସ୍ୱପ୍ନାଦେଶ ହୋଇଥିଲା। କାରଣ ରାଜା ସୁରୋଙ୍କୁ ଏଯାଏ କୌଣସି ରାଣୀ ମିଳି ନଥିଲେ। ସ୍ୱପ୍ନକୁ ସତ ମାନି ସୁରିରତ୍ନାଙ୍କ ବାପା-ମା’ ତାଙ୍କୁ ବହୁ ଉପହାର ସହ ଏକ ନୌକାରେ ସୁରୋଙ୍କ ସହ ଭେଟିବା ପାଇଁ ପଠାଇଥିଲେ। ରାଜକୁମାରି ଯାଇ ଦକ୍ଷ୍ଣ କୋରିଆରେ ପହଞ୍ଚିବା ସହ ରାଜା ସୁରୋଙ୍କୁ ବିବାହ କରିଥିଲେ। 

ଅଯୋଦ୍ଧାର ରାଜ ପରିବାରର ସଦସ୍ୟ ତଥା ରାମ ଜନ୍ମବୃଭୂମି ଟ୍ରଷ୍ଟର ଅଧ୍ୟକ୍ଷ ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ୨୦୧୮ରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏହି ସାକ୍ଷାତକାରରେ ସେ ଏକ ଘଟଣା ସମ୍ବଦ୍ଧରେ ପ୍ରକାଶ କରିଥିଲେ। ୧୯୯୬ ମସିହାରେ ଇଞ୍ଜେ ୟୁନିଭରସିଟିରୁ ଜଣେ ଡେଲିଗେଟ ରାଣୀ ହେଓଙ୍କ ସମ୍ବଦ୍ଧରେ ଜାଣିବାକୁ ଏଠାକୁ ଆସିଥିଲେ। ୧୯୯୯ ମସିହାରେ ସେ ରାଣୀଙ୍କୁ ଦକ୍ଷିଣ କୋରିଆର ରାଜଧାନୀ ଯିବାକୁ ନିମନ୍ତ୍ରଣ ଦେଇଥିଲେ। ସେମାନେ ସେଠାରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ଉତ୍ତମ ଅତିଥି ଚର୍ଚ୍ଚା ମିଳିଥିଲା। ତାହା ସହ ଭାରତ ଓ ଦକ୍ଷିଣ କୋରିଆର ମଧ୍ୟରେ ଉତ୍ତମ ସମ୍ବଦ୍ଧ ସ୍ଥାପନ କରିବା ଉପରେ ସେଠାରେ ଥିବା ଲୋକମାନେ ରାଜାଙ୍କ ସହ ଆଲୋଚନା କରିଥିଲେ।

ଉତ୍ତର କୋରିଆ ଗିମହେ ସହର ଓ ଉତ୍ତରପ୍ରଦେଶ ସରକାରଙ୍କ ସହଭାଗିତାରେ ୨୦୦୧ରେ ଅଯୋଧ୍ୟାରେ ରାଣୀ ହେଓ ମେମୋରିଆଲ ପାର୍କ ପ୍ରତିଷ୍ଠା କରିଥିଲେ। ପ୍ରାୟ ୨୦୦୦ ବର୍ଗ ମିଟର ଉପରେ ବିସ୍ତାର ହୋଇଥିବା ଏହି ପାର୍କରେ ଏକ ଧ୍ୟାନ ହଲ୍, ରାଜା ଏବଂ ରାଣୀଙ୍କ ପାଇଁ ମଣ୍ଡପ, ପାଥୱେ, ଫାଉଣ୍ଟେନ ଏବଂ ସମ୍ବଦ୍ଧିତ ଇତିହାସକୁ ନେଇ ବିଭିନ୍ନ ଫଟୋ ଏବଂ ଭିଡିଓ ସୁବିଧା ରହିଛି | ରାଣୀ ହେଓଙ୍କ ଦକ୍ଷିଣ କରିଆ କନେକ୍ସନ ଉତ୍ତରପ୍ରଦେଶ ପାଇଁ କେବଳ ସାଂସ୍କୃତିକ ନୁହେଁ ବାଣିଜ୍ୟିକ ଦୃଷ୍ଟିକୋଣରୁ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ। ଭାରତରେ ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ଚାଙ୍ଗ ଜେ-ବକ୍ ଗତ ବର୍ଷ କହିଥିଲେ ଯେ ଅଯୋଧ୍ୟା ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୦୦ ବର୍ଷ ପୂର୍ବେ ଜଣେ ଭାରତୀୟ ରାଜକୁମାରୀ ଜଣେ କୋରିଆ ରାଜାଙ୍କୁ ବିବାହ କରିଥିଲେ ଓ ଅଯୋଧ୍ୟା ସହ ସୁସମ୍ପର୍କ ସ୍ଥାପନ କରିଥିଲେ। ଯାହାକି ଆମର ଏୈତିହାସିକ ପୁସ୍ତକ 'ଅୟୁତା'ରେ ମଧ୍ୟ ଉଲ୍ଲେଖ କରାଯାଇଛି |

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.