ନ୍ୟୁୟର୍କ,୧୩।୮: ଆମେରିକାରେ ଲଗାତାର ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଉଛି। ଏବେ ପୁଣିଥରେ ଆମେରିକାର ଇଣ୍ଡିୟାନା ରାଜ୍ୟରେ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଏହି ଘଟଣା ପ୍ରବାସୀ ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ମନ୍ଦିର ନେମପ୍ଲେଟକୁ ଅଜଣା ବ୍ୟକ୍ତି ଭାଙ୍ଗିବା ସହ ହିନ୍ଦୁ ଧର୍ମକୁ ନେଇ କାନ୍ଥରେ ବିବାଦୀୟ କଥା ଲେଖିଛନ୍ତି। ମନ୍ଦିର ପ୍ରଶାସନ ଏହାକୁ ‘ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ’ ବୋଲି କହିଛନ୍ତି। ଏହା ଗତ ଏକ ବର୍ଷରେ ଚତୁର୍ଥ ଥର ହୋଇଛି। ଯେତେବେଳେ କୌଣସି ବିଏପିଏସ୍ ମନ୍ଦିର ଉପରେ ଆକ୍ରମଣ କରାଯାଇଛି।
ଏହି ଘଟଣାକୁ ନେଇ ଚିକାଗୋରେ ଭାରତୀୟ ଦୂତାବାସର କଡା ପ୍ରତିକ୍ରିୟା ମିଳିଛି। ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଓ କହିଛନ୍ତି ସେ ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଭାରତୀୟ ଦୂତାବାସ ଗ୍ରୀନ୍ଉଡ୍ର ମେୟର, ସ୍ଥାନୀୟ ନେତା ଓ ଶ୍ରଦ୍ଧାଳୁଙ୍କ ସହ ବୈଠକ କରି ଏକତା ଓ ସତର୍କତା ବଜାୟ ରଖିବାକୁ ଅପିଲ କରିଛନ୍ତି। ଘଟଣାଟି ଗତ ୧୦ ଅଗଷ୍ଟରେ ଗ୍ରୀନ୍ଉଡ୍ ସିଟି ସ୍ଥିତ ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିରରେ ହୋଇଛି।
ମନ୍ଦିର ପ୍ରଶାସନ କହିଛି, ଏହି ଘଟଣା ଆମ ସମ୍ପ୍ରଦାୟର ସଂକଳ୍ପକୁ ଆହୁରି ମଜବୁତ କରିଛି। ଆମେ ଧର୍ମ-ବିରୋଧି ଗତିବିଧି ବିରୋଧରେ ରହିଛୁ। ଉଲ୍ଲେଖନୀୟ ଯେ, ମାର୍ଚ୍ଚରେ ମଧ୍ୟ ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ବିଏପିଏସ୍ ହିନ୍ଦୁ ମନ୍ଦିରକୁ ଏଭଳି ଟାର୍ଗେଟ କରାଯାଇଥିଲା।