ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଏୟାର ଇଣ୍ଡିଆ ବିମାନରେ ବଡଧରଣର ତ୍ରୁଟି, ଯାତ୍ରୀଙ୍କ ଖାଦ୍ୟରୁ ମିଳିଲା ବ୍ଲେଡ୍, ଭୁଲ୍ ସ୍ବିକାର କଲା କମ୍ପାନୀ...

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ ଫ୍ରାନ୍ସିସ୍କୋ ବିମାନରେ ଏକ ବଡ ଅବହେଳା ସାମ୍ନାକୁ ଆସିଛି । ଏହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରେ ଏକ ବଡ ବ୍ଲେଡ୍ ମିଳିଥିଲା । ଏହି ଘଟଣା ଜୁନ୍ ୯ରେ ଘଟିଥିଲା । ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜର ଭୁଲକୁ ସ୍ୱୀକାର କରିଛି । କହିଛି ଯେ ବ୍ଲେଡ୍ ଫୁଡ୍ ପ୍ରୋସେସିଙ୍ଗ୍ ୟୁନିଟ୍‌ର ଅଟେ ।  

ସୂଚନାନୁସାରେ, ମାଥର୍ସ ପାଲ ନାମକ ଜଣେ ଯାତ୍ରୀ ଏହି ଏୟାର ଇଣ୍ଡିଆ ବିମାନରେ କିଛି ଖାଦ୍ୟ ଅର୍ଡର କରିଥିଲେ । ତେବେ ସେ ଖାଦ୍ୟ ଖାଉଥିବା ସମୟରେ ହଠାତ୍ ତାଙ୍କ ପାଟିରେ ଏକ କଠିନ ଜିନିଷ ଲାଗିଥିଲା, ଯେତେବେଳେ ସେ ଏହାକୁ ବାହାର କରି ଦେଖିଲେ, ଏହା ଏକ ବ୍ଲେଡ ଥିଲା। 

ଏହା ପରେ ପୀଡିତ X ରେ ଏହି ଖାଦ୍ୟର ଚିତ୍ର ସେୟାର କରି ଲେଖିଥିଲେ, "ଏୟାର ଇଣ୍ଡିଆର ଖାଦ୍ୟ ଛୁରୀ ପରି କାଟିପାରେ । ଏହାର ଖାଦ୍ୟରେ ଏକ ବ୍ଲେଡ୍ ଖଣ୍ଡ ଥିଲା । ଖାଦ୍ୟ ସହିତ ଏହା ପାଟି ଭିତରକୁ ଯିବା ପରେ ଏହା ଜଣାପଡିଥିଲା । ଧନ୍ୟବାଦ, କୌଣସି କ୍ଷତି ହୋଇନାହିଁ।"




ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ଘଟଣା ଏକ ବ୍ରାଣ୍ଡ ଭାବରେ ଏୟାର ଇଣ୍ଡିଆର ଭାବମୂର୍ତ୍ତିକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଛି । ଯଦିଓ ସେ ନିରାପଦରେ ଅଛନ୍ତି, ଯଦି ଏହି ଖାଦ୍ୟ ଏକ ଶିଶୁର ନିକଟକୁ ଯାଇଥାନ୍ତା, ତେବେ ଏହା ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥାନ୍ତା । ତେବେ ଯାତ୍ରୀଙ୍କ ଅଭିଯୋଗର ଉତ୍ତରରେ ଏୟାର ଇଣ୍ଡିଆ ଏହି ଘଟଣା ପାଇଁ କ୍ଷମା ମାଗିଛି ଏବଂ ତୁରନ୍ତ ଏହାର ସମୀକ୍ଷା କରିବ ଏବଂ ଏହାର ସମାଧାନ ନିଶ୍ଚିତ କରିବ ବୋଲି ଆଶ୍ୱାସନା ଦେଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.