ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଥିବା ଅଭିଯୁକ୍ତ ଗିରଫ

ଲମତାପୁଟ, ୨୭/୦୫ : ଥାନା ପରିସରରେ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଥିବା ଅଭିଯୁକ୍ତ ସାହିନ ଖାନକୁ ଗିରଫ କଲା ନନ୍ଦପୁର ପୋଲିସ। ହିକିମପୁଟ ଗ୍ରାମରେ ଶ୍ଵଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ। ନନ୍ଦପୁର SDPO ସମ୍ବିତ ମାଝୀ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ସାହିନକୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ସୂଚନାନୁଯାୟୀ, କିଛିଦିନ ପୂର୍ବେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ କରି ଗତ ୨୨ ତାରିଖରେ ପୁଲିସ ପାତ୍ରପଣ୍ଡି ଗାଁର ଉମେଶ ଗୁଣ୍ଠାକୁ ଧରିଥିଲା । ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ୨୩ ତାରିଖ ଦିନ କୌଶଳକ୍ରମେ ଉମେଶ ଥାନାରୁ ଖସି ପଳାଇଥିଲା । ତାକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ଉମେଶର ଘନିଷ୍ଠ ବନ୍ଧୁ ସାହିନ୍‌ ଖାଁକୁ ତାର ଶ୍ୱଶୁର ଘର ବିଲାପୁଟରୁ ପୁଲିସ ଉଠାଇ ଆଣିଥିଲା । ତାକୁ ପଚରାଉଚରା କରୁଥିଲା । ଗତକାଲି ସ୍ଥାନୀୟ ବଜାରରେ ଉମେଶ ବୁଲୁଥିବା ନେଇ ପୁଲିସ ଖବର ପାଇଥିଲା । ତାକୁ ଧରିବାକୁ ଥାନାଧିକାରୀ ମମତା ପଣ୍ଡା, ଏସ୍‌ଆଇ ବେଦବର ସାହୁ, ଦୀପ୍ତିମୟୀ ଧାରୁଆ ଟିମ୍‌ ସହ ଯାଇଥିଲେ । ଥାନାକୁ କେବଳ ଜଣେ କନେଷ୍ଟବଳ ଜଗିଥିଲେ । ଏହାର ସୁଯୋଗ ନେଇ ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ସାହିନ୍‌ ସେଣ୍ଟ୍ରି ଦାୟିତ୍ୱରେ ଥିବା କନେଷ୍ଟବଳଙ୍କୁ ଆକ୍ରମଣ କରିଥିଲା । ପରେ ଥାନା ପାଚେରି ଡେଇଁ ଫେରାର୍‌ ହୋଇଯାଇଥିଲା । ଖବରପାଇ ଏସ୍‌ଡିପିଓ ସମ୍ବିତ କୁମାର ମାଝୀ ଥାନାରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ କନେଷ୍ଟବଳଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.