ପାରାଦ୍ଵୀପ, ୦୬/୧୨ : କଟକ-ପାରାଦ୍ବୀପ ରାସ୍ତାର ତାଳଦଣ୍ଡା ନିକଟରେ BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ। ସମ୍ପ୍ରେ ଫସିଥିବା ଶ୍ରମିକ ମୃତ । ମାଟି ତଳ ସମ୍ପ୍ରୁ ୨ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ।
ସୂଚନାନୁଯାୟୀ, ତାଳଦଣ୍ଡା ନିକଟରେ BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ସମ୍ପ୍ରେ ଜଣେ ଶ୍ରମିକ ଫସିଯାଇଥିଲେ। ୨ ଘଣ୍ଟା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଡାକ୍ତରଖାନା ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବିନା ସୁରକ୍ଷା ବ୍ୟବସ୍ଥାରେ ଶ୍ରମିକଙ୍କୁ କିଭଳି ମରାମତି କାମରେ ନିୟୋଜିତ କରାଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି। ପାଇପ୍ ଲାଇନ୍ରେ ଗ୍ୟାସ୍ ଲିକ୍ ହେଉଥିବା ସୂଚନା ମିଳିଛି।