ନୂଆପଡା, ୪।୧୧ ମହିଳାକୁ ମାରି ଖାଇବା ପରେ ଗାଁ ଛାଡ଼ୁନି କଲରାପତରିଆ ବାଘ। ଘର ଭିତରେ ପରିବାର ଲୋକ ଶୋଇଥିବା ବେଳେ ଛାତ ଉପରେ ମଣିଷଖିଆ ବାଘ ଛକି ରହିଛି। ଧରମବନ୍ଧା ଥାନା ସିଲିଆରିବାହାରା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜିରାଖଣ୍ଡ ସାହୁ ଘର ଉପରେ ବାଘ ଛକି ବସିଥିବାର ଦେଖିବାକୁ ମିଳିଛି। ମଣିଷଖିଆ ବାଘକୁ ନେଇ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଅନ୍ୟ ପକ୍ଷରେୁ ଗାଁରେ ପଇଁତରା ମାରୁଛି ବନ ବିଭାଗ।
ସୂଚନାଯୋଗ୍ୟ ଯେ ଶନିବାର ସନ୍ଧ୍ୟାରେ ଶିଶୁକୁ ଘରୁ ଉଠାଇ ନେଇଥିଲା କଳରାପତରିଆ ବାଘ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଜୀବିତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। । ଧରମବନ୍ଧା ବିଟ କୋଦୋପାଲି ଗ୍ରାମରେ ଏହି ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଧରମବନ୍ଧା ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ ଗତ ପାଞ୍ଚ ଦିନ ତଳେ କଟିଙ୍କପାଣି ଗ୍ରାମର ଛଅ ବର୍ଷ ର ନାବାଳକ ଡମ୍ବରୁ ଧର ମାଝୀ ଙ୍କୁ ଖେଳୁଥିବା ସମୟରେ ବାଘ ଟେକି ନେଇଥିଲା । ଗାଁ ଲୋକ ଘଉଡେଇବା ପରେ ବାଘ ଟି ଶିଶୁ କୁ ଏକ ଚଟାଣରେ ଛାଡି ଚାଲି ଯାଇଥିଲା। । ଲୋକେ ସେହି ଶିଶୁ କୁ ଉଦ୍ଧାର କରିବା ଭିତରେ ତାର ମୃତ୍ୟୁ ହୋଇ ସାରିଥିଲା । ସେହି ରାତିରେ ହିଁ ଗାଁର ଅର୍ଜୁନ ମାଝୀ ଙ୍କ ଗୁହାଳରେ ପଶି ଗାଈ ମାରି ବାଘ ଖାଇଥିଲା । ତେବେ ତିନି ଦିନ ପରେ ପୂଣି ସିଲିଆରିବାହାରା ଗାଁରେ ଦେଖା ଦେଇଛି ବାଘ ଆତଙ୍କ । ଶୌଚ ଯିବା ଭିତରେ ଗାଁର ରାମେଶ୍ରୀ ମାଝୀଙ୍କୁ ଟେକି ନେଇ ବାଘ ମାରି ଖାଇଥିଲା । ଯାହାକୁ ପରିବାର ଲୋକେ ଜାଣି ପାରି ନଥିଲେ । ଶନିବାର ସକାଳୁ ଜଙ୍ଗଲ ଭିତରେ ବାଘ ଖାଉଥିବା ର ଦେଖିଥିବା ବେଳେ ଲୋକେ ଘଉଡେଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । କାରଣ ପାଲଟା ଆକ୍ରମଣ କରିଥିଲା ବାଘ । ପରେ ଗ୍ରାମବାସୀ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲେ।
ଆହୁରି ପଢନ୍ତୁ : ଶିଶୁକୁ ଘରୁ ଝାମ୍ପି ନେଲା ବାଘ, ଗ୍ରାମବାସୀ କଲେ ଉଦ୍ଧାର