ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

‘ ଅପରେସନ ସିନ୍ଦୂର’କୁ ଫିଲ୍ମର ଟାଇଟଲ ପାଇଁ ୩୦ରୁ ଅଧିକ ଆବେଦନ , ଜାଣନ୍ତୁ କେଉଁ କେଉଁ ପ୍ରଡକ୍ସନ ହାଉସ୍‌ ଏହି ଦୌଡ଼ରେ ସାମିଲ

Published By : Prameya | May 8, 2025 9:42 PM

ମୁମ୍ୱାଇ : ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ଭାରତର ଜବାବରେ ଦେଶର ଲୋକେ ଇମୋସନାଲ। ଏଥିରେ ‘ଅପରେସନ ସିନ୍ଦୂର’ ଟାଇଟଲରେ ଫିଲ୍ମ ତିଆରି କରିବା ପାଇଁ ଅନେକ ପ୍ରଡ୍ୟୁସରଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଛି। ଇଣ୍ଡିଆନ ମୋସନ ପିକଚର ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଏମପିପିଏ) ଓ ଇଣ୍ଡିଆନ ଫିଲ୍ମ ଆଣ୍ଡ ଟେଲିଭିଜନ ପ୍ରଡ୍ୟୁସର୍ସ କାଉନ୍ସିଲ (ଆଇଏଫଟିପିସି)ରେ ଅପରେସନ ସିନ୍ଦୂର ଓ ପହଲଗାମ ଟେରର ଆଟାକ୍‌ ଟାଇଟଲର ରାଇଟ୍ସର ଅନେକ ପ୍ରାର୍ଥନା ପତ୍ର ରହିଛି।

ଆମର ସହଯୋଗୀ ହିନ୍ଦୁସ୍ତାନ ଟାଇମ୍ସ ଡଟ୍‌ କମ୍‌ର ରିପୋର୍ଟ ମୁତାବିକ , ଆଇଏଫଟିପିସିର ସୁରେଶ ଅମିନ କହିଛନ୍ତି କି, ବୁଧବାର ଦ୍ୱିପ୍ରହର ୩ଟା ସମୟରୁ ହିଁ ପ୍ରଡ୍ୟୁସରଙ୍କ ଆପ୍ଲିକେସନ ଆସିବା ଆରମ୍ଭ ହୋଇ ଯାଇଛି। ସେ କହିଛନ୍ତି , ଅପରେସନ ସିନ୍ଦୂରର ଟାଇଟଲ ନେବା ପାଇଁ ପ୍ରାର୍ଥନାପତ୍ରର ବନ୍ୟା ଛୁଟିଛି। ଯେତେ ସବୁ ଟାଇଟଲ ମିଳିଛି ସବୁ ଏହି ମିଶନକୁ ନେଇ। ଆମକୁ ୧୦-୧୨ଟି ଆପ୍ଲିକେସନ ମିଳିଛି। ଏହି ଟାଇଟଲ ବଲିଉଡ୍‌ର ବଡ଼ ବଡ଼ ପ୍ରଡକ୍ସନ ହାଉସ୍‌ରୁ ରହିଛି। ଟାଇଟଲ ଫିଲ୍ମ ସହ ୱେବ୍ ସିରିଜ ପାଇଁ ମଧ୍ୟ ରହିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଗିଛି ରାଇଟ୍ସ –

IMPPAରେ ମଧ୍ୟ ଅପରେସନ ସିନ୍ଦୂରକୁ ନେଇ ଦୁଇ ଦିନ ଭିତରେ ୨୦-୨୫ଟା ଟାଇଟଲ ରେଜିଷ୍ଟର ହୋଇ ସାରିଛି। ବାର ଆଣ୍ଡ ବେଞ୍ଚର ରିପୋର୍ଟ ମୁତାବିକ , ଅପରେସନ ସିନ୍ଦୂର ପାଇଁ ଟ୍ରେଡମାର୍କ ଆପ୍ଲିକେସନ ଫାଇଲ କରୁଥିବା କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ ଥିଲା। ଏହା କ୍ଲାସ୍‌ ୪୧ ଅନୁସାରେ ଏକ୍ସକ୍ଲୁସିଭ୍ ରାଇଟ୍ସ ମାଗିଛି। ଏହା ଏଣ୍ଟରଟେନମେଣ୍ଟ, ଏଜୁକେସନ ,କଲଚର ଓ ମିଡ଼ିଆ ସର୍ଭିସେସ୍‌କୁ କଭର କରିଥାଏ।

ଦୁଇଟି ରିଜନାଲ , ବାକି ହିନ୍ଦୀ –

IMPPAରୁ ହରେଶ ପଟେଲ କହିଛନ୍ତି , ଆମକୁ ୨ ଦିରେ ୨୫ ପାଖାପାଖି ଆପ୍ଲିକେସନ ମିଳିଛି। ଏଥିରେ ଦୁଇଟି ରିଜନାଲ ପ୍ରୋଜେକ୍ଟ ଅଛି, ଆଉ ସବୁ ହିନ୍ଦୀ।  ଆମେ କାହାକୁ ଆପ୍ଲିକେସନ ପଠାଇବାରେ ରୋକି ପାରିବୁ ନାହିଁ। ଏବେ ନିର୍ଭର କରୁଛି କିଏ ପ୍ରଥମ ଆପ୍ଲିକେସନ ପଠାଇଛି, ଟାଇଟଲ ସେହି ପ୍ରଡ୍ୟୁସରଙ୍କୁ ମିଳିବ।

ଏହି ଲୋକଙ୍କ ନାଁ ଆସିଛି ସାମନାକୁ –

ଏହି ସବୁ ସଂସ୍ଥା ସହ ଜଡ଼ିତ ସୋର୍ସ କହିଛନ୍ତି ଯେ, ଆପ୍ଲିକେସନ ପଠାଇ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଜନ ଆବ୍ରାହମଙ୍କ ପ୍ରଡକ୍ସନ ବ୍ୟାନର , ଆଦିତ୍ୟ ଧର ପ୍ରଡକ୍ସନ ହାଉସ୍‌ , ମହାବୀର ଜୈନ କମ୍ପାନୀ , ଅଶୋକ ପଣ୍ଡିତ , ମଧୁର ଭଣ୍ଡାରକରଙ୍କ ନାଁ ସାମିଲ ଅଛି। ଜି ଷ୍ଟୁଡିୟୋଜ୍‌ , ରିଲାଏନ୍ସ , ଜେପି ଫିଲ୍ମସ , ବମ୍ୱେ ଶୋ ଷ୍ଟୁଡିଓ  ଓ ଅଲମାଇଟି ମୋସନ ପିକଚର ମଧ୍ୟ ଦୌଡରେ ରହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.