ଭୁବନେଶ୍ଵର, ୩୧/୦୭ : ସପ୍ତଦଶ ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ । କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପଶୁ ସମ୍ପଦ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ ପ୍ରଶ୍ନକାଳ ରହିଛି।
ଅନ୍ୟପଟେ ଶୂନ୍ୟକାଳରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଓ ଶାସକ ଗୃହରେ ଉଠାଇବେ। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ୯୫ ହଜାର କୋଟି ଲେଖା ଅନୁଦାନକୁ ବ୍ୟୟ ମଞ୍ଜୁର ବିଲ୍ ପାରିତ କରାଯିବ।