ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ପ୍ଲାଷ୍ଟିକ ବର୍ଜ୍ୟରେ ଭରିଗଲାଣି ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର, ପୌରପାଳିକାର କାର୍ଯ୍ୟାନୁଷ୍ଠାନ ଶୂନ

Published By : Prameya | December 9, 2024 1:27 PM

ପୁରୀ,୦୯/୧୨: ପ୍ଲାଷ୍ଟିକ ରାକ୍ଷାସ ଆଁରେ ଗିଳି ହୋଇଗଲାଣି ଧାର୍ମିକ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର । ବ୍ୟବସାୟିକ  ପ୍ରତିଷ୍ଠାନଠାରୁ ଆରମ୍ଭ କରି ବ୍ୟକ୍ତିଗତ  ଅନୁଷ୍ଠାନ ସବୁଠି ବେଧଡକ୍‌ ପ୍ଲାଷ୍ଟିକ  ବ୍ୟବହାର କରାଯାଉଛି । ପ୍ଲାଷ୍ଟିକ ବ୍ୟବହାର  ଉପରେ ରୋକ ଲଗାଇବା ପାଇଁ ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ନା ସରକାରୀ ପଦକ୍ଷେପ ନିଆଯାଉଛି ।  ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର  କରିବା ପୁରୀରେ ସଂପୂର୍ଣ୍ଣ ନିଷେଦ୍ଧ ଘୋଷଣା  ହୋଇଛି । ହେଲେ ଏହି ଘୋଷଣା କେବଳ  କାଗଜପତ୍ରରେ ସୀମିତ ରହିଛି । ଖୁଲମଖୁଲା  ସବୁଠି ଏକକ ବ୍ୟବହୃତ ପ୍ଲାଷ୍ଟିକର  କାରବାର ଚାଲିଥିଲେ ବି ପୌରପାଳିକା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ।  ପାଖାପାଖି ବର୍ଷେ ହେବ ପୌରପାଳିକା  ପକ୍ଷରୁ କୌଣସି ଦୋକାନରେ ଚଢ଼ଉ  କରାଯାଇନି । ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣ  ପାଇଁ ଅନେକ ବ୍ୟବସ୍ଥା ହୋଇଛି । ହେଲେ  ପୁରୀ ସହରରୁ ବାହାରୁଥିବା ପ୍ଲାଷ୍ଟିକର ମାତ୍ରା ପ୍ରକ୍ରିୟାକରଣ ପାଇଁ ରହିଥିବା ବ୍ୟବସ୍ଥାଠାରୁ ଢେର ଅଧିକ । 

ପୁରୀ ସହରରେ ପ୍ରତିବର୍ଷ  ହାରାହାରି ୭୨୦ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହେଉଥିବା ବେଳେ ସେଥିମଧ୍ୟରୁ  ମାତ୍ର ୫୬୦ ଟନ୍‌ ପ୍ଲାଷ୍ଟିକ ପ୍ରକ୍ରିୟାକରଣ  ହୋଇପାରୁଛି । ବଳକା ୧୫୦ ଟନ୍‌ରୁ  ଅଧିକ ପ୍ଲାଷ୍ଟିକ ଏଣେତେଣେ ପଡ଼ି ରହୁଛି ।  ନଳାଗୁଡ଼ିକରେ ଜମି ରହୁଛି । ଖୋଲା ପଡ଼ିଆ ସବୁ ଧୀରେଧୀରେ ଅଳିଆଗଦାରେ  ପରିଣତ ହୋଇଯାଉଛି । ବର୍ଷକୁ ବର୍ଷ  ଏହି ପ୍ରକ୍ରିୟାକରଣ ହୋଇପାରୁନଥିବା  ପ୍ଲାଷ୍ଟିକର ମାତ୍ରା ବଢ଼ିଚାଲିଛି ।  

ପୁରୀ ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ  ୨୦୧୯ ଗାନ୍ଧୀ ଜୟନ୍ତୀରୁ ପୁରୀକୁ ପଲିଥିନ  ମୁକ୍ତ ସହର ଘୋଷଣା କରାଯାଇଥିଲା।  ତତ୍‌କାଳୀନ ଜିଲ୍ଲାପାଳ ଏଥିପାଇଁ ତୃଣମୂଳ  ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ  କରିଥିଲେ । ସଚେତନତା ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ ଲୋକେ କୌଣସି ଖାଦ୍ୟ  କିଣିବାକୁ ଘରୁ ଗିନା ତାଟିଆ ଟିଫିନ୍‌ ଧରି  ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଥିଲା । ସହରରେ ବର୍ଜ୍ୟ ପରିଚାଳନା ଠିକ୍‌ ରୂପେ  ହେଉଛି କି ନାହିଁ ଏହା ଉପରେ ନଜର  ରଖିବାକୁ ଏକ ଜାତୀୟ ସ୍ତରୀୟ ଫିଡ୍‌ ବ୍ୟାକ୍‌  ଏଜେନ୍ସି ମଧ୍ୟ ପୁରୀରେ କାମ କରୁଥିଲା ।  ଏହି ଏଜେନ୍ସି ପୁରୀର ବିଭିନ୍ନ ସ୍ଥାନରେ  ସ୍ୱଚ୍ଛତାକୁ ତଦାରଖ କରୁଥିଲା । କେଉଁଠି  ଅଳିଆ ଜମି ରହିଲେ କି କେଉଁଠି ଏକକ  ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର କରାଗଲେ  ଏହି ସଂସ୍ଥା ପ୍ରଶାସନର ସାହଯୋଗରେ  ଏସବୁକୁ ବନ୍ଦ କରୁଥିଲା । ଦେଶର ସବୁଠାରୁ  ସ୍ୱଚ୍ଛ ସହର ଭାବେ ପରିଚିତ ଇନ୍ଦୋର  ସହରରେ ମଧ୍ୟ ଏହି ସଂସ୍ଥା କାମ କରୁଛି ।  

ପୁରୀକୁ ଇନ୍ଦୋର ଭଳି ସ୍ୱଚ୍ଛ ସୁନ୍ଦର କରିବା  ଲକ୍ଷ୍ୟ ତତ୍‌କାଳୀନ ଜିଲ୍ଲାପାଳ ବଲୱନ୍ତ  ସିଂହ ନିଜସ୍ୱ ପ୍ରଚେଷ୍ଟାରେ ଏହି ସଂସ୍ଥାକୁ  ପୁରୀକୁ ଆଣିଥିଲେ । ପୁରୀରେ ପାଖାପାଖି  ୨ ବର୍ଷ କାମ କରିବା ମଧ୍ୟରେ ପୁରୀର  ସ୍ୱଚ୍ଛତାରେ ମଧ୍ୟ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ  ଆସିଥିଲା । ହେଲେ ପରବର୍ତ୍ତୀ ସମୟରେ  ଏହି ଏଜେନ୍ସିକୁ ସହରରୁ ବିଦା କରାଗଲା ।  କେବଳ ସେତିକି ନୁହେଁ ଏକ ଘରୋଇ  ସଂସ୍ଥା ପୁରୀରୁ ପ୍ଲାଷ୍ଟିକ ବର୍ଜ୍ୟ ନେବା ପାଇଁ  ପୌରସଂସ୍ଥା ସହ ଚୁକ୍ତି କରିଥିଲା । ଏହି  ସଂସ୍ଥା ପ୍ରତି ମାସରେ ପୌରସଂସ୍ଥାକୁ ୧୦  ଲକ୍ଷ ଟଙ୍କା ଦେଇ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ  କରୁଥିଲା । ୨ ବର୍ଷ ହେବ ଏହି ସଂସ୍ଥାଠାରୁ  ମଧ୍ୟ ଚୁକ୍ତି ପ୍ରତ୍ୟାହାର କରି ନିଆଯାଇଛି ।  ଯାହାଦ୍ୱାରା ପୁରୀ ପୌରାଞ୍ଚଳରେ ଥିବା ୬ଟି  ଯାକ ଏମ୍‌ଆର୍‌ଏଫ୍‌କୁ ଯାଉଥିବା ପ୍ଲାଷ୍ଟିକର  ମାତ୍ରା ବୃଦ୍ଧି ପାଇଚାଲିଛି । ଯେତେ ମାତ୍ରାରେ  ପ୍ଲାଷ୍ଟିକ ବର୍ଜ୍ୟ ଏମ୍‌ଆର୍‌ଏଫ୍‌କୁ ଯାଉଛି,  ତା’ର ଅଧା ପ୍ଲାଷ୍ଟିକ ବି ଖାଲି ହେଉନାହିଁ ।  

ପୁରୀ ପର୍ଯ୍ୟଟନ ସହର ହୋଇଥିବାରୁ  ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ  ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ମଧ୍ୟ ବୃଦ୍ଧି  ପାଇ ଚାଲିଛି। ଥର୍ମକୋଲ୍‌ ଦନା ମଧ୍ୟ ପ୍ଲାଷ୍ଟିକ  ବର୍ଜ୍ୟର ଅନ୍ୟ ଏକ କାରଣ ପାଲଟିଛି ।  ପରିବେଶ ବିଜ୍ଞାନରେ ଗବେଷଣା  କରୁଥିବା ସୁପ୍ରଭା ମିଶ୍ର କହିଛନ୍ତି, ପ୍ଲାଷ୍ଟିକ  ବର୍ଜ୍ୟ ମୃତ୍ତିକା ପ୍ରଦୂଷଣର ପ୍ରମୁଖ କାରଣ  ପାଲଟିଛି । ଏହା ମାଟିରେ ମିଶୁନଥିବାରୁ  ଜଳ ପ୍ରବାହ ବାଧାପ୍ରାପ୍ତ ହୁଏ । ବର୍ଷା ଜଳ  ଭୂତଳକୁ ପ୍ରବେଶ କରିପାରେନି । ଫଳରେ  ଭୂତଳ ଜଳ ମାତ୍ରା କମିଚାଲେ । ପ୍ଲାଷ୍ଟିକ  ମାଟିରେ ମିଶିବାକୁ ଶହଶହ ବର୍ଷ ଲାଗିଯାଏ ।  ପ୍ଲାଷ୍ଟିକକୁ ପୋଡ଼ିବା ଦ୍ୱାରା ନିର୍ଗତ ହେଉଥିବା  ବିଷାକ୍ତ ଧୂଆଁ ମଧ୍ୟ ଫୁସ୍‌ଫୁସ୍‌ ଜନୀତ ରୋଗ  ସୃଷ୍ଟି କରେ ବୋଲି ସେ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.