ଭୁବନେଶ୍ବର,୨୮।୩ : ଜଟଣୀ ପୋଲିସ ପଞ୍ଝାରେ ବଡ ଡକାୟତି ଗ୍ୟାଙ୍ଗ। ରାତିରେ ବଡ ଧରଣର ଲୁଟ ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା କମିଶନରେଟ ପୋଲିସ। ବୋମା ପକାଇ ଲୁଟ ତରାଜ କରିବାକୁ ଉଦ୍ୟମ କରିବାକୁ ଯାଉଥିବା ବେଳେ ପୋଲିସ ଗୋଡେଇ ଗୋଡେଇ ୫ ଜଣଙ୍କୁ ଧରଛି। ସେମାନଙ୍କ ନିକଟରୁ ୫ ଟି ଅଫୁଟା ବୋମା , ସ୍କର୍ପିସ କାର, ୩ ଟି ବାଇକ ସହିତ ଖଣ୍ଡା ଭୁଜାଲି ଲୁହା ରଡ଼ ଜବତ କରିଥିଲେ।
ବେଣାପଞ୍ଜରି ପାଣିଟାଙ୍କି ନିକଟ ଏକ୍ ଅନ୍ଧାରିଆ ସ୍ଥାନରେ ପ୍ରସ୍ତୁତ କରୁଥିଲେ ବ୍ଲୁ ପ୍ରିଣ୍ଟ।. ଖବର ପାଇ ଜଟଣୀ ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଂଚି ଏମାନଙ୍କୁ ଧରିଥିଲ। ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ ଥାନାରେ ବୋମାମାଡ, ଲୁଟ ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଛି।
ଆହୁରି ପଢନ୍ତୁ : ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ