ପ୍ରମୂଖ ଖବର
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି, ତୃତୀୟ ଥର ପାଇଁ ରେପୋ ୦.୫ ପ୍ରତିଶତ ରେଟ୍ ହ୍ରାସ କଲା ଆର୍‌ବିଆଇ, ଶସ୍ତା ହେବ ଗୃହ, ଗାଡ଼ି ଋଣ ଇଏମ୍‌ଆଇ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ରଥଖଳାରେ ୪୨ ଚକ ଓ ୨୧ ଅଖ ସଂଯୋଗ ଶେଷ, ଖୋଲିଲା ଦଣ୍ଡା ଫ୍ରେମ୍‌

Published By : Rasmita Pradhan | June 4, 2025 9:12 AM

ପୁରୀ, ୪/୬ : ପୁରୀ ରଥଖଳାରେ ତିନି ରଥର ମୋଟ ୪୨ ଚକ ସହ ୨୧ଟି ଅଖ ସଂଯୋଗ ଶେଷ ହୋଇଛି। ତାଳଧ୍ୱଜର ୧୪ ଚକ ସହ ୭ ଅଖ, ନନ୍ଦିଘୋଷର ୧୬ ଚକ ସହ ୮ ଅଖ ଓ ଦେବଦଳନର ୧୨ ଚକ ସହ ୬ ଅଖ ଭୁଞ୍ଜାଯାଇଛି । ପଞ୍ଚମହାଦେବ ରଥ ଖଳାରେ ବିଜେ ପରେ ରଥ ଚକ ଓ ଅଖ ଯୋଡ଼ାଯାଇଛି । ଏଥିସହ ଫ୍ରେମ୍‌ ପଡ଼ିଥିବା ଦଣ୍ଡା କଳସା ସରି ନମ୍ବରିଂ ହୋଇ ଫିଟିଂ ଖୋଲାଯାଇଛି । ମହାପ୍ରଭୁଙ୍କ ଭଉଁରି ଉତ୍ସବରେ ୩ ରଥର ନାହାକା ଚକ ଓ ଅଖ ୯ଟି ସଂଯୋଗ ହୋଇଥିଲା । ମଙ୍ଗଳବାର ତିନି ରଥର ବାକି ୩୬ଟି ଚକ ସହ ୧୮ ଅଖ ସଂଯୋଗ କରାଯାଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଦାୟିତ୍ୱରେ ବଳିଷ୍ଠ ଭୋଇ ସେବକମାନେ ବିଶ୍ୱକର୍ମାଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । 

ଚକଗୁଡ଼ିକରେ ବନ୍ଧ ଦିଆଯାଇଛି । ଏଣିକି ଚକ ଓ ଅଖ ଥାକ ସରିଲେ ମେଣ୍ଢି ସ୍ଥାପନା ହୋଇ ଦଣ୍ଡା ପଡ଼ିବ । ଦଣ୍ଡାରେ ଗରଗରା ପଡ଼ିଲେ ସେଥିରେ ଚାରି ନାହାକା ଉଠିବ । ଦଣ୍ଡା ଓ ଗରଗରା ଉପରେ ରଥର ଉପର ଅଂଶର ସମସ୍ତ ଭାରା ରହିବ । ଚାରିନାହାକା ଉଠିଲେ ରଥର ଉପରିଭାଗ କାର୍ଯ୍ୟ ଆରମ୍ଭ ହୋଇଯିବ । ରଥର ଧୂଳିଦଣ୍ଡା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରଭା ପଛକୁ ଧୂଳିଦଣ୍ଡା ରହିବ। ଜଗତପୃଷ୍ଠ ଶେଣି ହଣା ଚାଲିଛି । ୫ଟି ଜଗତପୃଷ୍ଠ ଶେଣି ଉପରେ ଠାକୁରଙ୍କ ସିଂହାସନ ରହିବ। ଏପଟେ ରଥ ଖଳାରେ ରୂପକାର ସେବକମାନେ ପ୍ରଭା ଅପସରା ଅଳଙ୍କରଣ କାମ ସାରି ସୋମବାର ନାଟଗୋଡ଼ ତିଆରି ଆରମ୍ଭ କରିଛନ୍ତି । କରତି ସେବକମାନେ ରଥର ଗୟଳ ଚିରଟ କରୁଛନ୍ତି । ବିଶ୍ୱକର୍ମାମାନେ ଗୟଳକୁ ଖଳାରେ ପକାଇ ବାରିସିରେ ପ୍ରସ୍ତୁତ କରୁଛନ୍ତି । ତିନୋଟି ପୃଥକ ଶାଳରେ କମାର ତଥା ଓଝା ସେବକ ରଥର ଲୁହା ସାମଗ୍ରୀ ତିଆରିରେ ବ୍ୟସ୍ତ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.