କେନ୍ଦୁଝର,୧୮/୪ : କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ । ଦୁଷ୍କର୍ମକାରୀ ହେଲେ ଶିଶିର ଡାଙ୍ଗୁଆ । ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ, ୧୦ ହଜାର ଟଙ୍କା ଜୋରିମାନା କଲେ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଜଜ ଶୁଭଶ୍ରୀ ତ୍ରିପାଠୀ । ଜରିମାନା ଅନାଦେୟ ଅଧିକ ଏକ ବର୍ଷ ସଜା ଶୁଣାଇଲେ କୋର୍ଟ । ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାପାଇଁ ସୁପାରିଶ କଲେ କୋର୍ଟ ।
ସୂଚନାଯୋଗ୍ୟ ଯେ, ଏହି ଘଟଣା ୨୦୨୨ମସିହା ଟାଉନ ଥାନା ଅଞ୍ଚଳରେ ଘଟିଥିଲା । ୧୧ଜଣ ସାକ୍ଷୀଙ୍କର ବୟାନ ଭିତିରେ ଏହି ଦଣ୍ଡ ହୋଇଥିବା ପୋକ୍ସ କୋର୍ଟର ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି ।