ଫିରିଙ୍ଗିଆ, ୨।୪ : ଗୋଛାପଡା ଥାନା ଅନ୍ତର୍ଗତ ପୁରେଇପଦର ଗ୍ରାମର ଏକ କଦଳୀ ବଗିଚାରେ ଅବକାରୀ ବିଭାଗ ଚଢାଉ କରି ୨୦ ବସ୍ତା ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରେଇପଦର ଗ୍ରାମର ଚିତ୍ତରଞ୍ଜନ ବିଶ୍ଵାଳ।
ଗୋଛାପଡା ଥାନା ଅନ୍ତର୍ଗତ ପୁରେଇପଦର ଗ୍ରାମର ଚିତ୍ତରଞ୍ଜନ ବିଶ୍ଵାଳଙ୍କ କଦଳୀ ବଗିଚାରେ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ଅବକାରୀ ପୋଲିସ ଖବର ପାଇଥିଲେ। ଏସ ଆଇ ପୂର୍ଣ୍ଣ ଚନ୍ଦ୍ର ବେହେରା, ଭବାନୀ ଶଙ୍କର ସେଠୀ,ଏସ ଆଇ ମୋବାଇଲ ସୁଜିତ କୁମାର ମୁଦୁଲି ଏବଂ ଭୃଗୁପତି ଦିଗାଲ, କନେଷ୍ଟବଳ ଏବଂ ଷ୍ଟାଫ କଦଳୀ ବାଡିରେ ଚଢାଉ କରିଥିଲେ। ବାଡିରେ ଥିବା ୧୧ଟି ବସ୍ତାରୁ ୨ କୁଇଣ୍ଟାଲ ୪୦ କିଲୋ ଗଞ୍ଜେଇ ଅବକାରୀ ବିଭାଗ ଜବତ କରିଥିଲା ଏଥି ସହିତ ଚିତ୍ତରଞ୍ଜନ ବିଶ୍ଵାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି l