ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ବାଦଲଫଟା ବର୍ଷାରେ ବେହାଲ ଉତ୍ତର ଭାରତ : ଜମ୍ମୁ-କଶ୍ମୀର କିଶତଓ୍ବାଡାରେ ୧୫ ମୃତ, ହିମାଚଳରେ ଫ୍ଳାସଫ୍ଲଡ୍‌

Published By : Harapriya Biswal | August 14, 2025 3:08 PM

ନୂଆଦିଲ୍ଲୀ,୧୪।୮: ଉତ୍ତର ଭାରତରେ ପ୍ରବଳ ବର୍ଷା ପରେ ବନ୍ୟା ତାଣ୍ଡବ। ରାଜଧାନୀ ଦିଲ୍ଲୀ ସହ ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ଉପୁଜିଛି ସଙ୍ଗୀନ ବନ୍ୟା ସ୍ଥିତି। ବାଦଲଫଟା ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଏହା ମଧରେ ଜମ୍ମୁ-କଶ୍ମୀରର କିଶତଓ୍ବାଡା ଜିଲ୍ଲାରେ ବାଦଲ ଫଟା ବର୍ଷା ପରେ ତାଣ୍ଡବ। ପଢାର ଅଞ୍ଚଳରେ ଗୁରୁବାର ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଜିଲ୍ଲାର ଚଶୋତି ଅଞ୍ଚଳରେ ଘଟିଛି। ଦୁର୍ଘଟଣା ତୀର୍ଥଯାତ୍ରା ମାର୍ଗରେ ହୋଇଛି, ଯାହାଫଳରେ ପୁରା ଅଞ୍ଚଳରେ ଯାତ୍ରୀଙ୍କୁ ଆତଙ୍କରରେ ଦୌଡାଦୌଡି କରୁଥିବାର ଦେଖିବାକୁ ମିଳିଛି।‌ ଯେଉଁଠାରେ ବାଦଲଫଟା ବର୍ଷା ହୋଇଥିଲା ସେହି ରାସ୍ତା ମଛଲି ମାତା ମନ୍ଦିର ଆଡକୁ ଯାଇଛି। ଏହି ରୁଟ୍‌ରେ ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଯାଇଥାନ୍ତି।

ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଏନେଇ ସେ  କିଶତଓ୍ବାଡାର କମିଶନର ପଙ୍କଜ କୁମାର ଶର୍ମାଙ୍କ ସହ କଥା ହୋଇଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଏବେ ଏବେ ଜମ୍ମୁ-କଶ୍ମୀରରେ ବିରୋଧି ନେତା ଓ ସ୍ଥାନୀୟ ବିଧାୟକ ସୁନିଲ କୁମାର ଶର୍ମାଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି   ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି।  ସିଭିଲ, ପୋଲିସ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେପ‌ଟେ ହିମାଚଳରେ ମୂଷଳଧାରା ବର୍ଷା ସହ ଫ୍ଲାସଫ୍ଲଡ ସ୍ଥିତି ଭୟଙ୍କର କରିଛି। ଏହି କାରଣରୁ କୁଲ୍ଲୁ, ତୀର୍ଥନ ଘାଟି, ନିରମଣ୍ଡ ଓ ଶିମଲାର ରାମପୁରରେ ପ୍ରବଳ କ୍ଷୟକ୍ଷତି ହେଇଛି। ଫଳରେ ମଣିମହେଶ ଯାତ୍ରା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେଠାରେ ଶିମଲା ଓ ଚମ୍ବାରେ ପଥର ଖସି ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଦିଲ୍ଲୀରେ ମଧ୍ୟ ଜୋରଦାର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ବହୁ ଅଞ୍ଚଳରେ ପାଣି ରାସ୍ତାରେ ଚାଲୁଥିବାର ଜାମ୍ ଲାଗି ରହିଛି। ଦକ୍ଷିଣ ଦିଲ୍ଲୀର କାଲକାଜି ଅଞ୍ଚଳରେ ବର୍ଷାରେ ଗଛ ଭାଙ୍ଗି ଦୁଇ ବାଇକ ଚାଳକଙ୍କ ଉପରେ ଖସି ପଡିଥିଲା। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଜମ୍ମୁ-କଶ୍ମୀରରେ ମଧ୍ୟ ବର୍ଷା-ବନ୍ୟା ସ୍ଥିତି ଖୁବ୍ ଭୟଙ୍କର ହୋଇଛି। କିଶତଓ୍ବାଡା, କାଶ୍ମୀର, ରାଜୌରି ଓ ମେଣ୍ଢର ଜିଲ୍ଲାରେ ବାଦଲଫଟା ବର୍ଷା ବନ୍ୟା ଆଣିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.