ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ବନ୍ଦ ହେବ ୧୫ଟି ଗ୍ରାମୀଣ ବ୍ୟାଙ୍କ ! ଏହି ବ୍ୟାଙ୍କଗୁଡ଼ିରେ ରଖିନାହାନ୍ତି ତ ଟଙ୍କା ?

Published By : Prameya | May 1, 2025 4:59 PM

ନୂଆଦିଲ୍ଲୀ, ୧।୫: କେନ୍ଦ୍ର ସରକାରଙ୍କ ‘ଏକ ରାଜ୍ୟ, ଏକ ଗ୍ରାମୀଣ ବ୍ୟାଙ୍କ’ ନୀତି । ଗୁରୁବାରଠୁ ଅର୍ଥାତ୍ ଆଜିଠୁ ୧୫ଟି ଗ୍ରାମୀଣ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି ! ବ୍ୟାଙ୍କିଙ୍ଗ ସେବାକୁ ଅଧିକ ମଜବୁତ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ‘ଏକ ରାଜ୍ୟ, ଏକ ଗ୍ରାମୀଣ ବ୍ୟାଙ୍କ’ ନୀତି ଅନୁସାରେ, ୧ ମେ ୨୦୨୫ଠାରୁ ଦେଶର ୧୫ଟି ଗ୍ରାମୀଣ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି । ଏହି ବ୍ୟାଙ୍କଗୁଡ଼ିକୁ ଅନ୍ୟ ଗ୍ରାମୀଣ ବ୍ୟାଙ୍କ ସହିତ ମିଶ୍ରଣ କରାଯିବ । ଫଳରେ ଦେଶରେ ଗ୍ରାମୀଣ ବ୍ୟାଙ୍କର ସଂଖ୍ୟା ୪୩ରୁ ହ୍ରାସ ପାଇ ୨୮କୁ ଖସିବ । କେଉଁ କେଉଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ଆସନ୍ତୁ ଜାଣିବା  । 

ସୂଚନାନୁସାରେ, ଏହି ୧୫ଟି ଗ୍ରାମୀଣ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ସହିତ ମିଶ୍ରଣ ହେବ । ଏଥିରେ ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବ୍ୟାଙ୍କ, ଉତ୍ତରପ୍ରଦେଶ ଗ୍ରାମୀଣ ବ୍ୟାଙ୍କ, ବରୋଦା ଗ୍ରାମୀଣ ବ୍ୟାଙ୍କ, ପଶ୍ଚିମବଙ୍ଗ ଗ୍ରାମୀଣ ବ୍ୟାଙ୍କ ଏବଂ ଗୁଜରାଟର ଦୁଇଟି ଗ୍ରାମୀଣ ବ୍ୟାଙ୍କ ସାମିଲ ରହିଛି । ପ୍ରତ୍ୟେକ ରାଜ୍ୟରେ ଏକ ଗ୍ରାମୀଣ ବ୍ୟାଙ୍କ ରହିବାକୁ ଯୋଜନା କରାଯାଇଛି, ଯାହା ସେହି ରାଜ୍ୟର ସମସ୍ତ ଗ୍ରାମୀଣ ବ୍ୟାଙ୍କକୁ ଏକତ୍ରିତ କରିବ । ଏଠି ପ୍ରଶ୍ନ ଉଠୁଛି ଏହି ବ୍ୟାଙ୍କଗୁଡ଼ିକରେ ଥିବା ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିବ କି ? ସରକାରୀ ସୂତ୍ର ଅନୁସାରେ, ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଏହି ମିଶ୍ରଣ ପ୍ରକ୍ରିୟାରେ ଗ୍ରାହକଙ୍କ ଆକାଉଣ୍ଟ, ଜମା ରାଶି, ଋଣ ଓ ଅନ୍ୟାନ୍ୟ ସେବା ନୂଆ ମିଶ୍ରିତ ବ୍ୟାଙ୍କକୁ ସ୍ଥାନାନ୍ତର ହେବ । ଗ୍ରାହକଙ୍କୁ କୌଣସି ଆର୍ଥିକ କ୍ଷତି ହେବ ନାହିଁ । ବ୍ୟାଙ୍କ ଶାଖାଗୁଡ଼ିକର ସଂଖ୍ୟାରେ କୌଣସି ହ୍ରାସ ହେବ ନାହିଁ ବରଂ ଡିଜିଟାଲ ବ୍ୟାଙ୍କିଙ୍ଗ ଓ ଗ୍ରାହକ ସେବାରେ ଉନ୍ନତି ହେବ । 

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଗ୍ରାମୀଣ ବ୍ୟାଙ୍କଗୁଡ଼ିକର ଆର୍ଥିକ ଦୃଢ଼ତା ବୃଦ୍ଧି କରିବା ଓ ସେବାର ଗୁଣବତ୍ତା ଉନ୍ନତ କରିବା ଲକ୍ଷ୍ୟ ରଖିଛି । ବ୍ୟାଙ୍କଗୁଡ଼ିକର ଡିଜିଟାଲ ଓ ଗ୍ରାହକ ସେବା ଅବସଂରଚନା ଅଧିକ ମଜବୁତ ହେବ । ଗ୍ରାହକମାନେ ଅଧିକ ଆଧୁନିକ ବ୍ୟାଙ୍କିଙ୍ଗ ସୁବିଧା ପାଇବେ, ଯେପରିକି ମୋବାଇଲ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଓ ଏଟିଏମ ସେବା । ଏକତ୍ରିତ ବ୍ୟାଙ୍କଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ଅଧିକ ସକ୍ଷମ ହେବେ, ଯାହା ଗ୍ରାମାଞ୍ଚଳରେ ଋଣ ଓ ଅନ୍ୟାନ୍ୟ ସେବା ପ୍ରଦାନରେ ସହାୟକ ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.