ପ୍ରମୂଖ ଖବର
  • ବ୍ରହ୍ମପୁର ବଡ଼ବଜାରର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରରେ ଗୁଳିମାଡ଼, ଜଣେ ଗୁରୁତର
  • ||
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି , ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଗସ୍ତରେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ଚାହୁଁ ଚାହୁଁ ଚାଲିଗଲା ଜୀବନ; ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୪ ଆହତ

Published By : Ankita S | August 3, 2025 12:29 PM

ନୂଆଦିଲ୍ଲୀ,୦୩/୦୮: ଅଧା ରହିଗଲା ଜଳଲାଗି । ବାଟରେ ଜଗିଥିଲା ମୃତ୍ୟୁ । ଉତ୍ତରପ୍ରଦେଶ ଗୋଣ୍ଡାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଆଖି ପିଛୁଳାକେ ଲିଭିଗଲା ୧୧ ଜୀବନ ଦୀପ । ନିୟନ୍ତ୍ରଣ ହରାଇ କେନାଲକୁ ଏକ  ଗାଡ଼ି ଖସି ପଡିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ରହିଛନ୍ତି ।  ଗାଡ଼ିରେ ମୋଟ୍ ୧୫ ଜଣ ଥିଲେ । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତେ ପୃଥୀନାଥ ମନ୍ଦିରରେ ଜଳଲାଗି କରିବାକୁ ଯାଉଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗୋଣ୍ଡା ମୋତିଜଙ୍ଗ ଥାନା ସିହାଗାଓଁ-ଖରଗୁପୁରରେ ଏହି ଭୟଙ୍କର ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଉପସ୍ଥିତ ଲୋକ ପୁଲିସକୁ କହିଛନ୍ତି କି ଲଗାତାର ବର୍ଷା ଯୋଗୁଁ ନଦୀକୂଳ ରାସ୍ତା ଧୋଇ ହୋଇ ଯାଇଥିଲା ।  ଗାଡ଼ିର ସ୍ପିଡ଼ ଟିକେ ଅଧିକ ଥିଲା । ଅଚାନକ ଗାଡ଼ିଟି ନୟନ୍ତ୍ରଣ ହରାଇ ଦେଖୁ ଦେଖୁ କେନାଲକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକ ପ୍ରଥମେ ସେଠାରେ ପହଞ୍ଚି ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ପୁଲିସକୁ ଅଘଟଣ ବାବଦରେ ଜଣାଇଥିଲେ । ସୂଚନା ପାଇ ପୁଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ । ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିନ୍ତ କରିବାକୁ କହିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଗୋଣ୍ଡା ଜିଲ୍ଲା ମୋତିଗଞ୍ଜ ଥାନା ସିହା ଗାଁର ଦୁଇ ପରିବାର ୧୫ ଜଣ ବୋଲେରୋରେ ପ୍ରସିଦ୍ଧ ପୃଥୀନାଥ ମନ୍ଦିର ଯାଉଥିଲେ । ହେଲେ କିଏ ଜାଣିଥିଲା ସେମାନେ ଆଉ କେବେ ଘରକୁ ଫେରିବେ ନାହିଁ  । ବାଟରେ ତାଙ୍କୁ ଯମ ଜଗି ବସିଥିଲା ବୋଲି କେହି କଳ୍ପନା ବି କରିନଥିଲେ । ମୃତ ୧୧ ଜଣ ହେଲେ ବିଣା (୩୫). କାଜଲ (୨୨), ମହକ (୧୨), ଦୁର୍ଗେଶ, ନନ୍ଦୀନି, ଅଙ୍କିତ୍, ଶୁଭ, ସଞ୍ଜୁ ବର୍ମା, ଅଞ୍ଜୁ, ଅନସୁୟା ଓ  ସୌମ୍ୟା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.