ବରଗଡ଼, ୧୮/୪ : ବରଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ୧୦ଲକ୍ଷ ଟଙ୍କା ଜବତ । ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କା ନେଇ ଏକ ପିକ୍ଅପ୍ ଭ୍ୟାନ ଚାଳକ ବରଗଡ଼ ସହର ଭିତରକୁ ପ୍ରବେଶ କରୁଥିବାବେଳେ ହଲଦୀପାଲି ଛକଠାରେ ନାକା ଚେକିଂଗ ବେଳେ ଚାଳକ ଧରା ପଡିଛି ।
ଚାଳକ ଜଣକ ହେଲେ ସମ୍ବଲପୁର ଜିଲ୍ଲାର ଚୁଡାମଣି ଦୋରା ବୋଲି ପୋଲିସ ସୂଚନା ଦେଇଛି । ତେବେ ଟଙ୍କା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।