ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ନିର୍ବାଚନ ମଇଦାନ୍‌ରେ ପତ୍ନୀଙ୍କ ପାଇଁ ସାରଥି ସାଜିଛନ୍ତି ପତି: ଦି’ଡଜନ ସିଟ୍‌ରେ ଭୋଟ ପରିଚାଳନା ମଙ୍ଗ ଧରିବେ ସ୍ୱାମୀ

ଭୁବନେଶ୍ୱର,୨୩/୦୪: ମୋତେ ଚିହ୍ନନ୍ତୁ । ମୋ ମୁହଁକୁ ଚାହାଁନ୍ତୁ । ଭାବନ୍ତୁ ମୋ ପତ୍ନୀ ନୁହଁ, ମୁଁ ଛିଡ଼ା ହୋଇଛି । ପତ୍ନୀଙ୍କ ଭାଗ୍ୟ ଆପଣଙ୍କ ହାତରେ । ଆପଣ ଆଶୀର୍ବାଦ କରନ୍ତୁ । ପତ୍ନୀଙ୍କୁ ମୋର ଜିତାଇ ଦିଅନ୍ତୁ । 

କୋରାପୁଟ ଜିଲ୍ଲା ବୋରିଗୁମା ପରିକ୍ରମା କରି ପତ୍ନୀ ଇନ୍ଦିରା ନନ୍ଦଙ୍କ ପାଇଁ ରବିବାର ଏମିତି ଭୋଟଭିକ୍ଷା କରିଛନ୍ତି ବିଜେଡି ଭେଟେରାନ ରବି ନନ୍ଦ । ଜୟପୁର ବିଧାନସଭା ସିଟ୍‌ ଦଖଲ କରିବାକୁ ଭେରବୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ସାରା ସହର ବୁଲି ପତ୍ନୀଙ୍କ ପାଇଁ ଭୋଟରଙ୍କ ସମର୍ଥନ ଲୋଡ଼ିଥିଲେ ରବି । ନବରଙ୍ଗପୁର ବିଜେଡି ପ୍ରାର୍ଥୀ ତଥା ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କ ପାଇଁ ତେନ୍ତୁଳିଖୁଣ୍ଟି ବ୍ଲକର କଂଗ୍ରା ଓ କେଲୁଗୁଡ଼ା ପଞ୍ଚାୟତରେ ଭୋଟରଙ୍କ ଶରଣ ପଶିଛନ୍ତି ବିଧାୟକ ସଦାଶିବ ପ୍ରଧାନୀ ।

ପେଡି ଖୋଲିଲାନି ବିଜେଡି, ପୁଣି ଝୁଲିଲା ଖଣ୍ଡପଡ଼ା ଟିକେଟ ଘୋଷଣା

ପତ୍ନୀଙ୍କ ପାଇଁ ଏବେ ଭୋଟ ଭିକ୍ଷା କରୁଛନ୍ତି ନେତା । ଆଗେ ଆଗେ ଚାଲୁଛନ୍ତି ସ୍ୱାମୀ । ପଛରେ ହାତ ଧରି ବାଟ ଚାଲୁଛନ୍ତି ସ୍ତ୍ରୀ । ଜନତା ଜନାର୍ଦ୍ଦନଙ୍କୁ ହାତ ଯୋଡ଼ୁଛନ୍ତି । ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଭୋଟ ମଇଦାନରେ ପତ୍ନୀଙ୍କ ପାଇଁ ସାରଥି ସାଜିଛନ୍ତି ପତି । ରାଜ୍ୟରେ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଏଭଳି ବହୁ ପ୍ରାର୍ଥୀ ସ୍ୱାମୀଙ୍କ ଭରସାରେ ଭୋଟ ଯୁଦ୍ଧକୁ ଓହ୍ଲାଇଛନ୍ତି ।

ମେ ୧୩ ପ୍ରଥମ ପର୍ଯ୍ୟାୟ ଭୋଟରେ କଳାହାଣ୍ଡି ଲୋକସଭା ଆସନରୁ ଭାଗ୍ୟ ପରୀକ୍ଷା କରିବେ ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେବ । ମାଳବିକା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଭୋଟ ରଣକୌଶଳର ଅସଲ ରିମୋଟ୍‌ ଧରିଛନ୍ତି ତାଙ୍କ ସ୍ୱାମୀ ତଥା ପ୍ରାକ୍ତନ ସାଂସଦ ଅର୍କକେଶରୀ ଦେବ । ନିଜ ରାଜନୈତିକ ଅଭିଜ୍ଞତା ସହ ଲୋକସଂପର୍କକୁ ପତ୍ନୀ ମାଳବିକାଙ୍କ ପାଇଁ ପୂର୍ଣ୍ଣ ବିନିଯୋଗ କରୁଛନ୍ତି ।

ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବା ପୂର୍ବରୁ ନବୀନଙ୍କ ନାରା: ଏଥର ଯୋଡ଼ି ଶଙ୍ଖ

କପାଳ ଲିଖନ, କେ କରିବ ଆନ । ପାଣି ଫୋଟକା ପରି ମିଳେଇଗଲା ସ୍ୱପ୍ନ । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଆଶା ବାନ୍ଧିଥିଲେ ବାଲେଶ୍ୱର ଏମପି ଟିକଟ ହାତେଇବେ । ବିଜେଡି ସୁପ୍ରିମୋଙ୍କ ଭରସା ଜିତିପାରିଲେନି । ବିଜେଡି କିନ୍ତୁ ତାଙ୍କ ପତ୍ନୀ ସୁଭାଷିନୀଙ୍କୁ ବସ୍ତା ବିଧାନସଭା ଟିକଟ ଦେଇଛି । ବସ୍ତାରୁ ପତ୍ନୀଙ୍କୁ ଜିତାଇବାକୁ ରବୀନ୍ଦ୍ର ଗୋଟି ଚଳାଇଲେଣି । ସମାନ ଭାଗ୍ୟ ଉମରକୋଟର ପୂର୍ବତନ ବିଜେଡି ବିଧାୟକ ସୁବାସ ଗଣ୍ଡଙ୍କର । ତାଙ୍କ ଟିକଟ ଲବି ଫେଲ୍‌ ମାରିଲା । ସୁପ୍ରିମୋ କିନ୍ତୁ ତାଙ୍କ ପତ୍ନୀ ନବୀନା ନାୟକଙ୍କ ମୁଣ୍ଡରେ ଢ଼ାଳିଲେ ଟିକଟ କଳସ । ସୁବାସ ଏବେ ପତ୍ନୀଙ୍କ ବିଜୟ ପାଇଁ ରାତିଦିନ ଏକ କରି ଦେଇଛନ୍ତି । ନବୀନା ପ୍ରାର୍ଥୀ, ସୁବାସ ସାରଥି । ପତ୍ନୀଙ୍କୁ ଧରି ରବିବାର ସୁବାସ ରାଇଘର ଓ ଉମରକୋଟରେ କଳସୀଯାତ୍ରାରେ ସାମିଲ ହୋଇଥିଲେ । ଭୋଟରଙ୍କ ଶରଣ ପଶିଥିଲେ ।

ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କୁ ବିଜେଡି ଭରସା ନକରି ତାଙ୍କ ପତ୍ନୀ କୌଶଲ୍ୟାଙ୍କୁ ଯୋଦ୍ଧା ଭାବେ ବାଛିଛି । କଳେ ବଳେ କୌଶଳେ କୌଶଲ୍ୟା କିଭଳି ବିଜୟବାନା ଉଡ଼ାଇବେ ସେଥିପାଇଁ ସେ ଢେର ପରିଶ୍ରମ କରୁଛନ୍ତି । ନିଜ ଏରିଆର ଛାମୁଆ ନେତା ଓ କର୍ମୀଙ୍କୁ ଡାକି ସଦାଶିବ ଦେଉଛନ୍ତି ମନ୍ତ୍ରଣା । ଭବାନୀପାଟଣାର ପୂର୍ବତନ ଏମଏଲଏ ଦୁଷ୍ମନ୍ତ ନାଏକ ମଧ୍ୟ ପଛରେ ପଡ଼ିନାହାନ୍ତି । ଶଙ୍ଖ ଟିକଟ ପାଇଥିବା ପତ୍ନୀ ଲଳିତା ନାଏକଙ୍କ ପାଇଁ ଲଗାଇଛନ୍ତି ଜୀ ଜାନ୍‌ ।


ନିଜ ପତ୍ନୀଙ୍କୁ ଭୋଟ ବୈତରଣୀ ପାର୍‌ କରାଇବାକୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଆଖିକୁ ନିଦ ନାହିଁ । ପତ୍ନୀଙ୍କ ସଫଳତା ହିଁ ତାଙ୍କ ସଫଳତା । ଏହାକୁ ମିଶନ ଭାବେ ନେଇ  ପୂର୍ଣ୍ଣ ସମରସଜ୍ଜାକୁ ତେଜିଛନ୍ତି । ନବୀନଙ୍କ ମହିଳା ମାଷ୍ଟରଷ୍ଟ୍ରୋକରେ ମୋରଡ଼ା ବିଧାୟକ ରାଜକିଶୋର ଦାସ ଓ ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟଙ୍କ ଟିକଟ ଉଡ଼ିଗଲା । ଦୁହିଁଙ୍କ ଧର୍ମପତ୍ନୀଙ୍କ ହାତକୁ ଗଲା ଶଙ୍ଖ ଟିକଟ । ରାଜୁ ଓ ସମ୍ବିତ ଏବେ ନିଜ ସ୍ତ୍ରୀ’ଙ୍କ ବିଜୟପଥକୁ ସୁଗମ କରିବା ପାଇଁ ସାମ-ଦାମ-ଦଣ୍ଡ-ଭେଦର ଆଶ୍ରୟ ନେଇଛନ୍ତି ।

ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ ଟିକଟ ପାଇବେ ନା ନାହିଁ? ଏମିତି ଛକାପଞ୍ଝା ଭିତରେ ପତ୍ନୀ ସଂଯୁକ୍ତା ସିଂହଙ୍କ ଭାଗ୍ୟ ଚମକିଲା । ନବୀନ ସଂଯୁକ୍ତାଙ୍କୁ ଦେଲେ ଦଳୀୟ ଟିକଟ । ପତ୍ନୀଙ୍କ ବିଜୟ ରଜନୀଙ୍କ ପାଇଁ ସମ୍ମାନର ପ୍ରଶ୍ନ । କୌଣସି ପରିସ୍ଥିତିରେ ଏ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ନଦେଇ ରଜନୀକାନ୍ତ ପତ୍ନୀଙ୍କ ହାତ ଧରି ନିଜ ଏରିଆ ବୁଲିଲେଣି ।

ଚଳିତ ନିର୍ବାଚନରେ ବିଜେଡିରେ ସବୁଠୁ ଭାଗ୍ୟବାନ ହେଉଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡି । ତାଙ୍କ ହାତରେ ମୟୂରଭଞ୍ଜର ଏମପି ଟିକଟ । ପତ୍ନୀ ରଞ୍ଜିତା ମାର୍ଣ୍ଡିଙ୍କୁ ବିଜେଡି ଦେଇଛି ବାଙ୍ଗିରିପୋଷି ବିଧାନସଭା ଟିକଟ । ନିଜର ବିଜୟ ସହ ପତ୍ନୀ ରଞ୍ଜିତାଙ୍କୁ ବାଟ ଦେଖାଇବେ ସୁଦାମ । ସେହିଭଳି ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ନିଜ ଟିକଟ ତ ହରାଇଛନ୍ତି । ମାତ୍ର ଏଥର ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ଜିତାଇ ଆଣିବାକୁ ଆକାଶ ପାତାଳ ଏକ କରିଦେବେ ।

ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କୁ ବିଜେଡି ନିରାଶ କଲା । ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ବିଜେଡି ଦେଇଛି ଟିକଟ । ଇନ୍ଦିରାଙ୍କ ବିଜୟ ପାଇଁ ରବି ନିଜ ପୁରୁଣା ସଂପର୍କ ଓ ଅଭିଜ୍ଞତାକୁ କାମରେ ଲଗାଇବେ । ବଡ଼ସାହିରେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ପତ୍ନୀ ଅନୁସୟାଙ୍କ ପାଇଁ ଏବଂ କୋରାପୁଟ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କ ପାଇଁ ସ୍ୱାମୀ ଝିନ୍ନ ହିକକା ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବରଗଡ଼ରେ ବିଜେପି ଛାଡ଼ି ବିଜେଡିରେ ଏଣ୍ଟ୍ରି ମାରି ସାଂସଦ ଟିକଟ ପାଇଥିବା ପରିଣୀତା ମିଶ୍ରଙ୍କ ଭୋଟ ପରିଚାଳନା ଭାରକୁ କାନ୍ଧରେ ବୋହିବେ ସ୍ୱାମୀ ସୁଶାନ୍ତ ମିଶ୍ର ।

ରେମୁଣା ବିଜେଡି ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକଙ୍କ ପାଇଁ ସ୍ୱାମୀ ଅଜୟ ମହାଳିକ ଓ ସିମୂଳିଆ ପ୍ରାର୍ଥୀ ସୁବାସିନୀ ସାହୁଙ୍କ ପାଇଁ ସ୍ୱାମୀ ତଥା ଟାଣୁଆ ବିଜେଡି ନେତା ଶଶୀକୁମାର ସାହୁ ଭୋଟ ରଥର ସାରଥି ସାଜିବେ ।  ସେହିଭଳି ଆସିକା ଏମପି ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ପାଇଁ ବାପା ହରପ୍ରସାଦ ସାହୁ ଭୋଟ ପରିଚାଳନାର ମଙ୍ଗ ଧରିଛନ୍ତି । ସାନଖେମୁଣ୍ଡିରେ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ପାଇଁ ମାଆ ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ହିଁ ମାର୍ଗଦର୍ଶନ କରୁଛନ୍ତି ।

କଂଗ୍ରେସରେ ଶ୍ୱଶୂର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ନିଜ ପୁତ୍ରବଧୂ ସସ୍ମିତା ସିଂହଦେଓଙ୍କୁ ଢେଙ୍କାନାଳ ବିଧାନସଭାରେ ଜିତାଇ ଆଣିବାକୁ ରଣକୌଶଳ ଆରମ୍ଭ କରିଛନ୍ତି । ଆଳିରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଝିଅ ଦେବସ୍ମିତା ଏବଂ ଡାବୁଗାଁରେ ଡ.ଲିପିକା ମାଝୀଙ୍କ ପାଇଁ ବାପା ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ ନିଜ ରାଜନୈତିକ ପୁଞ୍ଜିକୁ ବ୍ୟବହାର କରୁଛନ୍ତି ।

  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.