ପ୍ରମୁଖ ଖବର
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ବାକି ଅଛି ଯୋଦ୍ଧା ଘୋଷଣା: ବିଜେଡି ୧୨, ବିଜେପି ୧୬, କଂଗ୍ରେସ ୯ ଆସନ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ୱର ୨୧/୦୪: ବିଜେଡି ଓ କଂଗ୍ରେସ ପକ୍ଷରୁ  ଶନିବାର କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ମାତ୍ର ଏଯାଏ ଆହୁରି ୩ ଦଳର ପ୍ରାର୍ଥୀ ଚୟନ ବାକି ଅଛି ।  ବିଜେଡି ଓ ବିଜେପି ସମସ୍ତ ୨୧ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ  ଦେଇ ସାରିଛି । କଂଗ୍ରେସ କିନ୍ତୁ ଏଯାଏ  ମୟୂରଭଞ୍ଜ ଓ  କଟକ ଲୋକସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିନି । ଏହାସହ ଦଳ ପକ୍ଷରୁ ଆହୁରି ୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । 

ଶାସକ ବିଜେଡି ପକ୍ଷରୁ ଆହୁରି ୧୨ ବିଧାନସଭା  ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି । ଏହି ଆସନଗୁଡ଼ିକ ହେଲା ରଘୁନାଥପାଲ୍ଲୀ, ଖଣ୍ଡପଡ଼ା, ବେଗୁନିଆ, ଖୋର୍ଦ୍ଧା ।  ସେହିଭଳି ବାଲିକୁଦା ଏରସମା, କାକଟପୁର, ହିନ୍ଦୋଳ, କୋରେଇ,ବରୀ, ଭୋଗରାଇ,ନୀଳଗିରି, ବାଙ୍ଗିରିପୋଷି  ବିଧାନସଭା ପାଇଁ ବିଜେଡିରେ ଟିକଟ କସରତ ଜାରି ରହିଛି ।  ବିଜେପି ମଧ୍ୟ ଏଯାଏ ଖୋର୍ଦ୍ଧା, ବେଗୁନିଆ, ଭଳି ୧୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଖୋଜୁଛି । 

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.