ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ପ୍ରଥମ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି ହେଭିୱେଟ୍, ଏହି ସବୁ ହଟ୍ ସିଟ୍‌ରେ ହେବ ହାଇଭୋଲଟେଜ୍ ଲଢେଇ

ନୂଆଦିଲ୍ଲୀ, ୧୯/୦୪ : ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ୧୦୨ ଆସନରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ତେବେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ୮ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳ କରୁଛନ୍ତି ଭାଗ୍ୟ ପରୀକ୍ଷା। ନାଗପୁର କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ଠାରୁ ନେଇ କିରନ ରିଜ୍ଜୁ, ଜିତେନ୍ଦ୍ର ସିଂ, ସର୍ବାନନ୍ଦ ସୋନୋୱାଲ, ନକୁଲ ନାଥ, ଭୂପେନ୍ଦ୍ର ଯାଦବ ଆଦି ସାମିଲ ଅଛନ୍ତି। 

ନିତିନ ଗଡକରୀ : କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ତାଙ୍କର ପାରମ୍ପରିକ ସିଟ୍ ନାଗପୁରରେ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୯ରେ ଗକରୀ ଏହି ଆସନରେ ଜିତିଥିଲେ। ଏଥର ତାଙ୍କର ମୁକାବିଲା କଂଗ୍ରେସର ବିକାଶ ଠାକରେଙ୍କ ସହ ହେଉଛି। 

କିରନ ରିଜଜୁ : ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କିରନ ରିଜଜୁ ପୁଣିଥରେ ଅରୁଣାଚଳର ପଶ୍ଚିମ ସିଟ୍‌ରୁ ନିର୍ବାଚନ ଲଢୁଛନ୍ତି। ରିଜଜୁ ୨୦୧୯ରେ ଏଠାରୁ ନିର୍ବାଚନ ଲଢିଥିଲେ। ଏଥର ତାଙ୍କର ମୁକାବିଲା କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ ତୁକିଙ୍କ ସହ ହେଉଛି। 

ସର୍ବାନନ୍ଦ ସୋନୋୱାଲ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଡିବ୍ରୁଗଡ଼ ସିଟ୍‌ରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ଏହି ସିଟ୍‌ରେ ରାମେଶ୍ଵର ତେଲି ବିଜୟୀ ହୋଇଥିଲେ। ଏଥର ସର୍ବାନନ୍ଦଙ୍କ ମୁକାବିଲା ଲୁରିନଜ୍ୟୋତି ଗୋଗୋଇଙ୍କ ସହ ହେଉଛି। 

ଜିତେନ୍ଦ୍ର ସିଂ : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଜାମ୍ମୁ କାଶ୍ମୀରର ଉଦ୍ଧମପୁର ସିଟ୍‌ରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ଏହି ସିଟ୍‌ରୁ ଜିତେନ୍ଦ୍ର ବିଜୟୀ ହୋଇଥିଲେ। ତାଙ୍କ ବିପକ୍ଷରେ କଂଗ୍ରେସର ଚୌଧରୀ ଲାଲ ସିଂହ ରହିଛନ୍ତି। 

ଅର୍ଜୁନ ରାମ ମେଘୱାଲ : କେନ୍ଦ୍ର ଆଇନ ମନ୍ତ୍ରୀ ମେଘୱାଲ ବିକାନେରରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଏହି ସିଟ୍‌ରେ ୨୦୧୯ରେ ସେ ବିଜୟୀ ହୋଇଥିଲେ। ଏଥର ତାଙ୍କର ମୁକାବିଲା କଂଗ୍ରେସର ଗୋବିନ୍ଦ ରାମ ମେଘୱାଲଙ୍କ ସହ ହେଉଛି। 

ତ୍ରିବେନ୍ଦ୍ର ସିଂ ରାୱତ : ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ହରିଦ୍ଵାର ସିଟ୍‌ରେ ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏହି ସିଟ୍‌ରେ ରମେଶ ପୋଖରିୟାଲ ନିର୍ବାଚିତ ହୋଇଥିଲେ। ଏଥର ତ୍ରିବେନ୍ଦ୍ରଙ୍କ ମୁକାବିଲା କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ର ରାୱତଙ୍କ ସହ ହେଉଛି। 

ସଞ୍ଜିବ ବାଲିୟାନ : କେନ୍ଦ୍ରମନ୍ତ୍ରୀ ସଞ୍ଜିବ ବାଲିୟାନ ୟୁପିର ମୁଜାଫରନଗର ସିଟ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ସେ ଏହି ସିଟ୍‌ରେ ବିଜୟୀ ହୋଇଥିଲେ। ଏଥର ତାଙ୍କର ମୁକାବିଲା ହରେନ୍ଦ୍ର ମଲିକଙ୍କ ସହ ହେଉଛି। 

ଇମରାନ ମସୁଦ : ସହାରନାପୁରରୁ ସପା-କଂଗ୍ରେସ ମେଣ୍ଟ ପ୍ରାର୍ଥୀ ଇମରାନ ମସୂଦ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୯ରେ ଏହି ସିଟ୍‌ରେ ବହୁଜନ ସମାଜ ପାର୍ଟିର ଫଜଲୁଋହମାନ ବିଜୟୀ ହୋଇଥିଲେ। 

ଫଗ୍ଗନ ସିଂ କୁଲସ୍ତେ : କେନ୍ଦ୍ରମନ୍ତ୍ରୀ ଫଗ୍ଗନ ସିଂ କୁଲସ୍ତେ ମଧ୍ୟପ୍ରଦେଶର ମଣ୍ଡଳା ସିଟ୍‌ରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏହି ସିଟ୍‌ରେ ସେ ବିଜୟୀ ହୋଇଥିଲେ। ଏଥର ତାଙ୍କ ମୁକାବିଲା କଂଗ୍ରେସର ଓଁକାର ସିଂ ମରକାମଙ୍କ ସହ ହେଉଛି। 

ନକୁଲ ନାଥ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲ ନାଥ ଛିନ୍ଦୱାଡା ସିଟ୍‌ରୁ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୯ରେ ସେ ଏହି ସିଟ୍‌ରୁ ବିଜୟୀ ହୋଇଥିଲେ। 

ହନୁମାନ ବେନିୱାଲ: ହନୁମାନ ବେନିୱାଲ ଏଥର ରାଜସ୍ଥାନର ନାଗପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୨୦୧୯ରେ ସେ ଏଠାରୁ ବିଜୟୀ ହୋଇଥିଲେ। ଏଥର ବିଜେପି ପ୍ରାର୍ଥୀ ଜ୍ୟୋତି ମିଧାଙ୍କ ସହ କରୁଛନ୍ତି ପ୍ରତିଦ୍ଵନ୍ଦିତା।

କାର୍ତ୍ତି ଚିଦାମ୍ବରମ : ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ତାମିଲନାଡୁର ଶିବଗଙ୍ଗା ସିଟ୍‌ରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ଏହି ସିଟ୍‌ରେ ସେ ବିଜୟୀ ହୋଇଥିଲେ। ବିଜେପିର ଦେବନାଥନ ଯାଦବ ତାଙ୍କ ସହ ପ୍ରତିଦ୍ଵନ୍ଦିତା କରୁଛନ୍ତି। 

ଭୂପେନ୍ଦ୍ର ଯାଦବ : କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରାଜସ୍ଥାନର ଅଲବର ସିଟ୍‌ରୁ ଲଢୁଛନ୍ତି। ୨୦୧୯ରେ ଏହି ସିଟ୍‌ରେ ବାବା ବାଲକନାଥ ବିଜୟୀ ହୋଇଥିଲେ। ଏଥର ତାଙ୍କର ମୁକାବିଲା କଂଗ୍ରେସର ଲଲିତ ଯାଦବଙ୍କ ସହ ହେବ। 

ଦୟାନିଧି ମାରନ : ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ନାତି ଦୟାନିଧି ଚେନ୍ନାଇ ମଧ୍ୟରୁ ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ଏହି ସିଟ୍‌ରେ ଦୟାନିଧି ମାରନ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କ ଲଢେଇ ବିଜେପିର ବିନୋଜ ପି ସେଲୱମଙ୍କ ସହ ହେଉଛି। 

କେ ଅନ୍ନାମଲାଈ : ତାମିଲନାଡୁ ବିଜେପି ଅଧ୍ୟକ୍ଷ କେ ଅନ୍ନାମଲାଈ କୋୟମ୍ଵଟୁର ସିଟ୍‌ରୁ ଲଢୁଛନ୍ତି। ପୂର୍ବଥର ଏହି ସିଟ୍‌ରେ ପିଆର ନଟରାଜନ ବିଜୟୀ ହୋଇଥିଲେ। ଏଥର ପି ରାଜକୁମାର ଗଣପତିଙ୍କ ସହ ତାଙ୍କର ପ୍ରତିଦ୍ଵନ୍ଦିତା ହେଉଛି।  

Also Read :-

ମଣିପୁରରେ ନିର୍ବାଚନୀ ହିଂସା:ମତଦାନ କେନ୍ଦ୍ରରେ ଫୁଟିଲା ଗୁଳି, ୩ ଆହତ


  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.