ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଥାଇଲାଣ୍ଡ ଜଙ୍ଗଲରୁ ମିଳିଲା ଦୁନିଆର ସବୁଠାରୁ ବିରଳ ବାଇଗଣୀ ରଙ୍ଗର କଙ୍କଡ଼ା

Published By : Tapas Panda | August 15, 2025 9:07 PM

Image courtesy: hindustantimes

ନୂଆଦିଲ୍ଲୀ: ଥାଇଲାଣ୍ଡର କାଏଙ୍ଗ କ୍ରାଚାନ ଜାତୀୟ ଉଦ୍ୟାନରେ ଏକ ଅତ୍ୟନ୍ତ ବିରଳ ଏବଂ ଅନନ୍ୟ ପ୍ରଜାତିର କଙ୍କଡ଼ା ଦେଖିବାକୁ ମିଳିଛି । ଏହାର ଉଜ୍ଜ୍ୱଳ ବାଇଗଣୀ ରଙ୍ଗ ଇଣ୍ଟରନେଟରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଫଟୋରେ ଏହି କଙ୍କଡ଼ାର ସୌନ୍ଦର୍ଯ୍ୟ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ଜାତୀୟ ଉଦ୍ୟାନର ରେଞ୍ଜରମାନେ ପାଟ୍ରୋଲିଂ ସମୟରେ ଏହି ସ୍ୱତନ୍ତ୍ର କଙ୍କଡ଼ାଗୁଡ଼ିକୁ ଦେଖି କ୍ୟାମେରାରେ କଏଦ କରିଥିଲେ । ପାର୍କ ପ୍ରଶାସନ ଏହି ବିରଳ କଙ୍କଡ଼ାକୁ ପ୍ରକୃତିର ଏକ ମୂଲ୍ୟବାନ ଉପହାର ବୋଲି କହି ଫେସବୁକରେ ଫଟୋ ସେୟାର କରିଛି ।

କାଏଙ୍ଗ କ୍ରାଚାନ ଜାତୀୟ ଉଦ୍ୟାନ ପକ୍ଷରୁ ଜଙ୍ଗଲର ପରିବେଶ ଏବଂ ଜୈବ ବିବିଧତା ପାଇଁ ଏପରି ଏକ ବିରଳ ପ୍ରଜାତିର ଉପସ୍ଥିତି କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ କୁହାଯାଇଛି । ଏଭଳି କଙ୍କଡ଼ା ପ୍ରଚାତି ବଞ୍ଚି ରହିବା ଦର୍ଶାଉଛି ଯେ,  ଜଙ୍ଗଲ ସୁସ୍ଥ ଏବଂ ସୁରକ୍ଷିତରହିଚି । ଏପରିକି ସେମାନଙ୍କର ସଂରକ୍ଷଣ ପ୍ରୟାସ ସଫଳ ହୋଇଥିବା ଜଣାପଡ଼ୁଛି । 

ପାର୍କର ସୋସିଆଲ ମିଡିଆ ପୋଷ୍ଟରେ ଲେଖାଯାଇଛି, ‘କିଙ୍ଗ କ୍ରାବ୍‌ର ଉପସ୍ଥିତି କେବଳ ଏକ ବିରଳ ପ୍ରାଣୀର ଆବିଷ୍କାର ନୁହେଁ ବରଂ ଏହା ପାର୍କର ଇକୋସିଷ୍ଟମର ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ । ଏହି ବିଶ୍ୱ ଐତିହ୍ୟସ୍ଥଳ ଏବେ ଏହାର ଆଶ୍ଚର୍ଯ୍ୟଜନକ ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ଜଣାଶୁଣା ହେବ । ଏହି ସଂରକ୍ଷିତ ବନ୍ୟପ୍ରାଣୀର ଅସ୍ତିତ୍ୱ ଜଙ୍ଗଲର ଉତ୍କୃଷ୍ଟ ପରିବେଶର ପ୍ରମାଣ ।’

କିଙ୍ଗ କ୍ରାବ ବା ରାଜା କଙ୍କଡ଼ା, ଯାହାକୁ ସିରିଣ୍ଡହର୍ନ କଙ୍କଡ଼ା ମଧ୍ୟ କୁହାଯାଏ । ଏହାର ନାମ ଥାଇଲାଣ୍ଡର ରାଜକୁମାରୀ ମହାଚକ୍ରୀ ସିରିଣ୍ଡହର୍ନଙ୍କ ନାମରେ ରଖାଯାଇଛି । ଆଶ୍ଚର୍ଯ୍ୟଜନକ ଭାବରେ, ଏହି ପ୍ରଜାତି ପାଣ୍ଡା ପରିବାର ସହ ଜଡ଼ିତ । ସାଧାରଣତଃ ପାଣ୍ଡା କଙ୍କଡ଼ା ସେମାନଙ୍କର ଧଳା ଏବଂ କଳା ପ୍ୟାଟର୍ଣ୍ଣ ପାଇଁ ଜଣାଶୁଣା । କିନ୍ତୁ ଏହି ବାଇଗଣୀ ରଙ୍ଗର କଙ୍କଡ଼ା ଅତ୍ୟନ୍ତ ବିରଳ । ପାଣ୍ଡା କଙ୍କଡ଼ା ବିଷୟରେ ବହୁତ କମ୍ ସୂଚନା ଉପଲବ୍ଧ । ସେହିଭଳି ଲୋକମାନଙ୍କ ପାଖରେ ବାଇଗଣୀ ରଙ୍ଗର କଙ୍କଡ଼ାଙ୍କ ସୂଚନା ତାଠୁ କମ୍‌ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.