ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ତୁମେ ଆମ ଅଞ୍ଚଳକୁ କବଜା କରିବ ତ ଆମେ କ’ଣ ବସି ଲଲିପପ୍ ଖାଉଥିବୁ ? ବାଂଲାଦେଶକୁ ମମତା ଦେଖାଇଲେ ନାଲି ଆଖି

Published By : Harapriya Biswal | December 9, 2024 5:15 PM

କୋଲକାତା,୯।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପଡୋଶୀ ଦେଶ ବାଂଲାଦେଶକୁ ଦେଇଛନ୍ତି କଡା ଚେତାବନୀ। ମମତା କହିଛନ୍ତି, ଯଦି ଆପଣ ଆମର ଅଞ୍ଚଳକୁ କବଜା କରିବାକୁ ଚେଷ୍ଟା କରିବେ, ଆମେ କ’ଣ ଚୁପଚାପ୍‌ ବସି ଲଲିପପ୍‌ ଖାଉଥିବୁ ? ସେ ପଶ୍ଚିମବଙ୍ଗ ବିଧାନସଭାରେ ବାଂଲାଦେଶୀଙ୍କୁ କଡା ଭର୍ତ୍ସନା କରିଛନ୍ତି। ଏହା ସହ କଡା ଚେତାବନୀ ଦେଇ କହିଛନ୍ତି, ବାଂଲାଦେଶରେ ଯାହା କିଛି ବି ହେଉଛି ତାହା ଠିକ୍ ନୁହେଁ। ସେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ମମତା ଆଜି ବିଧାନସଭାରେ କହିଛନ୍ତି,କିଛି ଲୋକ କୋଲକାତା ଉପରେ କବଜା କରିବା କଥା କହୁଛନ୍ତି। ଆଉ କିଛି ପଶ୍ଚିମବଙ୍ଗ, ବିହାର ଓ ଓଡିଶା ଫେରିବାକୁ ଦାବି କରିବାର ଧମକ ଦେଇଛନ୍ତି। ଯଦି କେହି କୋଲକାତା କିମ୍ବା ପଶ୍ଚିମବଙ୍ଗ ଉପରେ କବଜା କରିବେ, ତେବେ ରାଜ୍ୟ ସରକାର ଚୁପ୍ ବସିବେନି ଓ ଲଲିପପ୍ ବସି ଖାଇବେନି।’ ମମତା ସ୍ପଷ୍ଟ କରିଛନ୍ତି କୋଲକାତା ଭାରତର ଅଭିନ୍ନ ଅଙ୍ଗ। ତାଙ୍କୁ ବାଂଲାଦେଶର ରାଜନୀତି ସହ କୌଣସି ଲେଣଦେଣ ନାହିଁ। ଆମେ ଶାନ୍ତି ଚାହୁଁ। ଏହା ଉତ୍ତର ପ୍ରଦେଶର ନୁହେଁ, ଯେ ମୁଁ ଆପଣଙ୍କୁ ବ୍ୟାନ୍ କରିଦେବି। ମୁଁ ଆପଣଙ୍କୁ ଅପିଲ କରୁଛି ଏଠାରେ ଠିକ୍ ଭାବରେ ରୁହନ୍ତୁ। କିଛି ନକଲି ଭିଡିଓ ଭାଇରାଲ କରାଯାଉଛି। ବିଶେଷ ଭାବରେ ଏକ ଖାସ୍ ରାଜନୈତିକ ଦଳ କରୁଛି। ରାଜନୀତି କରନ୍ତୁ ନାହିଁ। ସେଠାରେ ଆମର ବନ୍ଧୁଙ୍କୁ କ୍ଷତି ହେବ।’

ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି, ଆପଣ କହୁଛନ୍ତି ଆପଣ(ବାଂଲା, ବିହାର, ଓଡିଶା) ଉପରେ ଦଖଲ କରିନେବେ। ଆପଣଙ୍କ ଭିତରେ ସେଭଳି ଦମ୍ ନାହିଁ, ଯଦି ଚେଷ୍ଟା କର ତେବେ ଆମେ କ’ଣ ବସି ଲଲିପପ୍‌ ଖାଉଥିବୁ ? ଏ ବିଷୟରେ କେବେ ବି ଭାବନ୍ତୁ ନାହିଁ। ଭାରତ ଅଖଣ୍ଡ। ଆମେ ସମସ୍ତେ ଏକ। ଆମର ବାଂଲାଦେଶର ରାଜନୀତି ସହ କିଛି ବି ସମ୍ପର୍କ ନାହିଁ। ଆମକୁ ଉକସାଇବାରେ ଆସିବା ଉଚିତ ନୁହେଁ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନ୍‌ପି)ର ମିଳିତ ମହାସଚିବ ରହୁଲ କବିର ରିଜଭିଙ୍କ ବ୍ୟଙ୍ଗାତ୍ମକ ଟିପ୍ପଣୀ ପରେ  ମମତା ଏଭଳି ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ବାଂଲାଦେଶୀ ସେନାର ପୂର୍ବତନ ସଦସ୍ୟ ହେବାର ଦାବି କରୁଥିବା ଜଣେ ବ୍ୟକ୍ତି ଚେତାବନୀ ଦେଇଛି ତା’ର କୌଶଳ ଭାରତୀୟ ସେନାଠାରୁ ବହୁ ଗୁଣା ଅଧିକ। ୪ ଦିନରେ ସେ କୋଲକାତା ଉପରେ କବଜା କରିପାରିବେ। ରିଜଭି କହିଛନ୍ତି ଯଦି ଭାରତ ଚଟଗାଓଁ ଉପରେ ଦାବି କରିପାରେ (ଯଦିଓ ଭାରତ ଏଭଳି କୌଣସି ଦାବି କରିନି), ତେବେ ବାଂଲାଦେଶ ମଧ୍ୟ ନବାବ୍ ସିରାଜୁଦୌଲାଙ୍କ ବଙ୍ଗଳା, ବିହାର, ଓଡିଶାକୁ ନିହାତି ଫେରିବାକୁ ଚାହିଁବ। ବାଂଲାଦୋ ପାଖରେ ଏବେ ବି ଶକ୍ତି ଅଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.