ପ୍ରମୂଖ ଖବର
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି

Published By : Prameya | June 1, 2025 7:25 AM

ଭୁବନେଶ୍ୱର,୦୧/୦୬:  ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା  ସମ୍ଭାବନା ନାହିଁ । ତାପମାତ୍ରା ପ୍ରାୟ ୨ରୁ  ୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇପାରେ ।  ଏଭଳି ପୂର୍ବାନୁମାନ ଦେଖାଇଛି  ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ମୌସୁମୀର ସାମୟିକ ବିରତି ଯୋଗୁ ରାଜ୍ୟରେ ବର୍ଷା କମିଛି। କିଛି  କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ  ଘଡ଼ଘଡ଼ି ସହ ବର୍ଷା ହୋଇଛି । 

ଶନିବାର ଦିନ ଭିତରେ ନୟାଗଡ଼ରେ ୧୭  ମିଲିମିଟର ମିମି ବର୍ଷା ହୋଇଥିବାବେଳେ  କେନ୍ଦ୍ରାପଡ଼ା, ନୂଆପଡ଼ା, ବରଗଡ଼,  ଚାନ୍ଦବାଲି, କୋରାପୁଟରେ ଅସରାଏ  ଲେଖାଏଁ ବର୍ଷା ହୋଇଛି । ନୟାଗଡ଼ରେ  ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ  ସେଲସିୟସ୍‌ ଥିବାବେଳେ ବୌଦ୍ଧ  ୩୬.୮, କୋରାପୁଟ ୩୬.୬,  ତାଳଚେର ୩୬.୬, ଭୁବନେଶ୍ୱର  ୩୬.୨, ବାଲେଶ୍ୱର ୩୬, ଚାନ୍ଦବାଲି  ୩୫.୯ ଡିଗ୍ରୀ ସେଲସିୟସ୍‌ ଥିଲା।  ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବଢ଼ିଛି ।  

ପାଣିପାଗ ବିଭାଗ ଅନୁସାରେ ରବିବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ମୟୂରଭଞ୍ଜ, କେନ୍ଦୁଝର,  ମାଲକାନଗିରିରେ ଘଡ଼ଘଡ଼ି ସହ ହାଲୁକା  ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକରେ କାଳବୈଶାଖୀ  ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇପାରେ ।  

ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ପରିଚାଳିତ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ ।  କାଁ ଭାଁ ବର୍ଷା ହୋଇପାରେ । ଜୁନ୍‌ ୭  ତାରିଖରୁ ତାପମାତ୍ରା ବଢ଼ିବା ସହ  ଗରମ ବୃଦ୍ଧି ପାଇବା ସମ୍ଭାବନା ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.