ପ୍ରମୂଖ ଖବର
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ

Published By : Prameya | June 1, 2025 10:20 AM

ପୁରୀ,୦୧/୦୬: ଶନିବାର ପୁଣି ଡ୍ରୋନ୍ ଶ୍ରୀମନ୍ଦିର ଭିଡିଓ ଭାଇରାଲ୍‌ ହୋଇଛି ।  ଷ୍ଟୋରି ବାଇ ନାରୁ ଗୋପାଳ ନାମକ ଏକ  ଆକାଉଣ୍ଟରେ ପୋଷ୍ଟ ହୋଇଛି । ଜଣେ  ଚୁନରା ସେବାୟତ ପତାକା ପରିବର୍ତ୍ତନ  ଲାଗି ଯାଉଥିବା ବେଳେ ଅଧାବାଟରେ  ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ  ମିଳିଛି । 

ସେହିଭଳି ମନ୍ଦିର ଉପର ଦୃଶ୍ୟ  ମଧ୍ୟ ଭିଡିଓରେ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏଥିରେ ଚୁନରା ସେବକଙ୍କ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀ ମହଲରେ  ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।  ଶ୍ରୀମନ୍ଦିର ଫଟୋ ଭାଇରାଲ ହେଲେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ପ୍ରଶାସନିକ ଅଧିକାରୀମାନେ  କହୁଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଭିଡିଓ ଭାଇରାଲ୍‌ ପରେ  କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.