ନୂଆଦିଲ୍ଲୀ,୩୦।୮: ଜମ୍ମୁ କଶ୍ମୀରରେ ଭାରତୀୟ ସେନାକୁ ବଡ଼ ସଫଳତା। ସୁରକ୍ଷା ବାହିନୀ ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀକୁ ମାରିବାରେ ସଫଳ ହୋଇଛି। ଯାହାକୁ ଲୋକେ ବଗୁ ଖାନ୍ ଓରଫ୍ ‘ସମନ୍ଦର ଚାଚା’ ନାଁରେ ପରିଚିତ ଥିଲା। ସମନ୍ଦର ଚାଚା ସହ ତାକୁ ‘ହ୍ୟୁମାନ ଜିପିଏସ୍’ ମଧ୍ୟ କୁହାଯାଏ।
ରିପୋର୍ଟ ଅନୁଯାୟୀ, ବଗୁ ଖାନ ହିଜବୁଲର କମାଣ୍ଡର ଥିଲା ଏବଂ ୧୯୯୫ ମସିହାରୁ ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ନିୟୋଜିତ ଥିଲା। ସୁରକ୍ଷା ଏଜେନ୍ସି ଅନୁଯାୟୀ, ସେ ଉତ୍ତର କାଶ୍ମୀରର ଗୁରେଜ ସେକ୍ଟରର ଅନେକ ଅଞ୍ଚଳରେ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା, ଯେଉଁଥିରୁ ଅଧିକାଂଶ ଅନୁପ୍ରବେଶରେ ସେ ସଫଳ ହୋଇଛି।
ବଗୁ ଖାନକୁ ସେହି ଅଞ୍ଚଳର ଦୁର୍ଗମ ଅଞ୍ଚଳ ଏବଂ ଗୁପ୍ତ ରାସ୍ତା ବିଷୟରେ ଭଲ ଜ୍ଞାନ ଥିଲା। ତେଣୁ, ତାକୁ ଆତଙ୍କୀ ଦୁନିଆରେ 'ହ୍ୟୁମାନ୍ ଜିପିଏସ୍' ମଧ୍ୟ କୁହାଯାଉଥିଲା ହିଜବୁଲର କମାଣ୍ଡର ହେବା ସତ୍ତ୍ୱେ, ସେ ଗୁରେଜ୍ ଏବଂ ଆଖପାଖ ଅଞ୍ଚଳରେ ଅନୁପ୍ରବେଶ କରିବାରେ ପ୍ରତ୍ୟେକ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିଲା।ବହୁ ବର୍ଷ ଧରି ସୁରକ୍ଷା ବାହିନୀଠାରୁ ଲୁଚି ରହୁଥିଲା। ତେବେ ଭାରତୀୟ ସେନାର ଏନକାଉଣ୍ଟରରେ ସେ ନିହତ ହୋଇଛି। ସୂତ୍ର ଅନୁସାରେ, ୨୮ ଅଗଷ୍ଟ ରାତିରେ, ଯେତେବେଳେ ସେ ନୌଶେରା ନାର ଅଞ୍ଚଳରୁ ପୁଣି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା,ସୁରକ୍ଷା ବାହିନୀ ତାକୁ ଘେରି ଯାଇଥିଲେ। ଏହି ଏନକାଉଣ୍ଟରରେ ସମନ୍ଦର ଚାଚା ଏବଂ ତା ସହିତ ଥିବା ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛି।