ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;ଡିଭାଇଡ଼ରକୁ ପିଟିଲା କାର୍, ଜଣେ ଛାତ୍ର ମୃତ,୫ ଗୁରୁତର

Published By : Anindita Ratha | August 10, 2025 3:03 PM

ଝାରସୁଗୁଡ଼ା,୧୦/୦୮:ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡ଼ରକୁ ପିଟିଲା କାର୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟ ୩ ଜଣ ଡ଼ିଏଭି ସ୍କୁଲ  ଛାତ୍ର ଥିବା ଜଣାପଡ଼ିଛି। 

ସୂଚନା ମୁତାବକ,  ଝାରସୁଗୁଡା ଡିଏଭି ସ୍କୁଲର ତିନି ଜଣ ଛାତ୍ର ବାଲେଶ୍ୱରରେ କ୍ଳସ୍ତର ସ୍ତରୀୟ  ଖୋ ଖୋ ଖେଳିବାକୁ ଯାଇ ଆସିଥିବାରୁ ତାଙ୍କୁ ରେଲୱେ ଷ୍ଟେସନରେ ସ୍ୱାଗତ କରାଯାଇଥିଲା। ଏହାପରେ ଏକ କାର ଯୋଗେ କ୍ରିଷ୍ଣା ଯାଦବ, ଉମିତ ଓରାମ, ମେଘନାଦ ଓରାମ ଙ୍କ ସମେତ ସେମାନଙ୍କର ୩ ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ସେମାନେ ସୁନାରୀମୁଣ୍ଡାରୁ ଝାରସୁଗୁଡା ସହର ପଟକୁ ଆସୁଥିବା ବେଳେ ହୋଟେଲ  ଉତ୍କଳ କଣ୍ଟିନେଟାଲ ପାଖରେ ଥିବା ଏକ ଡିଭାଇଡରରେ କାରଟି ପିଟି ହୋଇଥିଲା। ଏନେଇ ସ୍ଥାନୀୟ ଲୋକେ ଓ ଟାଉନ ଥାନା ପୁଲିସ ସହାୟତାରେ ସେମାନଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ କ୍ରିଷ୍ଣା ଓରାମ ଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି  ଅନ୍ୟ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତେବେ ମୃତ କ୍ରିଷ୍ଣା,ଆହତ ଉମିତ ଓ ମେଘନାଦ ବଡ଼ମାଳ ଅଞ୍ଚଳର ବୋଲି ଜଣା ପଡ଼ିଥିବା ବେଳେ ବାକି ୩ ଜଣଙ୍କ ପରିଚୟ ମିଳି ପାରିନାହିଁ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.